ଆର୍ଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର ୨୦୨୬ ଅଗଷ୍ଟ ୫, ବୁଧବାର ଖୋଲିବ
ଆର୍ଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୬ ଅଗଷ୍ଟ ୫ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଏହାର ଗୋଟିଏ ଦିନ ପୂର୍ବରୁ ୨୦୨୬ ଅଗଷ୍ଟ ୪, ମଙ୍ଗଳବର ବିଡ୍ ଦାଖଲ କରିପାରିବେ ଏବଂ ବିଡ୍ ଦାଖଲର ଶେଷ ତାରିଖ ହେଉଛି ୨୦୨୬ ଅଗଷ୍ଟ ୭, ଶୁକ୍ରବାର।
ଏହି ଇସ୍ୟୁରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ୍ ୫୦-୫୨ ଟଙ୍କା ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୨୮୧ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଓ ସେଥିରେ ୨୮୧ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଅଫରରେ ୩୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍ରେ ନିବେଶକମାନେ ୧୯,୯୭୫,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ସନ୍ଦୀପ ଅଗ୍ରୱାଲ ୯,୯୮୭,୦୦୦ ଇକ୍ୱିଟି ସେୟାର ଓ ନିକୁ୍ଞ୍ଜ ଅଗ୍ରୱାଲ ୯,୯୮୭,୫୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ପ୍ରଦାନ କରାଯିବ। ବୁକ ରନିଂ ଲିଡ ମ୍ୟାନେଜରମାନଙ୍କ ସହ ଆଲୋଚନା କରି କ୍ୟୁଆଇବିଙ୍କ ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାର ଆଙ୍କର ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ। ସେଥିରୁ ୩୩.୩୩ ପ୍ରତିଶତ ଇକ୍ୱିଟି ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡ ଓ ୬.୬୭ ପ୍ରତିଶତ ଇକ୍ୱିଟି ସେୟାରକୁ ଜୀବନ ବୀମା କମ୍ପାନି ଓ ମ୍ୟୁଚୁଆଲ ଫଣ୍ଡଙ୍କୁ ଆବଂଟନ କରାଯାଇପାରିବ। ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ କେବଳ ମ୍ୟୁଚୁଆଲ ଫଣ୍ଡମାନଙ୍କ ପାଇଁ ରଖାଯିବ।
ଅଫରର ୧୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ପାଇଁ ରଖାଯିବ। ନିଟ ଅଫରର ୩୫ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ବିଡରଙ୍କୁ ଆବଂଟନ କରାଯିବ। କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ। ଏନ୍ଏସ୍ଇ ହେବ ଡେଜିଗ୍ନେଟେଡ୍ ଷ୍ଟକ୍ ଏକ୍ସଚେଂଜ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ପାଂଟୋମାଥ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ରେଜିଷ୍ଟ୍ରାର ହେଉଛି କେଫିନ୍ ଟେକ୍ନୋଲୋଜିସ୍ ଲିମିଟେଡ୍।

