ଏନ୍‌ଏସ୍‌ଇ ଏମ୍‌ଡି ଓ ସିଇଓ ଶ୍ରୀ ଆଶିଷ କୁମାର ଚୌହ୍ୱାନ ଷ୍ଟକ୍ ପରାମର୍ଶ ଦେଛଉଥିବା ନକଲି ଭିଡିଓ ପ୍ରତି ସାବଧାନ

ଭୁବନେଶ୍ୱର: ଏନ୍‌ଏସ୍‌ଇର ଏମଡି ଓ ସିଇଓ ଶ୍ରୀ ଆଶିଷ ଚୌହ୍ୱାନଙ୍କ ନକଲି ସ୍ୱର ଓ ଚେହେରା ଏବଂ ଏନ୍‌ଏସ୍‌ଇର ନକଲି ଲୋଗୋକୁ ବ୍ୟବହାର କରି କେତେକ ନିବେଶ ଓ ପରାମର୍ଶ ଅଡିଓ ଓ ଭିଡିଓ କ୍ଲିପ୍ ପ୍ରସ୍ତୁତ କରାଯାଇଥିବା ଆମ ନଜରକୁ ଆସିଛି । ପ୍ରଯୁକ୍ତିକୁ ବ୍ୟବହାର କରି ସେହି ନକଲି ଭିଡିଓଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ।
ଏନଏସଇର ଏମଡି ଓ ସିଇଓ ଶ୍ରୀ ଆଶିଷ ଚୌହ୍ୱାନଙ୍କ ସ୍ୱର ଓ ଚେହେରା ଭାବଭଙ୍ଗୀର ନକଲ କରିବା ଲାଗି ଉନ୍ନତ ପ୍ରଯୁକ୍ତି ବ୍ୟବହାର କରି ଏହି ଭିଡିଓଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ତେଣୁ ସେଭଳି କୌଣସି ଭିଡିଓ କିମ୍ବା ଅଡିଓ କ୍ଲିପ ଉପରେ ବିଶ୍ୱାସ କରିବା କିମ୍ବା ନିବେଶ ପରାମର୍ଶ ଅନୁସରଣ ନକରିବା ବିଷୟରେ ଲୋକମାନଙ୍କୁ ସତର୍କ କରାଯାଇଛି । ନକଲି ଭିଡିଓ କିମ୍ବା ସେଭଳି କୌଣସି ପ୍ରକାରରେ ଦିଆଯାଉଥିବା ପରାମର୍ଶ ଗ୍ରହଣ ନକରିବାକୁ କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଷ୍ଟକ ବିଷୟରେ ପରାମର୍ଶ ଦେବା କିମ୍ବା ଷ୍ଟକ କାରବାର କରିବା ଲାଗି ଏନଏସଇର କର୍ମଚାରୀମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇନାହିଁ ।
ଯେଉଁଠାରେ ସମ୍ଭଳ ଏଭଳି ନକଲି ଓ ଆପତିଜନକ ଭିଡିଓଗୁଡ଼ିକୁ ପ୍ରତ୍ୟାହାର କରିବା ଲାଗି ଏନଏସଇ ପକ୍ଷରୁ ପ୍ଲାଟଫର୍ମଗୁଡ଼ିକୁ ଅନୁରୋଧ କରିବା ଲାଗି ଉଦ୍ୟମ କରାଯାଉଛି ।
ଏନଏସଇ କେବଳ ଏହାର ଅଫିସିଆଲ ପ୍ଲାଟଫର୍ମଗୁଡ଼ିକରେ ସୂଚନା ପ୍ରଦାନ କରୁଛି । ନିଜର ୱେବସାଇଟ ବ୍ୟବୀତ ଏହାର ଟ୍ୱିଟର, ଫେସବୁକ ଓ ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଲିଙ୍କଡଇନରେ ଅଫିସିଆଲ ହ୍ୟାଣ୍ଡେଲ ରହିଛି । ଏନଏସଇ ନାମରେ ପ୍ରଚାର କରାଯାଉଥିବା ଭିଡିଓ କିମ୍ବା ଅନ୍ୟାନ୍ୟ ବିଷୟବସ୍ତୁଗୁଡ଼ିକର ସତ୍ୟତାକୁ ଏହି ଅଫିସିଆଲ ପ୍ଲାଟଫର୍ମଗୁଡ଼ିକ ଜରିଆରେ ଯାଂଚ କରିବାକୁ ଏନଏସଇ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 1 =