Business

ବନ୍ଦେ ଭାରତମ: ଆର୍ସେନିକ ମୁକ୍ତ ଜଳ ଠାରୁ ଏଆଇ ଡାଏଗୋଷ୍ଟିକ୍ସ ପର୍ଯ୍ୟନ୍ତ ନଅ ତୃଣମୂଳ ସ୍ତର ନବସୃଜନକାରୀଙ୍କ କାହାଣୀକୁ ନେଇ ଅଧ୍ୟାୟ ୩,୪ ଓ ୫ ପ୍ରସାରିତ

ଗୌତମ ଆଦାନୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ବନ୍ଦେ ଭାରତମ’ର ବିଭିନ୍ନ ଅଧ୍ୟାୟରେ ଆର୍ସେନିକ୍ ମୁକ୍ତ ଜଳଠାରୁ ଆରମ୍ଭ କରି କୃଷି, ଜଳବାୟୁ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇ ଆଧାରିତ ସମାଧାନ ପର୍ଯ୍ୟନ୍ତ ଭାରତର ତୃଣମୂଳ ସ୍ତରର ଉଦ୍ଭାବନର ବ୍ୟାପକ ଚିତ୍ର ଦେଖିବାକୁ ମିଳିଛି । ଅଧ୍ୟାୟ ୩, ୪ ଓ ୫ରେ ବିହାର, ହରିୟାଣା, କେରଳ, ଉତ୍ତରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗର ୯ଟି ଷ୍ଟାର୍ଟଅପ୍ ନିଜ ଉଦ୍ଭାବନ ଉପସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଣବ ଆଦାନୀ, ଅଙ୍କୁର ଦହିୟା, ଡ. ଅପୂର୍ବ ରଞ୍ଜନ ଶର୍ମା, ବିଜୟ କେଡିଆ ଓ ପ୍ରଥମ ମିତଲଙ୍କ ଭଳି ନିବେଶକ ଓ ମେଂଟର ଷ୍ଟାର୍ଟଅପ ଗୁଡ଼ିକର ପ୍ରସ୍ତାବ ଶୁଣିବା ସହ ନିବେଶ, ମେଂଟରସିପ୍ ଓ ବ୍ୟବସାୟିକ ସୁଯୋଗର ପ୍ରତିଶ୍ରୁତି ଦେଇଛନ୍ତି।
ବିହାରର ନଭମାର୍ଗ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ର ‘ମାରୁ’ ପ୍ରଯୁକ୍ତି ଆର୍ସେନିକ୍ ମୁକ୍ତ ଜଳର ଏକ ଗୁରୁତ୍ୱପୂର୍ଣ୍ଣ ସମାଧାନ ଭାବେ ସାମ୍ନାକୁ ଆସିଛି। ଏହି ପେଟେଂଟପ୍ରାପ୍ତ ମ୍ୟାଗ୍ନେଟିକ୍ ସେପାରେସନ୍ ବ୍ୟବସ୍ଥା କୌଣସି କେମିକାଲ୍ ଡୋଜିଂ ବିନା ପାଣିରୁ ଆର୍ସେନିକ୍ ହଟାଇଥାଏ। ଷ୍ଟାର୍ଟଅପ୍ର ଦାବି ଅନୁଯାୟୀ ଏହା ଏପର୍ଯ୍ୟନ୍ତ ୩୧.୯ ଲକ୍ଷ ଲିଟରରୁ ଅଧିକ ସୁରକ୍ଷିତ ପାଣି ଯୋଗାଣରେ ସହାୟକ ହୋଇଛି। ପ୍ରଣବ ଆଦାନୀ ଏହାକୁ ଆଦାନୀ ଗ୍ରୁପ୍ ମାଧ୍ୟମରେ ମେଂଟରସିପ୍ ପ୍ରଦାନ ପାଇଁ ‘ବନ୍ଦେ ୱିଙ୍ଗ୍ସ’ ପ୍ରସ୍ତାବ ଦେଇଥିବାବେଳେ ରୋଜାନା ନେଟୱର୍କ ମାଧ୍ୟମରେ ଗଙ୍ଗା ଉପତ୍ୟକାରେ ପ୍ରଯୁକ୍ତିର ପ୍ରସାର ପାଇଁ ଅଙ୍କୁର ଦହିୟା ସହଯୋଗର ଆଶ୍ୱାସନ ଦେଇଛନ୍ତି।
ହରିୟାଣାର ଜନ ନୀତି ଏଆଇ ମାଧ୍ୟମରେ ସରକାରୀ ଓ ବ୍ୟବସାୟିକ ନିଷ୍ପତିର ସମ୍ଭାବ୍ୟ ସାମାଜିକ-ଆର୍ôଥକ ପ୍ରଭାବର ମଡେଲିଂ କରୁଛି। ଧାରାଭି ପୁନର୍ବିକାଶ ପ୍ରକଳ୍ପରେ ପାଇଲଟ୍ ଭାବେ ଏହାକୁ ଲାଗୁ କରିବାର ସୁଯୋଗ ଦେବାକୁ ପ୍ରଣବ ଆଦାନୀ ପ୍ରସ୍ତାବ ଦେଇଛନ୍ତି। ଅଙ୍କୁର ଦହିୟା ମଧ୍ୟ ମେଂଟରସିପ୍ ଓ ସହଭାଗିତାର ପ୍ରସ୍ତାବ ଦେଇଛନ୍ତି।
ସେପ୍ଟେମ୍ବର ୫ରେ ପ୍ରସାରିତ ଅଧ୍ୟାୟରେ ତେଲେଙ୍ଗାନାର ଭୌମ୍ୟା ଇନୋଭେସନସ ୨ କୋଟି ଟଙ୍କାର ନିବେଶ ହାସଲ କରିଛି। ଏହାର ‘ରୁଦ୍ର’ ହେଉଛି ଟ୍ରାକ୍ଟରରେ ଲଗାଯାଇପାରୁଥିବା ପଥର ସଂଗ୍ରହକାରୀ ଯନ୍ତ୍ର। ବିଜୟ କେଡିଆ ଓ ଡ. ଅପୂର୍ବ ରଞ୍ଜନ ଶର୍ମା ଏହି ନିବେଶରେ ଅଂଶୀଦାର ହେବା ସହ ମେଂଟରରସିପ୍ ଦେବେ। ଉତ୍ତରପ୍ରଦେଶର ହମ୍ବଲ୍ ବିକୁ ଡ. ଶର୍ମା ୫ କୋଟି ଟଙ୍କା ନିବେଶ ପ୍ରସ୍ତାବ ଦେଇଛନ୍ତି। ଗ୍ରାମୀଣ ଓ ଆଦିବାସୀ ମହିଳାଙ୍କୁ ଜଳବାୟୁ ସହନଶୀଳ ମହୁଚାଷ ଉଦ୍ୟୋଗ ସହ ଯୋଡ଼ିବା ପାଇଁ ଏହାର ଏଆଇ-ସକ୍ଷମ ‘ବିକାଇଣ୍ଡ’ ପ୍ଲାଟଫର୍ମ କାର୍ଯ୍ୟ କରୁଛି। ଆଦାନୀ ଗ୍ରୁପର ଆପଲ୍ ଫାର୍ମ ଓ ବିମାନବନ୍ଦରରେ ମଧ୍ୟ ସମ୍ଭାବ୍ୟ ସହଯୋଗର ଦ୍ୱାର ଖୋଲିଛି। ହରିୟାଣାର ଧରକ୍ଷା ଇକୋସଲ୍ୟୁସନ୍ସ ଫସଲ ଅବଶେଷ ଓ ମସରୁମ୍ ମାଇସେଲିୟମ୍ରୁ କମ୍ପୋଷ୍ଟ ପ୍ୟାକେଜିଂ ପ୍ରସ୍ତୁତ କରୁଛି। ଏହା ନଡ଼ା ପୋଡ଼ିବା ସମସ୍ୟା ଓ ପେଟ୍ରୋଲିୟମ୍ ଆଧାରିତ ପ୍ୟାକେଜିଂର ବିକଳ୍ପ ଭାବେ କାମ କରୁଛି।
ସେପ୍ଟେମ୍ବର ୬ରେ ପ୍ରସାରିତ ଅଧ୍ୟାୟରେ ଉତ୍ତରପ୍ରଦେଶର ପ୍ରାଇମେରୀ ହେଲଥଟେକ୍ ମୋବିଲ୍ୟାବ ଉପସ୍ଥାପନ କରିଥିଲା। ‘ଲ୍ୟାବ୍ ଇନ୍ ଏ ସୁଟକେସ୍‌’ ଭାବେ ବର୍ଣ୍ଣିତ ଏହି ଏଆଇ ଚାଳିତ ବ୍ୟବସ୍ଥା ୧୫ଟି ରାଜ୍ୟର ୩୦୦ଟି ସ୍ଥାନରେ ନିୟୋଜିତ ହୋଇଥିବା ଏବଂ ୩୦ ମିନିଟରେ ପାଥୋଲୋଜି ରିପୋର୍ଟ ଦେଉଥିବା ଷ୍ଟାର୍ଟଅପ୍ ପକ୍ଷରୁ କୁହାଯାଇଛି। ୧୦୦ କୋଟି ଟଙ୍କା ମୂଲ୍ୟାୟନ ସହ ପ୍ରଥମ ମିତଲ ୧ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଛନ୍ତି। କର୍ଣ୍ଣାଟକର ଥିଙ୍କରବେଲ୍ ଲ୍ୟାବ୍ସର ‘ଆନି’ ଡିଭାଇସ୍ ଦୃଷ୍ଟିହୀନଙ୍କ ବ୍ରେଲ୍ ଶିକ୍ଷାକୁ ସହଜ କରିବା ପାଇଁ ବିକଶିତ ହୋଇଛି। ଏଥିରେ ଅନେକ ମେଂଟର ନିବେଶ ପ୍ରତି ଆଗ୍ରହ ଦେଖାଇଛନ୍ତି। ପଶ୍ଚିମବଙ୍ଗର ଜୀବାସ୍କୋପ୍ ଅଫଲାଇନ୍ ଏଆଇ ଆଧାରିତ ଆସ୍କଲଟେସନ୍ ଡିଭାଇସ୍ ବିକଶିତ କରିଛି। ଇଂଟରନେଟ୍ ବିନା ମଧ୍ୟ ହୃଦ୍ରୋଗ, ଶ୍ୱାସକ୍ରିୟା ରୋଗ ଓ ଯକ୍ଷ୍ମା ସ୍କ୍ରିନିଂରେ ଏହା ସହାୟତା କରିପାରିବ।
‘ବନ୍ଦେ ଭାରତମ’କୁ ଭାରତ ଓ ବିଦେଶରୁ ୨୬,୦୦୦ରୁ ଅଧିକ ଆବେଦନ ମିଳିଛି। ଜଳ, କୃଷି, ଜଳବାୟୁ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ନୂଆ ପ୍ରଯୁକ୍ତିକୁ ନେଇ ଆସୁଥିବା ଷ୍ଟାର୍ଟଅପ ଏହି ମଂଚ ନିବେଶ ସହ ମେଂଟରସିପ୍‌୍ ଓ ବ୍ୟବସାୟିକ ନେଟୱର୍କ ସହ ଯୋଡ଼ିବାର ସୁଯୋଗ ଦେଉଛି। ବର୍ତ୍ତମାନ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୭ର ଗ୍ରାଣ୍ଡ ଫିନାଲେ ଉପରେ ରହି। ବିଜେତାମାନଙ୍କ ପାଇଁ ଆଦାନୀ ଗ୍ରୁପ୍ର ସମର୍ଥନରେ ୨ କୋଟି ଟଙ୍କାର ନଗଦ ପୁରସ୍କାର ରହିଛି। ଏହା ସହ ଚୟନ ହେବାକୁ ଥିବା ଷ୍ଟାର୍ଟଅପଙ୍କ ପାଇଁ ପୁଞ୍ଜି, ମେଂଟରସିପ୍ ଓ ବଜାର ସଂଯୋଗର ସୁଯୋଗ ଭାରତୀୟ ଷ୍ଟାର୍ଟଅପ୍ ପରିବେଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

Share

Leave a Reply

Your email address will not be published. Required fields are marked *

twelve + 19 =