ପ୍ରଧାନମନ୍ତ୍ରୀଙ୍କୁ ପିଆଜ ଚାଷୀ ପଠାଇଲେ ମନିଅଡର … କାହିଁକି ପଢନ୍ତୁ …

ମହାରାଷ୍ଟ୍ର () ମହାରାଷ୍ଟ୍ରର ଜଣେ ଚାଷୀ ପ୍ରତିବାଦର  ସଂକେତ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଲୋ ପିଛା 1 ଟଙ୍କାରେ ପିଆଜ ବିକ୍ରି କରି ଉପାର୍ଜିତ ସମସ୍ତ ଅର୍ଥ ମନିଅଡର କରି ପଠାଇଛନ୍ତି । ମହାରାଷ୍ଟ୍ରାରେ ପିଆଜର ବ୍ୟାପକ ଅଭାବି ବିକ୍ରି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଉଦାସୀନତା ବିରୋଧରେ ଏହି ଚାଷୀ ଜଣକ ପ୍ରତିବାଦ ଜଣାଇଛନ୍ତି ।

ମହାରାଷ୍ଟ୍ର ନାସିକ ଜିଲ୍ଲାର କିଛି ଉଦ୍ୟୋଗୀ ଚାଷୀଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ସଂଜୟ ସାଠେ । ସେ ଗତ 2010 ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସହ ଆଲୋଚନା ପାଇଁ କୃଷି ମନ୍ତ୍ରଣାଳୟ ଦ୍ବାରା ଚିହ୍ନଟ ହୋଇଥିବା କିଛି ଚାଷୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ସେ ଏବର୍ଷ 750 କେଜି ପିଆଜ ଉତ୍ପାଦନ କରିଥିଲେ । ଏସବୁ ପିଆଜକୁ କିଲୋ ପିଛା ମାତ୍ର 1 ଟଙ୍କାରେ ବିକ୍ରି କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । କୌଣସି ମତେ ମୂଲଚାଲ କରି ସେ କିଲୋ ପିଛା 1.40 ଟଙ୍କାରେ 750 କେଜି ପିଆଜ ବିକ୍ରି କଲେ ।

4 ମାସର ପରିଶ୍ରମ ପରେ 750 କେଜି ପିଆଜ ବିକ୍ରି କରି ସଂଜୟ ଅର୍ଜନ କଲେ ମାତ୍ର 1,064 ଟଙ୍କା । ଯାହାକି ତାଙ୍କ ପାଇଁ ଥିଲା ଅତ୍ୟନ୍ତ କଷ୍ଟକର  । ତେଣୁ ପ୍ରତିବାଦ ସ୍ବରୂପ ସେ ଏ ସମସ୍ତ ଅର୍ଥକୁ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ ପାଣ୍ଠିକୁ ଦାନ କରିଦେଇଛନ୍ତି । ଏବଂ ଏହି ଅର୍ଥକୁ ମନିଅଡର କରି ପଠାଇବାକୁ ତାଙ୍କୁ ଆଉ 54 ଟଙ୍କା ହାତରୁ ଗଣିବାକୁ ପଡିଛି ।

ସେ କୌଣସି ରାଜନୈତିକ ଦଳର ହୋଇନଥିଲେ ବି ସରକାରଙ୍କ ପିଆଜ ଚାଷୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ପ୍ରତିବାଦରେ ସେ ଏଭଳି ଏକ ପଦକ୍ଷେପ ନେଇଥିବା କହିଛନ୍ତି । ଗତ ନଭେମ୍ବର 29 ତାରିଖରେ ନିଫାଡ୍ ପୋଷ୍ଟ ଅଫିସରୁ ପଠାଯାଇଥିବା ଏହି ମନିଅଡରଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରେରିତ ହୋଇଛି ।

8 ବର୍ଷ ତଳେ ସେ ବିଭିନ୍ନ ଟେଲିକମ ଉପଭୋକ୍ତା ସେବା ଦ୍ବାରା ପ୍ରଦାନ କରାଯାଉଥିବା ଭଏସ ଉପଦେଶ ସେବାର ବ୍ୟବହାର କରି ପାଣିପାଗ ସଂପର୍କିତ ସୂଚନା ପାଉଥିଲେ । ଏପରିକି ଆଞ୍ଚଳିକ ରେଡିଓ ଷ୍ଟେସନ ପକ୍ଷରୁ ମଧ୍ୟ ତାଙ୍କୁ କୃଷିରେ ତାଙ୍କ ଅନୁଭୂତି ସଂପର୍କରେ ଆଲୋଚନା ପାଇଁ ଡକାଯାଇଥିଲା । ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତାଙ୍କୁ ଓ ଆଉ କିଛି ଚାଷୀଙ୍କୁ ଓବାମାଙ୍କ ସହ ଆଲୋଚନା ପାଇଁ ବାଛିଥିଲେ । ସେ ମଧ୍ୟ ଜଣେ ଇଣ୍ଟରପ୍ରିଟରଙ୍କ ସାହାର୍ଯ୍ୟରେ ଓବାମାଙ୍କ ସହ ଅଳ୍ପ କିଛି ମିନିଟ କଥା ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

three × one =