ରୁଙ୍ଗ୍‌ଟା ଷ୍ଟିଲ୍ ପକ୍ଷରୁ ସମ୍ବଲପୁରରେ ଡିଲର୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ ଓ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗ୍‌୍‌ଟା ଷ୍ଟିଲ୍ ଏହାର ଚ୍ୟାନେଲ୍ ପାର୍ଟନର ଶ୍ରୀରାମ ଏଂଟରପ୍ରାଇଜେସ୍ ସହଯୋଗରେ ସମ୍ବଲପୁରର ଶାସନ ସ୍ଥିତ ଦି ୱେଲକମ୍ ରିସୋର୍ଟସ୍‌ରେ ଏକ ଡିଲର ସମ୍ମିଳନୀ ଆୟୋଜନ କରିଛି ।
ଅଂଶୀଦାରମାନଙ୍କ ସହିତ ସହଯୋଗିତାକୁ ସୁଦୃଢ଼ କରିବା ଏବଂ ପ୍ରମୁଖ ବଜାରରେ କଂପାନିର ଉପସ୍ଥିତିକୁ ବଢ଼ାଇବା ଲକ୍ଷ୍ୟ ରଖି ଏହି ଡିଲର ସମ୍ମିଳନୀ ଆୟୋଜନ କରାଯାଇଥିଲା ଯେଉଁଥିରୁ ଅଂଶଗ୍ରହଣକାରୀମାନଙ୍କ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ।
ଚ୍ୟାନେଲ୍ ପାର୍ଟନରମାନଙ୍କୁ ସମ୍ବୋଧିତ କରି ରୁଙ୍ଗ୍‌ଟା ଷ୍ଟିଲ୍‌ର ଏଭିପି ଓ ମୁଖ୍ୟ, ସେଲ୍‌ସ ଆଣ୍ଡ୍ ମାର୍କେଟିଂ( ଟିଏମ୍‌ଟି ଓ ୱାୟାର ରଡ୍‌) ଶ୍ରୀ ଅରବିନ୍ଦ କୁମାର ଓଡ଼ିଶା ବଜାରର ଗୁରୁତ୍ୱ ବିଷୟରେ କହିଥିଲେ । ଏହି ଅଂଚଳରେ ସ୍ଥିତି ସୁଦୃଢ଼ କରିବା ଲାଗି ରୁଙ୍ଗଟା ଷ୍ଟିଲ୍‌ର ପ୍ରତିବଦ୍ଧତା ଜଣାଇଥିଲେ ଏବଂ ମୂଲ୍ୟବାନ ସହଯୋଗୀମାନଙ୍କ ସମର୍ଥନ ଲୋଡ଼ିଥିଲେ । ସ୍ଥାୟୀ ବିକାଶ ଓ ଉତ୍କୃଷ୍ଟ ସେବା ଉପରେ ଗୁରୁତ୍ୱ ଦେଇ ଶ୍ରୀ କୁମାର ଓଡ଼ିଶା ବଜାରରେ ସଫଳତା ପାଇଁ ରୁଙ୍ଗଟା ଷ୍ଟିଲ୍‌ର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ରୁଙ୍ଗଟା ଷ୍ଟିଲ ପ୍ରଦାନ କରୁଥିବା ଉଚ୍ଚ ମାନର ଉତ୍ପାଦ ସାରା ରାଜ୍ୟର ବ୍ୟବସାୟ ଓ ଶିଳ୍ପର ବିଶ୍ୱାସ ଓ ପ୍ରଶଂସା ହାସଲ କରିଛି ।
ଏହି ଡିଲର ସମ୍ମିଳନୀରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା, ବରଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲାର ୧୫୦ ଡିଲର ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭାବ ବିନିମୟ ଅଧିବେଶନ, ଜ୍ଞାନ ଆଦାନପ୍ରଦାନ ଏବଂ ଅତ୍ୟାଧୁନିକ ଶିଳ୍ପ ଧାରା, ଉତ୍ପାଦ ଅପଡେଟ୍ ଏବଂ ବଜାର ଉପରେ ଆଲୋଚନା ଅନ୍ତର୍ଭୁକ୍ତ ଥିଲା । ଡିଲରମାନଙ୍କୁ ମୂଲ୍ୟବାନ ମତାମତ ପ୍ରଦାନ କରିବା ପାଇଁ ସୁଯୋଗ ଦିଆଯାଇଥିଲା ଯାହା ଦ୍ୱାରା ରୁଙ୍ଗଟା ଷ୍ଟିଲ ଓଡ଼ିଶା ବଜାରର ସ୍ୱତନ୍ତ୍ର ଚାହିଦା ପୂରଣ କରିବା ପାଇଁ ଏହାର ଉତ୍ପାଦ ଏବଂ ସେବାଗୁଡ଼ିକୁ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

six + 18 =