Business

ଗ୍ରିନ୍‌ପ୍ଲାଏ ପକ୍ଷରୁ ‘ନାମ ସେ ହି ନେହି, କାମ୍ ସେ ଭି ଗ୍ରିନ’ ଅଧୀନରେ ସବୁଜ ପ୍ରତିବଦ୍ଧତାର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଗ୍ରିନ୍‌ପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ‘ନାମ ସେ ହି ନେହି, କାମ ସେ ଭି ଗ୍ରିନ’ ଅଭିଯାନର ଶୁଭାରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ ଆଜି ଘୋଷଣା କରାଯାଇଛିି ଯେ ପ୍ରତି ଗ୍ରିନପ୍ଲାଏ ପ୍ଲାଏଉଡ୍ ସିଟ୍ ଯୋଗାଣ ପାଇଁ କମ୍ପାନି ଗୋଟିଏ ଲେଖା ଗଛ ଲଗାଇବ। ଏହା କେବଳ ଏକ ସୀମିତ ସମୟର ଅଭିଯାନ ନୁହେଁ, ବରଂ କମ୍ପାନିର ଏକ ସ୍ଥାୟୀ ପ୍ରତିଶ୍ରୁତି। ଯେତେଦିନ ପର୍ଯ୍ୟନ୍ତ ଗ୍ରିନପ୍ଲାଏ ବିକ୍ରି ହେଉଥିବ, ଭାରତର ସବୁଜିମା ବଢ଼ୁଥିବ।
ଦେଶରେ ଜଙ୍ଗଲ ଭିତିଭୂମି ଭଳି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସବୁଜିମା ପ୍ରତି ଉଡ୍ ପ୍ୟାନେଲ୍ ଶିଳ୍ପର ସ୍ୱତନ୍ତ୍ର ଦାୟିତ୍ୱ ରହିଛି ବୋଲି ଗ୍ରିନପ୍ଲାଏର ବିଶ୍ୱାସ ରହିଛି। ପ୍ରତି ପ୍ଲାଏଉଡ୍ ଯୋଗାଣ ପାଇଁ ଗୋଟିଏ ଗଛ ଲଗାଯାଉଥିବାରୁ ଭାରତର ସବୁଜ ଭବିଷ୍ୟତରେ ସବୁ ଘର ମାଲିକ, ସ୍ଥପତି, ବଢ଼େଇ, ଡିଲର ଓ ଚ୍ୟାନେଲ୍ ପାର୍ଟନର ସହଯୋଗୀ ହେବେ।
ଏ ସମ୍ପର୍କରେ ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଜେଶ ମିତଲ କହିଛନ୍ତି ଯେ, “ଗ୍ରିନପ୍ଲାଏରେ ଆମର ନୀତି ରହିଛି ପ୍ରକୃତିଠାରୁ ଯେତିକି ନେବା ତାଠାରୁ ଅଧିକ ଫେରାଇବା। ପ୍ରତି ପ୍ଲାଏଉଡ୍ ସିଟ୍ ଯୋଗାଣ ପାଇଁ ଗୋଟିଏ ଗଛ ଲଗାଇବା ପାଇଁ ଆମ ପ୍ରତିଶ୍ରୁତି ଦ୍ୱାରା ସେହି ନୀତି କାର୍ଯ୍ୟକ୍ଷମ ହୋଇଛି। ସ୍ଥାୟୀତ୍ୱ ଆମ ପାଇଁ କେବଳ ଉତ୍ପାଦ ତିଆରି କରିବା ନୁହେଁ, ବରଂ ଆମେ ପ୍ରଦର୍ଶନ କରୁଥିବା ନେତୃତ୍ୱ, ଆମର ନିଜ ଦାୟିତ୍ୱ ଓ ଆମ ବୃକ୍ଷରୋପଣ ଅଭିଯାନ ଜରିଆରେ ଜୀବନଜୀବିକାକୁ ସମର୍ଥନ କରିବା ଯାହା ଦ୍ୱାରା ଚାଷୀ ସମୁଦାୟ ଉପକୃତ ହେବ। ‘ନାମ ସେ ହି ନେହି, କାମ ସେ ଭି ଗ୍ରିନ’ ପ୍ରତିଶ୍ରୁତି ସହ ପ୍ରତି ଗ୍ରିନପ୍ଲାଏ କ୍ରୟ ଆପଣଙ୍କୁ ଏକ ସବୁଜ ଭବିଷ୍ୟତ ଆଡ଼କୁ ଆହୁରି ନିକଟତର କରିବ।”
ସ୍ଥାୟିତ୍ୱ ପ୍ରତି ଗ୍ରିନପ୍ଲାଏର ଦୀର୍ଘକାଳୀନ ପ୍ରତିବଦ୍ଧତା ରହିଛି। ଏହା ୯୦ ନିୟୁତ ଚାରାରୋପଣ କରିଛି ଏବଂ କମ୍ପାନି ୧୦୦ ନିୟୁତ ମାଇଲଖୁଂଟ ହାସଲ କରିବା ଦିଗରେ କାର୍ଯ୍ୟ କରୁଛି। ଭାରତର ବିଭିନ୍ନ ସ୍ଥାନରେ ଥିବା କାରଖାନା ସ୍ଥଳ, ଦାୟିତ୍ୱବାନ କାଠ ସଂଗ୍ରହ କେନ୍ଦ୍ର, ଆଗ୍ରୋ ଫରେଷ୍ଟ୍ରି କାର୍ଯ୍ୟକ୍ରମ ଜରିଆରେ ବୃକ୍ଷରୋପଣ କରୁଛି ଯାହା ଚାଷୀଙ୍କ ଜୀବିକା ଓ ଉତ୍ପାଦକତା ବଢ଼ାଉଛି। ଉତ୍ପାଦନ ପାଇଁ କମ୍ପାନି ସବୁଜ ଶକ୍ତି ଉପଯୋଗ କରୁଛି।
ପ୍ରତି ପ୍ଲାଏଉଡ୍ ଯୋଗାଣ ପାଇଁ ଗୋଟିଏ ଗଛ ଲଗାରଇବା ଦ୍ୱାରା କମ୍ପାନି ପ୍ରତି କ୍ରୟକୁ ପରବେଶ ଦାୟିତ୍ୱବୋଧ ଆଡ଼କୁ ଏକ ପଦକ୍ଷେପରେ ପରିଣତ କରିଛି। ବର୍ତ୍ତମାନ ଗ୍ରାହକ, ବ୍ୟବସାୟ ଓ ସମାଜ ପାଇଁ ସ୍ଥାୟିତ୍ୱର ପ୍ରାଥମିକତା ବଢ଼ୁଥିବାରୁ ଗ୍ରିନପ୍ଲାଏ ପକ୍ଷରୁ ପଦକ୍ଷେପ ଓ ଦୀର୍ଘକାଳୀନ ପ୍ରଭାବ ଉପରେ ଗୁରୁତ୍ୱାରୋପ କରାଯିବ।

Share

Leave a Reply

Your email address will not be published. Required fields are marked *

seventeen + twelve =