ଅର୍ଥନୀତିକୁ କେନ୍ଦ୍ର ସରକାର ଗୋଳିଆ କରିଛନ୍ତି : ସ୍ବାମୀ

ନୂଆଦିଲ୍ଲୀ () କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ଗତ 5 ବର୍ଷ ମଧ୍ୟରେ ଦେଶର ବୃହତ୍ତର ଅର୍ଥନୈତିକ ବ୍ୟବସ୍ଥାକୁ ଗୋଳିଆ କରିଦେଇଛନ୍ତି । ବର୍ତ୍ତମାନ ଅର୍ଥନୀତିର ପୁନରୁଦ୍ଧାର ପାଇଁ ବୃତ୍ତିଗତ ଟିକସ ହ୍ରାସ କରିବା ପରିବର୍ତ୍ତେ ଆୟକରକୁ ସମ୍ପୁର୍ଣ୍ଣ ଭାବେ ଉଚ୍ଛେଦ କରାଯିବା ଉଚିତ । କାରଣ ବୃତ୍ତିଗତ ଟିକସ ବା ପ୍ରଫେସନାଲ ଟିକସ ହ୍ରାସ ଦ୍ବାରା ଅର୍ଥନୀତିକୁ କୌଣସି ସୁଫଳ ମିଳିବ ନାହିଁ ବୋଲି ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣିୟ ସ୍ବାମୀ କହିଛନ୍ତି ।

ଦେଶର ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ର ସରକାର ନିକଟରେ ଗ୍ରହଣ କରୁଥିବା ପଦକ୍ଷେପ ସଂପର୍କରେ ତର୍ଜମା କରିବାକୁ ଯାଇ ସେ କହିଛନ୍ତି ଯେ, ଗତ 5 ବର୍ଷର ବିଜେପି ସରକାର ଦେଶର ବୃହତ୍ତର ଅର୍ଥନୀତି ପାଇଁ ଖରାପ ସମୟ । ଗତ ପାଂଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯାହା କିଛି କରିଛନ୍ତି ତାହା ଦେଶର ବୃହତ୍ତର ଅର୍ଥନୀତି ପାଇଁ ନକରାତ୍ମକ । ଗ୍ରାମାଞ୍ଚଳର ମହିଳାଙ୍କୁ ଉଜ୍ବଳା ଯୋଜନାରେ ଗ୍ୟାସ ଚୁଲା ଦେଇ ପ୍ରଧାନମନ୍ତ୍ରୀ ଦେଶର ସୁକ୍ଷ୍ମ ଅର୍ଥନୀତିକୁ ସୁଦୃଢ କରିଛନ୍ତି । କିନ୍ତୁ ବୃହତ୍ତର ଅର୍ଥନୀତି କହିଲେ ପୂରା ବ୍ୟବସ୍ଥାକୁ ବୁଝାଏ ଏବଂ ଏବେ ଏହା ଏକ ଗୋଳିଆ ସ୍ଥିତିରେ ରହିଛି । ବ୍ୟବସ୍ଥାର ସଂଶୋଧନ ହେବା ଆବଶ୍ୟକ । ପ୍ରପେସନାଲ ଟିକସ ହ୍ରାସ ଭଳି ଏକକ ପଦକ୍ଷେପ ଅର୍ଥନୀତିକୁ ସୁଧାରରେ କୌଣସି ସହଯୋଗ କରିବ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ଆୟକର ଟିକସ ବ୍ୟବସ୍ଥାର ଉଚ୍ଛେଦ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ । ଏହାଦ୍ବାରା ମଧ୍ୟବିତ୍ତ ଶ୍ରେଣୀର ଲୋକେ ଖୁସୀ ହେବା ସହ ସେମାନେ କିଛି ଅର୍ଥ ସଂଚୟ କରିବେ । କିନ୍ତୁ କର୍ପୋଟେସ କ୍ଷେତ୍ରରେ ସମସ୍ୟା ହେଉଛି ସେଠାରେ ଆବଶ୍ୟକତା କମ । ତେଣୁ ଆବଶ୍ୟକତା ସେହି ସମୟରେ ବଢିବ, ଯେତେବେଳେ ଲୋକେ ସଚେତନ ହେବେ । ଆଉ ଲୋକେ କହିଲେ ଆୟକର ଟିକସ । କର୍ପୋରେଟ ଟିକସ ହ୍ରାସ କୌଣସି ସୁଫଳ ଦେବନି । କର୍ପୋରେଟ କ୍ଷେତ୍ରରେ ସେମାନେ ସପ୍ଲାଏ ବୃଦ୍ଧି କଲେ ମଧ୍ୟ ଯଦି କିଣିବାକୁ ଲୋକ ନଥିବେ ତେବେ ତାହା ଫଳଶୂନ୍ୟ ହେବ ବୋଲି ସେ କହିଛନ୍ତି ।

ସେ କହିଥିଲେ ଯେ, ଆମ ଅର୍ଥନୀତିର ସାମଗ୍ରିକ ନବୀକରଣ ହେବା ଆବଶ୍ୟକ । ଆମେ କେବେ ବି ବୃହତ୍ତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁନୁ । ଦେଶର ସଂଚୟ ଅପାରଗ ଭାବେ ଖର୍ଚ୍ଚ କରାଯାଉଛି । ଏହି ଦେଶରୁ ବେକାରୀ ଦୂର କରିବାକୁ ଆମକୁ 10 ବର୍ଷ ଯାଏଁ 10 ପ୍ରତିଶତ ଅଭିବୃଦ୍ଧିରେ ଚାଲିବାକୁ ହେବ ।

ଦେଶ ଅର୍ଥନୀତିର ଏଭଳିସ୍ଥିତି ହୋଇଛି କାରଣ ଆମ ଅର୍ଥମନ୍ତ୍ରୀ ଅର୍ଥନୀତି କଣ ଜାଣନ୍ତିନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନର ସ୍ଥିତିରୁ ମୁକୁଳିବାକୁ ସରକାର ଆର୍ଥିକ ଅମିତବ୍ୟୟୀ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ସରକାର ଏହାର ଅର୍ଥ ବୁଝନ୍ତି ନାହିଁ । ବର୍ତ୍ତମାନ ସରକାର ଯାହା କରୁଛନ୍ତି ତାହା କେବଳ ତଳିପଟା କାମ । “ମୁଁ 2016ରୁ ଦେଶର ଅର୍ଥନୀତି ଭୁଷୁଡିପଡିବ ବୋଲି କହିଆସୁଛି । ସେ ସମୟରେ ଲୋକେ କହିଲେ ମୁଁ କ୍ରିଟିକାଲ ହେଉଛି । ଏବେ ଲୋକେ ବୁଝୁଛନ୍ତି” । ଏବେ ଦେଶ 5 ପ୍ରତିଶତରୁ ମଧ୍ୟ କମ ଅଭିବୃଦ୍ଧି ଆଡେ ଅଗ୍ରଗତି କରୁଛି । ଏସ୍ଥିତିର ପରିବର୍ତ୍ତନ କିନ୍ତୁ ସମ୍ଭବ ।

Share

Leave a Reply

Your email address will not be published. Required fields are marked *

sixteen − 7 =