ଦୀପାବଳିରେ କ୍ରୋମା ପକ୍ଷରୁ “ଫେଷ୍ଟିଭାଲ ଅଫ୍ ଡ୍ରିମ୍‌ସ” ଘୋଷଣା; ଟିଭି, ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, ୱାସିଂ ମେସିନ୍ ଉପରେ ଆକର୍ଷଣୀୟ ଡିଲ୍‌

ଭୁବନେଶ୍ୱର: ଏହି ଦିପାବଳୀରେ ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଟାଟାର ସଂସ୍ଥା କ୍ରୋମା ପକ୍ଷରୁ ବାର୍ଷିକ ସ୍ୱତନ୍ତ୍ର ଅଭିଯାନ “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ” ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ଟିଭି, ୱାସିଂ ମେସିନ, ଲାପଟପ୍ ଓ ସ୍ମାର୍ଟଫୋନ୍ ଉପରେ ଆକର୍ଷଣୀୟ ଡିଲ୍ ପାଇପାରିବେ । କ୍ରୋମର ସମସ୍ତ ଷ୍ଟୋର, କ୍ରୋମା ଡଟ୍ କମ୍ ୱେବସାଇଟ୍ ଓ ଟାଟା ନିଉ ଆପ୍‌ରେ ଏହି ଫେଷ୍ଟିଭାଲ୍ ୨୦୨୩ ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ ।
ଗ୍ରାହକମାନେ ୫୫ ଇଂଚ, ୬୫ ଇଂଚ ଓ ୭୫ ଇଂଚର ୪କେ ଏଲଇଡି ଟିଭି ଏବେ ମାସିକ ୨,୯୯୦ ଟଙ୍କାର ଇଏମ୍‌ଆଇରେ କିଣିପାରିବେ । ଗ୍ରାହକମାନେ ସେହି ମାସିକ କିସ୍ତିରେ ୫୫ ଇଂଚର ସାମସଙ୍ଗ ଲାଇଫଷ୍ଟାଇଲ୍ ଫ୍ରେମ୍ ଟିଭି କିଣିପାରିବେ ଯାହା ସହିତ ମାଗଣାରେ ୮,୯୯୦ ଟଙ୍କାର ଏକ ବେଜେଲ୍ ମିଳିବ ।
ଏମ୍‌ଏସ୍ ଅଫିସ ଥିବା ଇଂଟେଲ୍ କୋର ଆଇ୩ ଲାପ୍‌ଟପ୍‌ର ଦାମ୍ ୩୦,୯୦୦ ଟଙ୍କାରୁ ଆରମ୍ଭ ହୋଇଛି । କେବଳ ସେତିକି ନୁହେଁ କ୍ରୋମାରେ ଗ୍ରାହକମାନେ ଇଏମ୍‌ଆଇରେ ଲାପ୍‌ଟପ୍ କିଣିପାରିବେ । ୨୪ ମାସିଆ ଇଏମ୍‌ଆଇରେ ଲାପ୍‌ଟପ୍ କିଣି ଲୋକମାନେ ପ୍ରଯୁକ୍ତି ଦୁନିଆ ସହ ଯୋଡ଼ି ହୋଇରହିପାରିବେ ।
କିଚେନ୍‌ରେ ଉନ୍ନତି ଆଣିବା ଲାଗି କ୍ରୋମା ପକ୍ଷରୁ ୨୨,୯୯୦ ଟଙ୍କାରେ ୨୫୬ ଲିଟର ଫ୍ରଷ୍ଟ୍‌-ଫ୍ରି ଇନଭର୍ଟର ରେଫ୍ରିଜରେଟର ଉପଲବ୍ଧ କରାଯାଇଛି । ସେହିପରି, ୨୮,୯୯୦ ଟଙ୍କାରେ ଗ୍ରାହକମାନେ କନଭଟିବଲ୍ ୨୫୬ ଲିଟର ରେଫ୍ରିଜରେଟର କିଣିପାରିବେ । ଗ୍ରାହକମାନେ ୧,୯୯୪ ଟଙ୍କାର ସହଜ ଇଏମ୍‌ଆଇରେ ୪୦୦ ଲିଟର ବଟମ୍ ମାଉଂଟ୍ କନଭର୍ଟିବଲ୍ ରେଫ୍ରିଜରେଟର କିଣିପାରିବେ ।
ଗ୍ରାହକମାନେ ମାସିକ ୧,୭୯୯ ଟଙ୍କାରୁ ଆରମ୍ଭ ହେଉଥିବା କିସ୍ତିରେ ୮କେଜି ୫-ଷ୍ଟାର୍ ଇନଭର୍ଟର ଫୁଲ-ଲି ଅଟୋମେଟିକ୍ ଟପ୍ ଲୋଡିଂ ୱାସିଂ ମେସିନ୍ କିଣିପାରିବେ । ସେହିପରି, ମାତ୍ର ୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ଦାମ୍‌ରେ ସ୍ମାର୍ଟୱାଚ୍ କିଣିବ ଏହି ଦୀପାବଳିରେ ଯୋଗାଯୋଗରେ ରହିପାରିବେ ।
କ୍ରୋମାରେ ୫ଜି ସ୍ମାର୍ଟଫୋନ୍‌ର ଦାମ୍ ୧୩,୪୯୯ ଟଙ୍କାରୁ ଆରମ୍ଭ ହୋଇଛି । କେତେକ ନିର୍ଦ୍ଦିଷ୍ଟ ଫୋନ୍ କିଣିଲେ ମାତ୍ର ୪୯ ଟଙ୍କାରେ ଏକ ବ୍ଲୁ ଟୁଥ୍ କଲିଂ ହାତଘଂଟା ମିଳିବ । ମ୍ୟାକ୍‌ବୁକ୍ ଏୟାରର ଦାମ୍ ୪୯,୫୦୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ମାସିକ ୨,୨୯୯ ଟଙ୍କାରେ ମ୍ୟାକ୍‌ବୁକ୍ କିଣିହେବ ।
ଗ୍ରାହକମାନେ ୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ମୂଲ୍ୟରେ ସାଉଣ୍ଡ୍‌ବାର୍ କିଣିପାରିବେ । କେତେକ ନିର୍ଦ୍ଦିଷ୍ଟ ଟିଭି କିଣିଲେ କିଛି ସାଉଣ୍ଡ୍ ବାର୍ ଯାହାର ଦାମ୍ ୧୦ ହଜାର ଟଙ୍କାରୁ ଆରମ୍ଭ ହେଉଛି ତାହା ଉପରେ ୧୦% ସ୍ୱତନ୍ତ୍ର ରିହାତି ମିଳିବ । ଏୟାର ପ୍ୟୁରିଫାୟର ମଧ୍ୟ ଆକର୍ଷଣୀୟ ଦାମ୍‌ରେ ମିଳୁଛି ।
କ୍ରୋମା ଷ୍ଟୋର୍ ଓ କ୍ରୋମା ଡଟ୍ କମ୍‌ରେ କ୍ରୋମାର ନିଜସ୍ୱ ଉତ୍ପାଦ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ରହିଛି । କ୍ରୋମା ଡଟ୍ କମ୍‌ରେ ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଉପରେ ୨୦୦୦ ଟଙ୍କା ପର୍ଯ୍ୟନ୍ତର ତତ୍କାଳ ୧୦% ରିହାତି ରହିଛି । ସେହିପରି ଷ୍ଟୋର୍ ଓ ୱେବସାଇଟ୍‌ରେ ପ୍ରମୁଖ ବ୍ୟାଙ୍କ ଉପରେ ୧୨ ମାସର ନୋ-କଷ୍ଟ୍ ଇଏମ୍‌ଆଇ ଉପଲବ୍ଧ ଥିବା ବେଳେ ବ୍ୟାଗ୍ ଦାମ୍ ୫୯୯ ଟଙ୍କାରୁ ଆରମ୍ଭ ହୋଇଛି । ଷ୍ଟୋର୍‌ରେ ୩୦୦୦ ଟଙ୍କାର ସପିଙ୍ଗ୍ କଲେ ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସମସ୍ତ କ୍ରୋମା ଅଡିଓ ଉପରେ ୫୦୦ ଟଙ୍କାର ରିହାତି ମିଳିବ । କ୍ରୋମାର ସାଇଡ୍ ବାଏ ସାଇଡ୍ ରେଫ୍ରିଜରେଟର କିଣିଲେ ୪୫ ଲିଟର ଡାଇରେକ୍ଟର କୁଲ୍ ରେଫ୍ରିଜରେଟର ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ସେହିପରି କ୍ରୋମା ୱାସିଂ ମେସିନ କିଣିଲେ କ୍ରୋମା ୨୦୦୦ୱାଟ୍‌ର ଷ୍ଟିମ୍ ଆଇରନ୍ ମାଗଣାରେ ମିଳିବ ।

Share

Leave a Reply

Your email address will not be published. Required fields are marked *

three × 1 =