Business

ଭୁବନେଶ୍ୱର, ଓଡ଼ିଶାରେ ଅଲ୍ଟ୍ରାଭାୟୋଲେଟ୍‌‌ର ବହୁ ପ୍ରତୀକ୍ଷିତ ରିଟେଲ୍ ଅନୁଭୂତି କେନ୍ଦ୍ରର ଶୁଭାରମ୍ଭ

  • ନୂତନ ଭାବେ ଆରମ୍ଭ ହୋଇଥିବା ୟୁଭି ସ୍ପେସ୍ ଷ୍ଟେସନ୍ ମାଧ୍ୟମରେ ଏବେ ଭୁବନେଶ୍ୱରରେ ଏକ୍ସ-୪୭ କ୍ରସଓଭର ଏବଂ ଏଫ୍‌-୭୭ଏସ୍ ବିକ୍ରି ପାଇଁ ଉପଲବ୍ଧ।
  • ଭୁବନେଶ୍ୱରରେ ପ୍ରଥମ ଅନୁଭୂତି କେନ୍ଦ୍ରର ଶୁଭାରମ୍ଭ ସହିତ ଅଲ୍ଟ୍ରାଭାୟୋଲେଟ୍ ଓଡ଼ିଶାରେ ପ୍ରବେଶ କରିଛି, ଯାହା ପୂର୍ବ ଭାରତରେ କମ୍ପାନୀର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ।
  • ଗ୍ରାହକଙ୍କ ପାଇଁ ସୁବିଧା: ଉତ୍ସାହୀ ଗ୍ରାହକମାନଙ୍କୁ ଏକ ନିଆରା ବ୍ରାଣ୍ଡ ଅନୁଭୂତି ସହିତ ସେମାନଙ୍କର ସମ୍ପୂର୍ଣ୍ଣ ଗ୍ରାହକ ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକତା ପୂରଣର ସୁବିଧା ମିଳିବ।
  • ବ୍ୟକ୍ତିଗତ ଟେଷ୍ଟ ରାଇଡ୍ ଏବଂ ସେବା: ଏହି ଅନୁଭୂତି କେନ୍ଦ୍ରରେ ଗ୍ରାହକଙ୍କ ପାଇଁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଟେଷ୍ଟ ରାଇଡ୍‌, ଗ୍ରାହକ ସହାୟତା ଏବଂ ଅସଲି ସ୍ପେୟାର ପାର୍ଟ୍ସ ଓ ଆକ୍ସେସରିଜ୍ ଉପଲବ୍ଧ ହେବ।

ଭୁବନେଶ୍ୱର: ଅଲ୍ଟ୍ରାଭାୟୋଲେଟ୍ ଅଟୋମୋଟିଭ୍ ଆଜି ଭୁବନେଶ୍ୱରରେ ଏକ ନୂତନ ୟୁଭି ସ୍ପେସ୍ ଷ୍ଟେସନ୍ ଶୁଭାରମ୍ଭ କରିଥିବା ଘୋଷଣା କରିଛି। ଭାରତର ଉଦୀୟମାନ ମୋବିଲିଟି ବଜାରଗୁଡ଼ିକରେ କମ୍ପାନୀ ନିଜର ରିଟେଲ୍ ଉପସ୍ଥିତି ବିସ୍ତାର କରୁଥିବା ବେଳେ ଏହି ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ସମ୍ପ୍ରତି ଏକ୍ସ-୪୭ କ୍ରସଓଭର ଏବଂ ବ୍ୟାଟେରି ଫ୍ଲେକ୍ସ (ବିଏଏଏସ୍‌) ପ୍ଲାଟଫର୍ମର ଶୁଭାରମ୍ଭ ସମେତ କମ୍ପାନୀର ଅନେକ ଉତ୍ପାଦ ଏବଂ ପ୍ରଯୁକ୍ତିଗତ ସଫଳତା ପରେ ଏହି ବିସ୍ତାର କରାଯାଇଛି। ଏହା ଏକ ସମ୍ପୂର୍ଣ୍ଣ ଉଚ୍ଚ-କ୍ଷମତାସମ୍ପନ୍ନ ଇଲେକ୍ଟ୍ରିକ୍ ମୋବିଲିଟି ବ୍ୟବସ୍ଥା ଗଠନ ପ୍ରତି ଅଲ୍ଟ୍ରାଭାୟୋଲେଟ୍‌‌ର ପ୍ରତିବଦ୍ଧତାକୁ ଆହୁରି ସ୍ପଷ୍ଟ କରୁଛି।
ଏହି ନୂତନ କେନ୍ଦ୍ର ଯୋଗ ହେବା ସହିତ ଓଡ଼ିଶାର ଗ୍ରାହକମାନେ କମ୍ପାନୀର ଉଚ୍ଚ-କ୍ଷମତାସମ୍ପନ୍ନ ଇଲେକ୍ଟ୍ରିକ୍ ମୋଟରସାଇକେଲ୍‌‌ଗୁଡ଼ିକ ସହଜରେ ପାଇପାରିବେ। ସେହିପରି ଦେଶବ୍ୟାପୀ କମ୍ପାନୀର ବଢ଼ୁଥିବା ଉପସ୍ଥିତି ମଧ୍ୟ ଆହୁରି ସୁଦୃଢ଼ ହେବ।
ଡିଲର ମେସର୍ସ ଜ୍ୟୋତେ ମୋଟର୍ସ (ଏନର୍ଜି) ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ନୂତନ ଭାବେ ସ୍ଥାପିତ ଏହି ୟୁଭି ସ୍ପେସ୍ ଷ୍ଟେସନ୍ରେ ଗ୍ରାହକମାନେ ଅଲ୍ଟ୍ରାଭାୟୋଲେଟ୍‌‌ର ଉଚ୍ଚ-କ୍ଷମତାସମ୍ପନ୍ନ ମୋଟରସାଇକେଲ୍‌, ଯେପରିକି ଏକ୍ସ-୪୭ କ୍ରସଓଭର ଏବଂ ଏଫ୍‌-୭୭ଏସ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଅନୁଭୂତି ପାଇପାରିବେ।
ଏହାକୁ ଏକ ନିଆରା ବ୍ରାଣ୍ଡ ଅନୁଭୂତି କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ ଟେଷ୍ଟ ରାଇଡ୍‌, ବିକ୍ରୟ ସମ୍ବନ୍ଧୀୟ ପରାମର୍ଶ, ଉତ୍ପାଦ ପ୍ରଦର୍ଶନ ଏବଂ ବିଭିନ୍ନ ପ୍ରକାରର ମୋଟରସାଇକେଲ୍ ଆକ୍ସେସରିଜ୍ ଏକାଠି ଉପଲବ୍ଧ ହେବ।
ଏହି ଅନୁଭୂତି କେନ୍ଦ୍ରରେ ଅଲ୍ଟ୍ରାଭାୟୋଲେଟ୍‌‌ର ପ୍ରମୁଖ ଉଚ୍ଚ-କ୍ଷମତାସମ୍ପନ୍ନ ମୋଟରସାଇକେଲ୍ ଏକ୍ସ-୪୭ ଏବଂ ଏଫ୍‌-୭୭ଏସ୍ ପ୍ରଦର୍ଶିତ ହେବ। ୪୦.୨ ହର୍ସପାୱାର କ୍ଷମତା ଏବଂ ୧୦୦ ନ୍ୟୁଟନ୍ ମିଟର ଟର୍କ ପ୍ରଦାନ କରୁଥିବା ପାୱାରଟ୍ରେନ୍ ସହିତ ଏହି ମୋଟରସାଇକେଲ୍‌‌ଗୁଡ଼ିକ ଇଲେକ୍ଟ୍ରିକ୍ ପରଫର୍ମାନ୍ସକୁ ଏକ ନୂତନ ରୂପ ଦେଇଛି। ଏହା ମାତ୍ର ୨.୮ ସେକେଣ୍ଡରେ ଘଣ୍ଟା ପ୍ରତି ୦ରୁ ୬୦ କିଲୋମିଟର ବେଗରେ ପହଞ୍ଚିପାରେ। ୧୦.୩ କିଲୋୱାଟ୍‌-ଆୱର ବ୍ୟାଟେରି ପ୍ୟାକ୍‌‌ରେ ଚାଲୁଥିବା ଏହି ମୋଟରସାଇକେଲ୍‌‌ଗୁଡ଼ିକ ଏକଥର ଚାର୍ଜରେ ଆଇଡିସି ପ୍ରମାଣିତ ସର୍ବାଧିକ ୩୨୩ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ।
ଶୁଭାରମ୍ଭ ସମ୍ପର୍କରେ ମତ ଦେଇ ଅଲ୍ଟ୍ରାଭାୟୋଲେଟ୍‌‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସହ-ପ୍ରତିଷ୍ଠାତା ନାରାୟଣ ସୁବ୍ରମଣିୟମ୍ କହିଛନ୍ତି; “ଆମେ ଭୁବନେଶ୍ୱରକୁ ଆସିବାର ବହୁ ପୂର୍ବରୁ ଏଠାକାର ଲୋକମାନେ ଅଲ୍ଟ୍ରାଭାୟୋଲେଟ୍ ଉପରେ ବିଶ୍ୱାସ ରଖିଥିଲେ। ବର୍ଷ ବର୍ଷ ଧରି ଏଠାକାର ଉତ୍ସାହୀମାନେ ଆମର ଯାତ୍ରାକୁ ଅନୁସରଣ କରିଆସିଛନ୍ତି ଏବଂ ଆମେ ଯାହା ନିର୍ମାଣ କରୁଛୁ, ତାହାର ଅନୁଭୂତି ପାଇବାକୁ ଅପେକ୍ଷା କରିଛନ୍ତି। ଏଭଳି ସମ୍ପର୍କ ଖୁବ୍ କମ୍ ଦେଖିବାକୁ ମିଳେ ଏବଂ ଏହା ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ।
ଆମେ ଏକ ସରଳ ବିଶ୍ୱାସ ନେଇ ଅଲ୍ଟ୍ରାଭାୟୋଲେଟ୍‌‌ର ଆରମ୍ଭ କରିଥିଲୁ—ଭାରତ ବିଶ୍ୱ ପାଇଁ ବିଶ୍ୱସ୍ତରୀୟ ମୋବିଲିଟି ପ୍ରଯୁକ୍ତି ନିର୍ମାଣ କରିପାରିବ। ଭୁବନେଶ୍ୱରରେ ୟୁଭି ସ୍ପେସ୍ ଷ୍ଟେସନ୍ ଖୋଲିବା ହେଉଛି ଆମ ଉପରେ ବିଶ୍ୱାସ ରଖିଥିବା ଲୋକମାନଙ୍କ ନିକଟରେ ଏହି ପ୍ରଯୁକ୍ତିକୁ ଆହୁରି ପହଞ୍ଚାଇବା ଦିଗରେ ଆଉ ଏକ ପଦକ୍ଷେପ।”
ଅଲ୍ଟ୍ରାଭାୟୋଲେଟ୍‌‌ର ଉନ୍ନତ ଇଞ୍ଜିନିୟରିଂ ଦକ୍ଷତା ଏବଂ ପ୍ଲାଟଫର୍ମ ଆଧାରିତ ନବସୃଜନ ଉପରେ ନିର୍ମିତ ଏକ୍ସ-୪୭ କ୍ରସଓଭର ନିଜ ଶ୍ରେଣୀର ବିଶ୍ୱର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍‌, ଯେଉଁଥିରେ ଷ୍ଟାଣ୍ଡାର୍ଡ ଭାବେ ରାଡାର ସୁବିଧା ଦିଆଯାଇଛି।
ବିଭିନ୍ନ ପ୍ରକାରର ରାସ୍ତାରେ ଚଳାଇବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ୫ ଇଞ୍ଚର ଟିଏଫ୍ଟି ଡିସପ୍ଲେ, ତିନୋଟି ରାଇଡ୍ ମୋଡ୍‌, ଲଙ୍ଗ୍‌-ଟ୍ରାଭେଲ୍ ସସ୍ପେନସନ୍ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରଥମ ରେଡିଆଲ୍ ଅଲ୍‌-ଟେରେନ୍ ଟାୟାର ରହିଛି, ଯାହା ବିଭିନ୍ନ ପରିସ୍ଥିତିରେ ଅଧିକ ଆତ୍ମବିଶ୍ୱାସ ଏବଂ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିଥାଏ।
ଏହି ମୋଟରସାଇକେଲ୍‌‌ରେ ୟୁଭି ରାଡାର ଇଣ୍ଟେଲିଜେନ୍ସ ଏବଂ ୟୁଭି ହାଇପରସେନ୍ସ ଆଡଭାନ୍ସଡ୍ ରାଇଡର୍ ଆସିଷ୍ଟାନ୍ସ ସିଷ୍ଟମ୍ ରହିଛି। ୭୭ ଗିଗାହର୍ଟଜ୍ ରିୟର ରାଡାର ମାଧ୍ୟମରେ ଏହି ବ୍ୟବସ୍ଥା କାର୍ଯ୍ୟ କରିଥାଏ ଏବଂ ବ୍ଲାଇଣ୍ଡ ସ୍ପଟ୍ ଚିହ୍ନଟ, ଲେନ୍ ପରିବର୍ତ୍ତନ ସହାୟତା, ଓଭରଟେକ୍ ସତର୍କ ସୂଚନା ଏବଂ ପଛପଟୁ ଧକ୍କା ହେବାର ଚେତାବନୀ ଭଳି ସୁବିଧା ପ୍ରଦାନ କରିଥାଏ।
ଏଥିରେ ଏକ ଇଣ୍ଟିଗ୍ରେଟେଡ୍ ଡ୍ୟାସକ୍ୟାମ୍ ସହିତ ବିଶ୍ୱର ସର୍ବାଧିକ ପାୱାର ଡେନ୍ସିଟି ଥିବା ଏୟାର-କୁଲ୍ଡ ଅନ୍‌‌ବୋର୍ଡ ଚାର୍ଜର ମଧ୍ୟ ରହିଛି, ଯାହାକୁ ସମ୍ପୂର୍ଣ୍ଣ ଭାବେ ଅଲ୍ଟ୍ରାଭାୟୋଲେଟ୍ ନିଜେ ବିକଶିତ କରିଛି।
ଇଞ୍ଜିନିୟରିଂକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବା ଅଲ୍ଟ୍ରାଭାୟୋଲେଟ୍ ଅନେକ ଶିଳ୍ପ ସ୍ତରୀୟ ସ୍ୱୀକୃତି ପାଇଛି। ଏଥିରେ ଇଭି ମୋଟରସାଇକେଲ୍ ଅଫ୍ ଦି ଇୟର୍ ସମ୍ମାନ ମଧ୍ୟ ରହିଛି। ଏହା ଭାରତରୁ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରୁଥିବା ଇଲେକ୍ଟ୍ରିକ୍ ମୋବିଲିଟି ସମାଧାନ ଗଠନ କରିବା ପ୍ରତି କମ୍ପାନୀର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରୁଛି।
ଉଚ୍ଚ-କ୍ଷମତାସମ୍ପନ୍ନ ଇଲେକ୍ଟ୍ରିକ୍ ଯାନକୁ ଅଧିକ ସୁଲଭ କରିବା ଦିଗରେ କମ୍ପାନୀ ସମ୍ପ୍ରତି ବ୍ୟାଟେରି ଫ୍ଲେକ୍ସ (ବିଏଏଏସ୍‌) ଆରମ୍ଭ କରିଛି। ଏହା ଏକ ନମନୀୟ ମାଲିକାନା ମଡେଲ୍‌, ଯାହା ମାଧ୍ୟମରେ ଗ୍ରାହକମାନେ ମାସିକ ୨,୩୨୩/- ଟଙ୍କାରୁ ଆରମ୍ଭ ହେଉଥିବା ବ୍ୟାଟେରି ସବ୍‌‌ସ୍କ୍ରିପସନ୍ ସହିତ ୧,୪୯,୦୦୦/- ଟଙ୍କା ପ୍ରଦାନ ମାଧ୍ୟମରେ ଏକ୍ସ-୪୭ର ମାଲିକ ହୋଇପାରିବେ।
ଯାନ ଏବଂ ବ୍ୟାଟେରିର ମାଲିକାନା ଖର୍ଚ୍ଚକୁ ଅଲଗା କରି ବ୍ୟାଟେରି ଫ୍ଲେକ୍ସ ଉନ୍ନତ ଇଲେକ୍ଟ୍ରିକ୍ ମୋବିଲିଟି ପାଇଁ ପ୍ରାରମ୍ଭିକ ଖର୍ଚ୍ଚ କମାଇବା ସହିତ ଗ୍ରାହକଙ୍କୁ ଅଧିକ ସୁବିଧା ଏବଂ ନମନୀୟତା ପ୍ରଦାନ କରୁଛି।
ଭୁବନେଶ୍ୱର, ଓଡ଼ିଶାରେ ୟୁଭି ସ୍ପେସ୍ ଷ୍ଟେସନ୍‌‌ର ଠିକଣା: ପ୍ଲଟ୍ ନମ୍ବର: ୨୮୬୫, ଗୌତମ ନଗର, ଲୁଇସ୍ ରୋଡ୍‌, ଭୁବନେଶ୍ୱର, ଓଡ଼ିଶା, ପିନ୍ – ୭୫୧୦୦୨

Share

Leave a Reply

Your email address will not be published. Required fields are marked *

three − 2 =