ବଲିଉଡ ତାରକା ସୋନାକ୍ଷୀ ସିହ୍ନାଙ୍କ ଦ୍ୱାରା ଅନୁଗୁଳରେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ଉଦ୍‌ଘାଟିତ

– ଓଡ଼ିଶାରେ କମ୍ପାନିର ଷଷ୍ଠ ସୋ’ରୁମ୍‌
– ବିଶ୍ୱସ୍ତରୀୟ ପରିବେଶରେ ବିଳାସପୂର୍ଣ୍ଣ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି
ଭୁବନେଶ୍ୱର/ଅନୁଗୁଳ, ୧୨ ଅପ୍ରେଲ ୨୦୨୩: ଭାରତର ଅନ୍ୟତମ ବିଶ୍ୱସ୍ତ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ କଲ୍ୟାଣ ଜୁଏଲର୍ସ ଆଜି ଅନୁଗୁଳର ଶଙ୍କର ସିନେମା ରୋଡରେ ଏହାର ନୂଆ ସୋ’ରୁମ୍‌ର ଶୁଭାରମ୍ଭ କରିଛି । କଲ୍ୟାଣ ଜୁଏଲର୍ସର ବିଭିନ୍ନ କଲେକ୍ସନର ଭିନ୍ନ ଭିନ୍ନ ଡିଜାଇନ୍ ବିଶିଷ୍ଟ ଏହି ସୋ’ରୁମ୍‌କୁ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଉଦଘାଟନ କରିଛନ୍ତି । ଗ୍ରାହକମାନେ ବିଶ୍ୱସ୍ତରୀୟ ପରିବେଶ ସହିତ ଅତ୍ୟାଧୁନିକ ସୁବିଧା ଆଶା କରିପାରିବେ, ଯାହା ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି ।
ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କହିଛନ୍ତି ଯେ, “ଆଜି ଅନୁଗୁଳରେ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ମୁଁ ଆନନ୍ଦିତ । କଲ୍ୟାଣ ଜୁଏଲର୍ସର ପ୍ରତିନିଧି ଭାବରେ ଆଜି ଏଠାରେ ଠିଆ ହେବା ମୋତେ ଅତ୍ୟନ୍ତ ଗର୍ବିତ ଅନୁଭବ ପ୍ରଦାନ କରୁଛି । ଏହା ଏକ ବ୍ରାଣ୍ଡ ଯାହା ଭାରତରେ ଗହଣା ଶିଳ୍ପରେ କ୍ରମାଗତ ଭାବରେ ବିପ୍ଳବ ଆଣିଛି । ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବ୍ରାଣ୍ଡ୍‌ର ଉତ୍କୃଷ୍ଟ ଅଳଙ୍କାର ଡିଜାଇନର ଚମତ୍କାରିତା ସେମାନଙ୍କର ଉତ୍କୃଷ୍ଟ କାରିଗରୀ ଏବଂ ସୁନ୍ଦର ସୌନ୍ଦର୍ଯ୍ୟରେ ରହିଛି । ଏହି ଚମତ୍କାର ସୋ’ରୁମ୍ ଏହି ଅଂଚଳରେ ଏହାର ଗ୍ରାହକମାନଙ୍କୁ ସର୍ବୋତମ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ବ୍ରାଣ୍ଡ୍‌ର ଅତୁଟ ସମର୍ପଣର ପ୍ରମାଣ ଭାବେ ଉଭା ହୋଇଛି । ମୋର ବିଶ୍ୱାସ ଯେ ଗ୍ରାହକମାନେ କଲ୍ୟାଣ ଜୁଏଲର୍ସକୁ ହୃଦୟରୁ ଗ୍ରହଣ କରିବେ ଏବଂ ସମର୍ଥନ କରିବେ ।”
ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କମ୍ପାନି ଭାବେ ଆମେ ବଡ଼ ସଫଳତା ହାସଲ କରିଛୁ ଏବଂ ଗ୍ରାହକ ସପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ବଡ଼ ପଦକ୍ଷେପ ନେଇଛୁ । ଓଡ଼ିଶାରେ ଅନୁଗୁଳ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରି ଆମେ ଆନନ୍ଦିତ । ଏହି କ୍ଷେତ୍ରରେ ଆମର ଭୌଗୋଳିକ ଉପସ୍ଥିତିକୁ କ୍ରମାଗତ ଭାବରେ ବିସ୍ତାର କରି ଆମର ଅଭିବୃଦ୍ଧି ଯାତ୍ରାର ଏହି ପରବର୍ତୀ ପର୍ଯ୍ୟାୟରେ ଆମେ ଆମର ଗ୍ରାହକମାନଙ୍କୁ ସର୍ବୋତମ ସପିଂ ଅନୁଭୂତି ପ୍ରଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆଗାମୀ ଦିନରେ କଂପାନିର ବିଶ୍ୱାସ ଏବଂ ସ୍ୱଚ୍ଛତାର ମୂଳ ମୂଲ୍ୟବୋଧ ପ୍ରତି ସଚ୍ଚୋଟ ରହିବା ପାଇଁ ପ୍ରତିଶ୍ରୁତିବଦ୍ଧ ।”
ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ସୋ’ରୁମ୍‌ରୁ ଗହଣା କିଣିଲେ ଯେପରି ଅଧିକରୁ ଅଧିକ ଲାଭ ମିଳିପାରିବ ସେଥିପାଇଁ ଏକ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ ଯାହା ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନି ସୋ’ରୁମ୍‌ରେ ସମାନ ମାନକ ଏହି ଗହଣା କ୍ରୟ ଉପରେ ଲାଗୁ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଏହି ଅଫରଗୁଡିକ କେବଳ ସୀମିତ ସମୟ ପାଇଁ ବୈଧ ଅଟେ ।
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ସାରା ଭାରତରୁ ପ୍ରସ୍ତୁତ କରାଯାଇଥିବା ବ୍ରାଇଡାଲ୍ ଗହଣା ମୁହୁରତର ଷ୍ଟକ୍ ରହିବ । ଏଥି ସହିତ ଏଥିରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍ ତେଜସ୍ୱୀ (ପୋଲକି ଗହଣା), ମୁନ୍ଧ୍ରା (ହାତତିଆରି ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ହୀରା (ଦୈନିକ ବ୍ୟବହାର ହୀରା ଗହଣା), ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା) ଆଦି ରହିବ ।

Share

Leave a Reply

Your email address will not be published. Required fields are marked *

two × five =