ଦେଶର ସର୍ବାଧିକ ୧୪% ଡିଜିଟାଲ୍ ଠକେଇ ଭୁବନେଶ୍ୱରରେ: ବାୟୋକ୍ୟାଚ୍ ତଥ୍ୟ

ଭୁବନେଶ୍ୱର: ଡିଜିଟାଲ୍ ଠକେଇ ଚିହ୍ନଟ କରିବାର ଅଗ୍ରଣୀ ସଂସ୍ଥା ବାୟୋକ୍ୟାଚ୍‌ର ଏକ ରିପୋର୍ଟ ଅନୁସାରେ ଭୁବନେଶ୍ୱରର ଗ୍ରାହକମାନେ ସର୍ବାଧିକ (୧୪%) ଡିଜିଟାଲ୍ ଠକେଇର ସାମ୍ନା କରିଥାନ୍ତି । ଦେଶର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଏଠାରେ ସର୍ବାଧିକ । ଡିଜିଟାଲ୍ ଠକେଇରେ ଲକ୍ଷ୍ନୌ ଓ ନଭି ମୁମ୍ବାଇର ଭାଗ ୩.୪ ପ୍ରତିଶତ ରହିଛି ।
“ଅଧୁନିକ ପିଢ଼ିର ଠକମାନଙ୍କ ଠାରୁ ପୂର୍ବରୁ ପ୍ରଚଳିତ ଓଟିପି ବ୍ୟବସ୍ଥା ମାଧ୍ୟମରେ ଗ୍ରାହାକମାନେ ସୁରକ୍ଷିତ ନାହାନ୍ତି”, ବୋଲି ଫାଷ୍ଟ ଆବୁଧାବି ବ୍ୟାଙ୍କର ଠକେଇ ନିରୋଧ ବିଶେଷଜ୍ଞ ତଥା ପୂର୍ବତନ ଠକେଇ ନିରୋଧ ଏବଂ ଅନୁସନ୍ଧାନର ମୁଖ୍ୟ ଚରଣଜିତ ସିଂହ ଭାଟିଆ କହିଛନ୍ତି । ସଠିକ ପ୍ର୍ରଯୁକ୍ତି ଓ କାର୍ଯ୍ୟକାରିତା ଜରିଆରେ ସାଇବର / ଡିଜିଟାଲ ସୁରକ୍ଷା ପ୍ରଦାନ ଲାଗି ବ୍ୟାଙ୍କମାନେ ବର୍ତମାନ ଯାହା କରୁଛନ୍ତି, ଆହୁରି ବହୁତ କିଛି ପରିବର୍ତନ ଆଣିପାରିବେ ବୋଲି ସେ କହିଛନ୍ତି ।
ବାୟୋକ୍ୟାଚ୍‌ର ୨୦୨୪ ଭାରତରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ ଠକେଇ ଧାରା ରିପୋର୍ଟରେ ଦେଶରେ ଠକେଇ ବିପଦ ଓ ମୁକାବିଲା ଉପରେ ଗଭୀର ଭାବେ ଆଲୋକପାତ କରଯାଇଛି । ବ୍ୟାଙ୍କଗୁଡ଼ିକ ଦ୍ରୁତ ଗତିରେ ନିଜର ଡିଜିଟାଲ୍ ରୂପାନ୍ତରଣ ରଣନୀତିକୁ ଆଗକୁ ବଢ଼ାଇଥିବାରୁ ଠକେଇର ମୁକାବିଲା କରିବା ଜରୁରୀ ହୋଇପଡ଼ିଛି । ବାୟୋକ୍ୟାଚ୍ ଅନୁଶୀଳନରୁ ଜଣାପଡ଼ିଛି ଯେ ଦେଶର ଏକ ସହଯୋଗୀ ବ୍ୟାଙ୍କରେ ପ୍ରତି ୧୦ ମ୍ୟୁଲ୍ ଖାତାରୁ ୯ଟି ଖାତାକୁ ଚିହ୍ନଟ କରାଯାଇପାରୁନାହିଁ ।
ବାୟୋକ୍ୟାଚ୍‌ର ଗ୍ଲୋବାଲ୍ ଫ୍ରଡ୍ ଇଂଟେଲିଜେନ୍‌ସ ନିର୍ଦ୍ଦେଶକ ଟମ୍ ପିକକ୍ କହିଛନ୍ତି ଯେ, “ବ୍ୟାଙ୍କିଙ୍ଗ ଠକେଇ ଖାତାର ବ୍ୟାପକତା ସମଗ୍ର ଠକେଇ କ୍ଷେତ୍ରରେ କେବଳ ଏକ ନଜରରେ ଥିବା ଧାରାକୁ ଇଙ୍ଗିତ କରୁଛି । ଯେଉଁ ଠକେଇ ଖାତାଗୁଡ଼ିକୁ ବ୍ୟାଙ୍କଗୁଡ଼ିକ ସଫଳତାର ସହ ଚିହ୍ନଟ କରିଛନ୍ତି ତାହା ହେଉଛି ଏକ ବରଫ ପାହାଡ଼ରୁ ଅଳ୍ପ ଟିକେ ବରଫ ପାଇବା ଭଳି । ଏଭଳି ଠକେଇର ନେଟ୍‌ୱର୍କକୁ ଚିହ୍ନଟ କରିବା ଏବଂ ତାହାକୁ ବନ୍ଦ କରିବା ଲାଗି ଭାରତୀୟ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଦୃଢ଼ ନିରାପତା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।”
ବାୟୋକ୍ୟାଚ୍ ରିପୋର୍ଟରୁ ଜଣାପଡ଼ିଛି ଯେ ତୃତୀୟ ପକ୍ଷ ଖାତାକୁ ଅକ୍ତିଆର କରି ହେଉଥିବା ଠକେଇର ଭାଗ ଦେଶରେ ସର୍ବାଧିକ ୫୫ ପ୍ରତିଶତ ରହିଛି । ମ୍ୟୁଲ ଖାତାରେ ବ୍ୟବହାର ହେଉଥିବ ପ୍ରତିଟି ଡିଭାଇସ ହାରାହାରି ୩୫ଟି ଖାତାରେ ଲଗ୍ ଇନ୍ ହେଉଛି । ଅପରାଧୀମାନେ ଦେଶ ବାହାରେ ରହି ଭାରତୀୟ ଖାତାକୁ ହାସଲ କରୁଛନ୍ତି । ୮୬ ପ୍ରତିଶତ କାର୍ଯ୍ୟକଳାପ ଦେଶ ଭିତରେ ହେଉଥିବା ୧୬-୨୦ ପ୍ରତିଶତ ଗତିବିଧି ଭିପିଏନ୍ ଜରିଆରେ ହେଉଛି ।
ବାୟୋକ୍ୟାଚ୍‌ର ଏପିଏସି ଉପସଭାପତି(ସେଲ୍‌ସ) ରିଚାର୍ଡ ବୁଥ୍ କହିଛନ୍ତି ଯେ, “ଭାରତରେ ଆମେ ଯେଉଁ ପ୍ରକାର ଠକେଇ ସବୁ ଦେଖିଛୁ ତାହା ବିଶ୍ୱରେ ଘଟୁଥିବା କେତେକ ସାଧାରଣ ପ୍ରକାରର ଠକେଇ ଏବଂ କେବଳ ଏହି ଅଂଚଳରେ ଘଟୁଥିବା ନିିର୍ଦ୍ଦିଷ୍ଟ ପ୍ରକାର ଠକେଇର ସମିଶ୍ରଣ । ସାରା ବିଶ୍ୱରେ ମ୍ୟୁଲ / ଠକେଇ ଗତିବିଧି ଓ ସ୍କାମ ଅଧିକ ଦେଖିବାକୁ ମିଳୁଛି । ଏହି ଠକେଇ ଓ ଆର୍ଥିକ ଅପରାଧର ମୁକାବିଲା କରିବା ଲାଗି ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଅପରାଧୀ, ସେମାନଙ୍କ କୌଶଳ ଓ ସେମାନଙ୍କ ଅସ୍ତ୍ର ବିଷୟରେ ଯଥା ସମ୍ଭବ ଜାଣିବା ଜରୁରୀ ବୋଲି ବାୟୋକ୍ୟାଚ୍ ଭାବୁଛି । ଆମ ରିପୋର୍ଟରେ ଏଭଳି ଅନେକ କଥା ରହିଛି ଯାହାକୁ ବ୍ୟାଙ୍କଗୁଡ଼ିକ ଗ୍ରହଣ କରି ଦେଶବିଦେଶରୁ ଥିବା ଠକେଇ ବିପଦରୁ ସୁରକ୍ଷିତ ରହିପାରିବେ ।”

Share

Leave a Reply

Your email address will not be published. Required fields are marked *

10 − eight =