Friday, October 30, 2026
Latestମନୋରଞ୍ଜନ

ଏହି ଅଭିନେତାଙ୍କୁ ୩ବର୍ଷ ହେଇପାରେ ଜେଲ ଜାଣନ୍ତୁ…

କିଛି ଦିନ ପୂର୍ବରୁ ପ୍ରେମିକା ନିରୁ ରନ୍ଧାଓ୍ଵାଙ୍କୁ ମାଡ଼ ମାରି ବିବାଦରେ ଫସିଥିବା ଅଭିନେତା ଅର୍ମାନ କୋହଲୀ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ,ବେଆଇନ୍ ଭାବରେ ବିଦେଶୀ ବ୍ରାଣ୍ଡର ସ୍କଚ୍ ଏବଂ ହ୍ଵିସ୍କିର ବୋତଲ ରଖିଥିବାରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ପାଖରୁ ୪୧ଟି ବିଦେଶୀ ବ୍ରାଣ୍ଡର ସ୍କଚ୍ ଏବଂ ହ୍ଵିସ୍କିର ବୋତଲ ଜବତ କରିଛି ପୁଲିସ। ତାଙ୍କ ଉପରେ ବମ୍ବେ ପ୍ରୋହିବିସନ୍ ଆକ୍ଟ ୧୯୪୯ର ଧାରା ୬୩ ଅନୁଯାୟୀ, ବେଆଇନ୍ ଭାବରେ ମଦ ରଖିବାର ଆରୋପ ଲାଗିଛି । ଆର୍ମାନଙ୍କୁ ଏକ୍ସସାଇଜ୍ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି ।
ଆଇନ୍ ଅନୁଯାୟୀ, ଦେଶର କୌଣସି ନାଗରିକ ମାସକ ପାଇଁ କେବଳ ୧୨ଟି ମଦ ବୋତଲ ପାଖରେ ରଖି ପାରିବ । ଏହା ସହ ବିଦେଶରୁ କେବଳ ଦୁଇଟି ବୋତଲ ଆଣିବାର ଅନୁମତି ରହିଥାଏ । କିନ୍ତୁ ଅର୍ମାନ ୪୧ଟି ମଦ ବୋତଲ ରଖି ଆଇନ୍ର ଉଲ୍ଲଙ୍ଘନ କରିଛନ୍ତି । ଏବେ ତାଙ୍କୁ ପଚାଉଚରା କରାଯାଉଥିବା ବେଳେ ଲାଗିଥିବା ଆରୋପ ପ୍ରମାଣ ହେଲେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି କୁହାଯାଉଛି।

Share

Leave a Reply

Your email address will not be published. Required fields are marked *

eleven + 14 =