ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ୱେବସାଇଟ୍‌ର ନୂଆ ଲୁକ୍ ଓ ସୁବିଧାସୁଯୋଗ ପ୍ରତି ବହୁ ଯାତ୍ରୀ ଆକର୍ଷିତ, ବୁକିଂରେ ଉଲ୍ଲେଖନୀୟ ବୃଦ୍ଧି

ଭୁବନେଶ୍ୱର: ଏୟାର ଇଣ୍ଡିଆର ଦୁଇ ସହାୟକ କଂପାନି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାରଏସିଆ ଇଣ୍ଡିଆର ନୂଆ ୱେବସାଇଟ୍‌ର ଲୁକ୍ ଓ ସେଥିରେ ଥିବା ସୁବିଧା ସୁଯୋଗ ଯାତ୍ରୀମାନଙ୍କୁ ଆକର୍ଷିତ କରୁଛି । ଏହି ପ୍ଲାଟଫର୍ମ ଶୁଭାରମ୍ଭ ହେବାର କିଛି ସମୟ ମଧ୍ୟରେ ପରିଦର୍ଶନକାରୀ ଓ ବୁକିଂରେ ବୃଦ୍ଧି ହୋଇଛି । ପ୍ରଥମ ଦିନରେ ଆନ୍ତର୍ଜାତିକ ବିମାନ ରାଜସ୍ୱରେ ଏହାର ୨୫ ପ୍ରତିଶତ ଭାଗ ଥିବାରୁ ଏହା ଟିକଟ ସଂରକ୍ଷଣର ଏକକ ପ୍ରଭାବଶାଳୀ ଉତ୍ସ ଭାବେ ଉଭା ହୋଇଛି । ଦୁଇ କଂପାନିର ସମନ୍ୱୟରେ ଗଠନ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ନୂଆ ୱେବସାଇଟ୍ ବସକ୍ସସଦ୍ଭୟସବରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ.ମକ୍ଟଜ୍ଞରେ ଉଭୟ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାରଏସିଆ ଇଣ୍ଡିଆର ଯାତ୍ରୀମାନେ ବୁକିଂ କରିପାରୁଥିବା ବେଳେ ସଂରକ୍ଷଣର ପରିଚାଳନା କରିପାରୁଛନ୍ତି । ଟାଟା ଡିଜିଟାଲ୍ ସହଯୋଗରେ ଟାଟା କନ୍‌ସଲଟାନ୍ସି ପକ୍ଷରୁ ବିକାଶ କରାଯାଇଥିବା ଏୟାରଏସିିଆ ଇଣ୍ଡିଆର ୱେବସାଇଟ୍‌ରେ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି ଯାହା ବୁକିଂ, ସହାୟତା ଓ ଯାତାୟାତ ଅନୁଭୂତିରେ ଉନ୍ନତି ଆଣିପାରିଛି ।
ନୂଆ ୱେବସାଇଟ୍‌ର ଶୁଭାରମ୍ଭ ସହ ଦୁଇ ଏୟାରଲାଇନ୍‌ସ ସାଧାରଣ ସଂରକ୍ଷଣ ଓ ଚେକ୍‌-ଇନ୍ ଏକତ୍ରୀତ ହୋଇପାରିଛି । ପର୍ଯ୍ୟାୟକ୍ରମେ ଆନ୍ତର୍ଜାତିକ ଟର୍ମିନାଲ୍‌ରେ ଏକକ ବିମାନବନ୍ଦର ଚେକ୍‌-ଇନ୍ ବ୍ୟବସ୍ଥାକ ସମ୍ପ୍ରସାରିତ କରାଯିବା ପରେ ବିଦେଶ ନେଟ୍‌ୱର୍କକୁ ସେଥିରେ ଲାଗୁ କରାଯିବ ।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ୱେବସାଇଟ୍‌ରେ ଅଧା ବୁକିଂ ଆନ୍ତର୍ଜାତିକ ବଜାର ପାଇଁ ହେଉଥିବା ବେଳେ ସେଥିରେ ଦୁବାଇର ବଡ଼ ଭାଗ ରହିଛି । ଅନ୍ୟ ପ୍ରମୁଖ ଆନ୍ତର୍ଜାତିିକ ସ୍ଥାନଗୁଡ଼ିକ ହେଉଛି ଆବୁଧାବି, ଦୋହା, ସାରଜାହ ଓ ସିଙ୍ଗାପୁର । ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହରରୁ ଅଧିକ ବୁକିଂ ଆସୁଛି ।
ଦୁଇ ଏୟାରଲାଇନ୍ସ ମଧ୍ୟରେ ସମନ୍ୱୟର ଅଂଶ ସ୍ୱରୂପ ଟ୍ୱିଟର, ଫେସବୁକ୍‌, ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବ୍‌ରେ ଏକକ ସୋସିଆଲ ମିଡିଆ ହାଣ୍ଡେଲ୍ କାର୍ଯ୍ୟକାରୀ କରାଯାଇଛି । ଦ୍ରୁତ ପ୍ରତିକ୍ରିୟା ଓ ସମାଧାନ ସମ ଏବଂ ସକାରାତ୍ମକ ମନୋଭାବ ଓ ଗ୍ରାହକଙ୍କ ମତାମତକୁ ନେଇ ସମସ୍ତ ଭାରତୀୟ ଏୟାରଲାଇନ୍ସ ମଦ୍ୟରେ ଏହି ପ୍ଲାଟଫର୍ମର ସୋସିଆଲ ଲୋକପ୍ରିୟତା ସ୍କୋର ସର୍ବାଧିକ ରହିଛି । ଏଆଇର ଶକ୍ତିଥିବା ଚାଟ୍‌ବଟ୍ “ଟିଆ’ ଉଭୟ ଏୟାରଲାଇନ୍ସକୁ ଏକକ ହ୍ୱାଟସ୍‌ଆପ୍ ନମ୍ବର, ଫେସବୁକ୍ ମେସେଞ୍ଜର ଜରିଆରେ ଚବିଶ ଘଂଟା ସହାୟତା ପ୍ରଦାନ କରୁଛି ।
ଏକକ ନିରନ୍ତରତା ରଣନୀତି ସ୍ୱରୂପ ୱେବସାଇଟ୍ ପକ୍ଷରୁ ଯାତ୍ରୀମାନଙ୍କୁ କାର୍ବନ ଫୁଟପ୍ରିଂଟ୍ କମ୍ କରିବା ଲାଗି ପ୍ରତିି ବୁକିଂ ଉପରେ ଗୋଟିଏ ବୃକ୍ଷରୋପଣ କରାଯାଉଥିବା ବେଳେ ତାହାକୁ ଜିଓ-ଲୋକେସନ ଟ୍ୟାଗ୍ ଥିବା ୟୁଆର୍‌ଏନ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି । କର୍ପୋରେଟ୍ ଓ ରିଟେଲ୍ ଟ୍ରାଭେଲ୍ ଏଜେଂଟ୍‌ମାନଙ୍କ ଲାଗି ସେହି ପ୍ଲାଟଫର୍ମରେ ଏକ ଟ୍ରାଭେଲ୍ ଏଜେଂଟ୍ ପୋର୍ଟାଲ୍ ରହିଛି । ସେଥିରେ ସ୍ୱୟଂକ୍ରିୟ ଅପ୍‌ଲୋଡ୍ ବିକଳ୍ପ ଥିବାରୁ ମାନବ ହସ୍ତକ୍ଷେପର ଆବଶ୍ୟକତା ରହୁନାହିଁ । ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ହୋଇଥିବା ବେଳେ ମୁଲଚାଲ ପାଇଁ ଟିକଟ ଦାମ୍ ଉପଲବ୍ଧ ହୋଇଥିବାରୁ ବ୍ୟକ୍ତିବିଶେଷ ଓ ଗ୍ରୁପ୍ ବୁକିଂ କରିବା ଟ୍ରାଭେଲ୍ ଏଜେଂଟ୍‌ମାନଙ୍କ ଲାଗି ସହଜ ହୋଇପାରିଛି ।
ଏହି ସମନ୍ୱିତ ପ୍ଲାଟଫର୍ମକୁ ମିଳିଥିବା ପ୍ରତିକ୍ରିୟାକୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆର ପରିଚାଳନା ନିର୍ଦେଶକ ଶ୍ରୀ ଆଲୋକ ସିିଂହ କହିଛନ୍ତି ଯେ, “ପ୍ରାରମ୍ଭିକ ପର୍ଯ୍ୟାୟରେ ରେକର୍ଡ ସମୟ ଭିତରେ ଦୃଢ଼ ଭାବେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆର ସମନ୍ୱୟ କରାଯାଇଛି । ପାରମ୍ପରିକ ବ୍ୟବସ୍ଥା ତୁନଳାରେ ସଫଳତାର ସହ ଆଧୁନିକ ପ୍ରଯୁକ୍ତିକୁ ରୂପାନ୍ତରଣ ହୋଇପାରିଛି । ଏୟାର ଏସିଆ ଇଣ୍ଡିଆର ଥିବା ଦୃଢ଼ ବ୍ୟବସ୍ଥା ସହିତ ଉପଯୋଗୀ ପ୍ରଯୁକ୍ତି ସମାଧାନକୁ ମଧ୍ୟ ମୂତୟନ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ନୂତନ ଭାବେ ଉନ୍ମୋଚିତ ହୋଇଥିବା ୱେବସାଇଟ୍ ପ୍ରତି ସମର୍ଥନକୁ ଦେଖି ଆମେ ଅତ୍ୟନ୍ତ ଉତ୍ସାହିତ । ଏହି ଏକକ ଗ୍ରାହକ ଅନୁଭୂତି ଆମ ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିବା ବେଳେ ଏହା ଏୟାର ଇଣ୍ଡିଆ ନେଟ୍‌ୱର୍କର ଦୃଢ଼ତା ଓ ବ୍ୟାପକତାକୁ ଦର୍ଶାଉଛି । ଆମେ ଆହୁରି ଅଧିକ ସ୍ୱତନ୍ତ୍ର ସୁବିଧାସୁଯୋଗ ସାମିଲ କରିବା ଏବଂ ଉନ୍ନତ ଅନୁଭୂତି ପ୍ରଦାନ ଓ ଗ୍ରାହକଙ୍କ ମନରେ ଦୃଢ଼ ଉପସ୍ଥିତି ସୃଷ୍ଟି କରିବା ଲାଗି ସେବାର ସମନ୍ୱୟ ଉପରେ କାର୍ଯ୍ୟ କରୁଛୁ ।’’
ଏୟାର ଏସିଆ ଇଣ୍ଡିଆ ଦେଶରେ ୯ଟି ସ୍ଥାନକୁ ଯାତ୍ରା କରୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଭାରତର ୨୦ଟି ସହରରୁ ୧୯ଟି ଆନ୍ତର୍ଜାତିକ ସ୍ଥାନକୁ ଯାତ୍ରା କରୁଛି ।

Share

Leave a Reply

Your email address will not be published. Required fields are marked *

1 × two =