ଡୋମ୍‌ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଷ୍ଟେସନାରି ଓ ଆର୍ଟ ଶିଳ୍ପର ଅଗ୍ରଣୀ ସଂସ୍ଥା ଡୋମ୍‌ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନି ଇନିସିଆଲ ପବ୍ଲିକ୍ ଅଫରିଂ ଜରିଆରେ ୧୨୦୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସେଥିରୁ ୩୫୦ କୋଟି ଟଙ୍କା ନୂଆ ଇକ୍ୱିଟି ସେୟାର ଜାରି କରି ହାସଲ କରାଯିବାକୁ ଥିବା ବେଳେ ୮୫୦ କୋଟି ଟଙ୍କାକୁ ଅଫର ଫର୍ ସେଲ ମାଧ୍ୟମରେ ସଂଗ୍ରହ କରାଯିବ । ଅଫର ଫର ସେଲ୍‌ରେ ଅଂଶଧନକାରୀମାନଙ୍କ ଇକ୍ୱିଟି ସେୟାର ବିକ୍ରି କରାଯିବ । ଏଥିରେ କର୍ପୋରେଟ୍ ପ୍ରମୋଟର ଫି.ଆଇ.ଏଲ୍‌.ଏ – ଆଫିନ ଫାବ୍ରିକା ଇଟାଲିଆନା ଲାପିସ୍ ଏଡ୍ ଆଫିନି ଏସ୍‌.ପିଏ ୮୦୦ କୋଟି ଟଙ୍କାର ଇକ୍ୱିଟି ସେୟାର, ସଞ୍ଜୟ ମନସୁଖଲାଲ ରଜନୀ ୨୫ କୋଟି ଟଙ୍କାର ଇକ୍ୱିଟି ସେୟାର ଏବଂ କେତନ ମନସୁଖ ରଜନୀ ୨୫ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି ପାଇଁ ଉପଲବ୍ଧ କରାଇବେ ।
ଲେଖନୀ ଉପକରଣ, ୱାଟର କଲର ପେନ୍‌, ମାର୍କର ଓ ହାଇଲାଇଟର୍ ଆଦି ପଦାର୍ଥ ଉତ୍ପାଦନ କରିବା ଲାଗି କଂପାନି ଏହାର ଉତ୍ପାଦନ କ୍ଷମତାକୁ ବଢ଼ାଇବାକୁ ଯୋଜନା ରଖିଥିବା ବେଳେ ଏଥିପାଇଁ ଏକ ନୂଆ କାରଖାନା ସ୍ଥାପନ କରିବ । ଆଇପିଓ ଜରିଆରେ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାର କିଛି ଭାଗ କାରଖାନା ସ୍ଥାପନରେ ଏବଂ ଅବଶିଷ୍ଟ ରାଶି କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ବିଏନ୍‌ପି ପରିବାସ, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ । ମାରାଥନ୍ କ୍ୟାପିଟାଲ୍ ଆଡଭାଇଜରି ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଟିଆଇ କ୍ୟାପିଟାଲ୍ ଲିମିଟେଡ୍ ହେଉଛନ୍ତି କଂପାନିର କର୍ପୋରେଟ୍ ଉପଦେଷ୍ଟା ।
କଂପାନି ‘ଡୋମ୍‌ସ’ ଓ ଉପ ବ୍ରାଣ୍ଡ୍ ‘ସି୩’, ଆମାରିଜ୍‌, ଫିକ୍ସି ଫିକ୍ସ ନାମରେ ଏହାର ବିଭିନ୍ନ ପ୍ରକାର ଉତ୍ପାଦକୁ ଡିଜାଇନ, ବିକାଶ ଓ ନିର୍ମାଣ କରୁଛି । ଏହି ଉତ୍ପାଦଗୁଡ଼ିକ ଭାରତ ସମେତ ବିଶ୍ୱର ୪୦ରୁ ଅଧିକ ଦେଶରେ ବିକ୍ରି ହେଉଛି । କଂପାନିର ପ୍ରମୁଖ ଉତ୍ପାଦ ହେଉଛି ପେନ୍‌ସିଲ୍ ଓ ଜ୍ୟାମିତିି ବାକ୍ସ । ବଜାରରେ କ୍ରମନ୍ୱୟ ଭାବେ ଏହି ଦୁଇ ଉତ୍ପାଦର ୨୯ ଓ ୩୦ ପ୍ରତିଶତ ବଜାର ଅଂଶ ରହିଛି । ୨୦୨୩ ଆର୍ଥିକ ବର୍ଷରେ କଂପାନିର ମୋଟ ୩୮୯୯.୮୮ କୋଟି ଟଙ୍କା ବିକ୍ରିରେ ପେନ୍‌ସିଲ୍‌ର ଭାଗ ୩୧.୬୬ ପ୍ରତିଶତ ଥିଲା ।
ଗୁଜରାଟର ଉମରଗାଁଓ ଓ ଜାମ୍ମୁ ଓ କାଶ୍ମୀରର ବାରି ବ୍ରହ୍ମଠାରେ କଂପାନିର ଉତ୍ପାଦନ କାରଖାନା ରହିଛି । କଂପାନିର ସାରା ଭାରତରେ ବିବିଧ ବିତରଣ ନେଟ୍‌ୱର୍କ ରହିଛି । ଦେଶରେ କଂପାନିର ୧୦୦ରୁ ଅଧିକ ସୁପର ଷ୍ଟକିଷ୍ଟ, ୩୭୫୦ ବିତରଣ ଏବଂ ଏକ ଉତ୍ସର୍ଗୀକୃତ ସେଲ୍‌ସ ଟିମ୍‌, ୪୫୦ ସେଲ୍‌ସ କର୍ମଚାରୀ, ୧,୧୫,୦୦୦ ରିଟେଲ୍ ଟଚ୍‌ପଏଂଟ୍ ଆଦି ୩୫୦୦ରୁ ଅଧିକ ସହରରେ ରହିଛି । ଏହା ବ୍ୟତୀତ ଆଧୁନିକ ଷ୍ଟୋର୍ ଓ ଇ-କମର୍ସରେ ମଧ୍ୟ କଂପାନିର ଉତ୍ପାଦ ଉପଲବ୍ଧ ହେଉଛି ।

Share

Leave a Reply

Your email address will not be published. Required fields are marked *

8 + eighteen =