Business

ଟିସିଏସ୍ ପକ୍ଷରୁ ଟିସିଏସ୍ ଇନ୍‌କ୍ୱିଜିଟିଭ୍‌ର ୨୦୨୬ ସଂସ୍କରଣ ଉନ୍ମୋଚିତ; ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ଶୁଭାରମ୍ଭ

ଭୁବନେଶ୍ୱର: ଆଇଟି ସେବା, କନସଲଟିଂ ଓ ବ୍ୟବସାୟ ସମାଧାନାର ବିଶ୍ୱସ୍ତରୀୟ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ପକ୍ଷରୁ ଟିସିଏସ୍ ଇନ୍‌କ୍ୱିଜିଟିଭ୍‌ର ୨୦୨୬ ସଂସ୍କରଣ ଘୋଷଣା କରାଯାଇଛି। ଏହା ହେଉଛି ଏକ ଆନ୍ତଃ ସ୍କୁଲ କୁଇଜ ପ୍ରତିଯୋଗିତା ଯାହାର ପଞ୍ଜୀକରଣ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଛି।
୨୭ ବର୍ଷରେ ପଦାର୍ପଣ କରିଥିବା ଏହି କୁଇଜ ପ୍ରତିଯୋଗିତା ଯୁବବର୍ଗ ପାଇଁ ଦେଶର ସବୁଠୁ ପସନ୍ଦର ପ୍ରତିଯୋଗିତାରେ ପରିଣତ ହୋଇଛି ଯାହା ଏହି ଦ୍ରୁତ ପରିବର୍ତ୍ତର୍ନଶୀଳ ଦୁନିଆରେ ଆଗକୁ ବଢ଼ିବା ଓ ପ୍ରଯୁକ୍ତି ଗ୍ରହଣ କରି ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ସେମାନଙ୍କୁ ଉତ୍ସାହିତ କରୁଛି। ଟିସିଏସ୍ ଇନ୍‌କ୍ୱିଜିଟିଭ୍‌ରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀ ସମେତ ପ୍ରାକ୍‌-ବିଶ୍ୱବିଦ୍ୟାଳୟ ଓ ଜୁନିଅର କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇପାରିବ। ପୁନେ, ଇନ୍ଦୋର, ବେଙ୍ଗାଲୁରୁ, ଅହମଦାବାଦ, ନାଗପୁର, ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ, ଭୁବନେଶ୍ୱର, କୋଚି, କୋଲକାତା ଓ ମୁମ୍ବାଇ ଭଳି ୧୨ଟି ସହରରେ ଏହି ପ୍ରତିଯୋଗିତା ହେବ। ପ୍ରତି ସହରର ଶ୍ରେଷ୍ଠ ଟିମ୍ ସେମି ଫାଇନାଲକୁ ଯିବେ ଏବଂ ମୁ୍‌ମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫାଇନାଲରେ ପ୍ରତିଯୋଗିତା କରିବେ।
ଟିସିଏସ୍‌ର ମାନବ ସମ୍ବଳ ଅଧିକାରୀ ସୁଦୀପ କୁନୁମଲ କହିଛନ୍ତି ଯେ, “ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ୨୦୨୫ ଗ୍ଲୋବାଲ ଭାଇବ୍ରାନ୍ସି ଟୁଲ୍‌ରେ କୃତ୍ରିମ ବୁଦ୍ଧିମତାରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରତିଯୋଗିତାପୂର୍ଣ୍ଣ ରାଷ୍ଟ୍ର ଭାବେ ଉଭା ହେବା ଏହାର ଡିଜିଟାଲ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ। ସାରା ଦୁନିଆ ଏଆଇ ଭବିଷ୍ୟତ ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଦୁନିଆର ଅନ୍ୟତମ ସର୍ବବୃହତ ଏଆଇ ନେତୃତ୍ୱାଧୀନ ପ୍ରଯୁକ୍ତି ସେବା ବ୍ୟବସ୍ଥା ସୃଷ୍ଟି କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ଯାହା ନବସୃଜନ, ଅନ୍ତର୍ଭୁକ୍ତୀକରଣ ଓ ଦୀର୍ଘକାଳୀନ ମୂଲ୍ୟକୁ ଆଗକୁ ବଢ଼ାଇବ। ଟିସିଏସ ଇନକ୍ୱିଜିଟିଭ୍ ଭଳି ଅଭିଯାନ ଜରିଆରେ ଆମେ ଉତ୍ସାହ ଜାଗ୍ରତ କରିବା, ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଓ ଏଆଇର ରୂପାନ୍ତରୀତ ସମ୍ଭାବନା ବ୍ୟବହାର କରି ପରବର୍ତୀ ପିଢ଼ିକୁ ସଶକ୍ତ କରିବା ସହିତ ଷ୍ଟେମ୍ ମୁଳଦୁଆକୁ ସଶକ୍ତ କରିବାକୁ ଚାହୁଛୁ ଯାହା ଏକ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ ଭାରତ ପାଇଁ ଶକ୍ତି ପ୍ରଦାନ କରିବ।”
ଟିସିଏସ୍ ଇନ୍‌କ୍ୱିଜିଟିଭ୍ ହେଉଛି ଭାରତର ସବୁଠୁ ସମ୍ମାନଜନକ ଆନ୍ତଃ-ସ୍କୁଲ କୁଇଜ ପ୍ରତିଯୋଗିତା ଯେଉଁଥିରେ ଛାତ୍ରଛାତ୍ରୀମାନେ ବିପୁଳ ସଂଖ୍ୟାରେ ଭାଗ ନେଉଛନ୍ତି ଏବଂ ଅଭିଭାବକ ଓ ଶିକ୍ଷାବିତମାନଙ୍କର ସମର୍ଥନ ଏଥିପ୍ରତି ରହିଛି। କୁଇଜ ପ୍ରତିଯୋଗିତା ଆୟୋଜନରେ ଟିସିଏସର ରହିଥିବା ଦୁଇ ଦଶନ୍ଧିର ପରମ୍ପରା ଆଧାରରେ ଗଠିତ ଟିସିଏସ ଆଇଟି ୱିଜକୁ ୧୯୯୯ରେ ଆରମ୍ଭ କରାଯାଇଥିଲା। ପ୍ରତିଯୋଗିତାର ୨୦୨୬ ସଂସ୍କରଣରେ ଶିକ୍ଷା, ମନୋରଂଜନ ଓ କ୍ରୀଡ଼ାଠାରୁ ଆରମ୍ଭ କରି ବ୍ୟବସାୟ ଧାରା, ବିଜ୍ଞାପନ ଓ ସାମାଜିକ ଗଣମାଧ୍ୟମ ଭଳି ବିଷୟକୁସାମିଲ କରାଯାଇଛି। ଷ୍ଟେମ ଉପରେ ଗୁରୁତ୍ୱାରୋପ କରି ଏହି କୁଇଜ ପ୍ରତିଯୋଗିତା କୃତ୍ରିମ ବୁଦ୍ଧିମତା, କ୍ଲାଉଡ କମ୍ପ୍ୟୁଟିଂ, ଅଟୋମେସନ, ବାୟୋମେଟ୍ରିକ୍ ଓ ରୋବୋଟିକ୍ସ ଭଳି ବିଷୟ ଉପରେ ଆଲୋକପାତ କରୁଛି।
ଛାତ୍ରଛାତ୍ରୀମାନେ ଟିସିଏସ୍ ଇନକ୍ୱିଜିଟିଭ୍ ୱେବସାଇଟ୍‌ରେ ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ ଦାଖଲ କରିପାରିବେ। ଅଧିକ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ: https://www.tcs.com/inquizitive

Share

Leave a Reply

Your email address will not be published. Required fields are marked *

eleven − six =