Business

୨୦୧୭ରୁ ୨୦୨୬ ମଧ୍ୟରେ ପାରମ୍ପରିକ ଦୃଢ଼ ବଜାରଠାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ଋଣ ଅଭିବୃଦ୍ଧି ଅଧିକ: ଟ୍ରାନ୍ସୟୁନିୟନ ସିବିଲ

ଭୁବନେଶ୍ୱର: ବିଗତ ନଅ ବର୍ଷର ଭାରତରେ ସଂଗଠିତ ଋଣ କ୍ଷେତ୍ରରେ ବ୍ୟାପକ ବୃଦ୍ଧି ହୋଇଥିବା ଟ୍ରାନ୍ସୟୁନିୟନ ସିବିଲର ନୂଆ ରିପୋର୍ଟ ‘ଅନଲକିଂ ଆକସେସ: ଜର୍ଣ୍ଣି ଅଫ କ୍ରେଡିଟ ଏକ୍ସପାନସନ ଇନ ଇଣ୍ଡିଆ’ରୁ ଜଣାପଡ଼ିଛି। ଏହି ରିପୋର୍ଟରେ ୨୦୧୭ ମାର୍ଚ୍ଚରୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତର ତଥ୍ୟ ପ୍ରଦାନ କରାଯାଇଛି। ୨୦୧୭ରେ ଭାରତର ଋଣ ଯୋଗ୍ୟ ଜନସଂଖ୍ୟା ୭୯ କୋଟି ଥିଲା ଯାହା ୨୦୨୬ରେ ୮୯ କୋଟିରେ ପହଂଚିଛି।
ଏହି ଲୋକଙ୍କ ମଧ୍ୟରୁ ଅତିକମରେ ଥରେ ଖୁଚୁରା ଋଣ ନେଇଥିବା ଗ୍ରାହକଙ୍କ ପରିମାଣ ୨୦୧୭ ମାର୍ଚ୍ଚର ୩୫ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୬ରେ ୭୪ ପ୍ରତିଶତରେ ପହଂଚିଛି। ସେହିପରି କ୍ରେଡିଟ ସକ୍ରିୟ ଥିବା ଗ୍ରାହକଙ୍କ ହାର ସେହି ନଅ ବର୍ଷ ମଧ୍ୟରେ ୧୧ ପ୍ରତିଶତରୁ ବଢ଼ି ୨୮ ପ୍ରତିଶତ ହୋଇଛି। ୨୦୧୭ରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଋଣ ସକ୍ରିୟ ଗ୍ରାହକ ପରିମାଣ ୧୪ ପ୍ରତିଶତରୁ ୨୦୨୪-୨୬ ମାର୍ଚ୍ଚ ମଧ୍ୟରେ ୯ ପ୍ରତିଶତକୁ ଖସିଆସିଛି। ସେହିପରି ଋଣ ପାଇଁ ସମ୍ପୂର୍ଣ୍ଣ ନୂଆ ଗ୍ରାହକଙ୍କ ହାର ୩୨ ପ୍ରତିଶତରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି।
ଏହି ଅବସରରେ ଟ୍ରାନ୍ସୟୁନିୟନ ସିବିଲର ଏମଡି ଓ ସିଇଓ ଶ୍ରୀ ଭବେଶ ଜୈନ କହିଛନ୍ତି ଯେ, ‘ଗତ ଦଶନ୍ଧି ଭାରତର ଋଣ ବ୍ୟବସ୍ଥା ପାଇଁ ଏକ ନିର୍ଣ୍ଣାୟକ ସମୟ ଥିଲା। ୨୦୧୬-୧୭ରେ ବିମୁଦ୍ରୀକରଣ, ଜିଏସଟିର ଶୁଭାରମ୍ଭ ଓ ୟୁନିଫାଏଡ ପେମେଂଟ ଇଂଟରଫେସ (ୟୁପିଆଇ)ର ବ୍ୟାପକ ଗ୍ରହଣୀୟତା ଭଳି ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଗତ ଦଶନ୍ଦିରେ ନିୟାମକ, ବ୍ୟାଙ୍କ ଓ ଋଣ ପ୍ରଦାନକାରୀ, ଏନବିଏଫସି, ଫିନଟେକ, ଋଣ ସୂଚନା କମ୍ପାନି, ପ୍ରଯୁକ୍ତିରେ ଉନ୍ନତି ଓ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ମିଳିତ ଭାବେ ଋଣର ପଥ ପ୍ରଶସ୍ତ କରିଥିଲେ। କୋଭିଡ-୧୯ ମହାମାରୀ ପାଇଁ ଡିଜିଟାଲ ଟୁଲର ଗ୍ରହଣୀୟତା ବଢ଼ିଥିଲା। ମିଳିତ ଭାବେ ଏହି ସବୁ ଘଟଣା ଋଣ ଓ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଓ ଋଣ ପ୍ରଦାନକାରୀମାନଙ୍କୁ ଅଧିକ ସୂଚନା ଆଧାରିତ ଓ ଠିକ ସମୟରେ ଋଣ ନିଷ୍ପତି ନେବାରେ ସକ୍ଷମ କରିଥିଲା ବୋଲି ବିଶ୍ୱାସ କରାଯାଉଛି।
ଏହି ନଅ ବର୍ଷ ମଧ୍ୟରେ ମହିଳା ଋଣ ଗ୍ରହୀତାଙ୍କ ହାର ୨୨ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଯୁବ ଗ୍ରାହକଙ୍କ ହାର ୩୩ ପ୍ରତିଶତରୁ ୩୯ ପ୍ରତିଶତକୁ ଏବଂ ଗାମାଞ୍ଚଳ ଓ ଅର୍ଦ୍ଧ ସହରାଚଂଳ ଗ୍ରାହକଙ୍କ ହାର ୫୩ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହି ଅଂଚଳର ଯୁବ ଗ୍ରାହକଙ୍କ ହାର ୪୭ ପ୍ରତିଶତରୁ ୬୧ ପ୍ରତିଶତକୁ ଏବଂ ପାଂଚ ବର୍ଷର ଋଣ ଅଭିଜ୍ଞତା ଥିବା ମହିଳାଙ୍କ ହାର ୨୯ ପ୍ରତିଶତରୁ ବଢ଼ି ୪୩ ପ୍ରତିଶତ ହୋଇଥିଲା। ନିଜର ଋଣ ସ୍ଥିତି ଯାଂଚ କରୁଥିବା ଗ୍ରାହକଙ୍କ ହାର ୨୦୨୬ ସୁଦ୍ଧା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି।
ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ଋଣରେ ଆଗରେ ଥିବା ରାଜ୍ୟଗୁଡ଼ିକରେ ଋଣ ହାସଲ ହାର ଯଥାକ୍ରମେ ୧୦ ପ୍ରତିଶତ ଓ ୯ ପ୍ରତିଶତକୁ ହ୍ରାସ ପାଇଛି। ସେହି ସମୟରେ ଉତ୍ତରପ୍ରଦେଶର ଅବଦାନ ୮ ପ୍ରତିଶତରୁ ବୃଦ୍ଧି ପାଇ ୧୧ ପ୍ରତିଶତ, ମଧ୍ୟପ୍ରଦେଶର ୪ ପ୍ରତିଶତରୁ ବଢ଼ି ୬ ପ୍ରତିଶତ ବିହାରର ୩ ପ୍ରତିଶତରୁ ବଢ଼ି ୫ ପ୍ରତିଶତ ଓ ପଶ୍ଚିମବଙ୍ଗର ୪ ପ୍ରତିଶତରୁ ବଢ଼ି ୫ ପ୍ରତିଶତ ହୋଇଛି।
ଏ ସମ୍ପର୍କରେ ଶ୍ରୀ ଜୈନ କହିଛନ୍ତି ଯେ ଜନସଂଖ୍ୟାରେ ବିବିଧତା ଓ ଋଣ ସଚେତନତାରେ ବୃଦ୍ଧି ଭଳି ଦୁଇଟି ବିଷୟ ପାଇଁ ଭାରତରେ ଋଣ ଅଭିବୃଦ୍ଧି ଦୃଢ଼ ହୋଇପାରିଛି। ମହିଳାମାନେ ଆର୍ôଥକ ସଚେତନ ହୋଇଥିବା ବେଳେ ନିଜେ ଯୋଡ଼ି ହେଉଛନ୍ତି ଓ ନିରନ୍ତର ଅନ୍ତର୍ଭୁକ୍ତୀକରଣକୁ ପୂରଣ କରୁଛନ୍ତି। ଡିଜିଟାଇଜେସନ ପାଇଁ ଋଣ ସଚେତନତା ବଢ଼ିଛି। ଋଣ ପ୍ରଦାନରେ ରାଜ୍ୟଗୁଡ଼ିକର ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପାରମ୍ପରିକ ଦକ୍ଷିଣ ଓ ପଶ୍ଚିମ ଭାରତ ରାଜ୍ୟଗୁଡ଼ିକର ସ୍ଥିତି ପୂର୍ବ ଭଳି ଦୃଢ଼ ରହିଥିବା ବେଳେ ଉତ୍ତର ଓ କେନ୍ଦ୍ର ଭାରତରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ଆମର ବିକଶିତ ଭାରତ ଅଭିଳାଷ ସର୍ବଭାରତୀୟ ସ୍ତରରେ ଋଣରେ ସନ୍ତୁଳନ ଉପରେ ନିର୍ଭର କରୁଛି।’’
ବାଣିଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଋଣ ପାଇବାକୁ ଯୋଗ୍ୟ ସଂସ୍ଥା ସଂଖ୍ୟା ୨୦୨୧ ମାର୍ଚ୍ଚରେ ୬.୩ କୋଟି ଥିଲା ଯାହା ୨୦୨୬ ମାର୍ଚ୍ଚରେ ୮.୭ କୋଟି ଟଙ୍କା ହୋଇଛି। ସେହି ସମୟରେ ପ୍ରୋପାଇଟରସିପ ଓ ପାର୍ଟନରସିପ ସଂସ୍ଥା ହାର ୭୦ ପ୍ରତିଶତରୁ ବଢ଼ି ୮୮ ପ୍ରତିଶତ, କମ୍ ରିସ୍କ ସଂସ୍ଥାର ହାର ୧୩ ପ୍ରତିଶତରୁ ବଢ଼ି ୩୭ ପ୍ରତିଶତ ଓ ଋଣ ଅଭିଜ୍ଞତା ଥିବା ସଂସ୍ଥା ହାର ୩୦ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତ ହୋଇଛି। ବାଣିଜ୍ୟ ଋଣ ହାସଲ କରିଥିବା ସଂସ୍ଥା ହାର ୫୦ ପ୍ରତିଶତରୁ ୪୧ ପ୍ରତିଶତକୁ ହ୍ରାସ ପାଇଛି। ଋଣ ସକ୍ରିୟ ସଂସ୍ଥା ହାର ୧୦ ପ୍ରତିଶତରୁ ଖସି ୯ ପ୍ରତିଶତ ଏବଂ ଋଣ ପାଇଁ ନୂଆ ସଂସ୍ଥା ହାର ୬୦ ପ୍ରତିଶତରୁ ହ୍ରାସ ପାଇ ୩୯ ପ୍ରତିଶତ ହୋଇଛି।
ଶ୍ରୀ ଜୈନ କହିଛନ୍ତି ଯେ ବାଣିଜିକ ଋଣରେ କେତେକ ବଡ଼ ସକାରାତ୍ମକ ପରିବର୍ତ୍ତନ ରହିଛି। ପାର୍ଟନରସିପ ଓ ପ୍ରୋପାଇଟରସିପର ଭାଗ ବଢ଼ିଛି। ସେମାନେ ଋଣ ନେଉଥିବାର ଅର୍ଥ ହେଉଛି ତୃଣମୂଳ ସ୍ତର ପର୍ଯ୍ୟନ୍ତ ଋଣ ପହଂଚିପାରିଛି। ମୋଟ ନମ୍ବରରୁ ଏହା ଜଣାପଡ଼ୁଛି ଯେ ଏମଏସଏମଇ ଋଣ ଗ୍ରହୀତାଙ୍କ ହାର ଗତ ପାଂଚ ବର୍ଷ ମଧ୍ୟରେ ବେଶ ବଢ଼ିଛି। ଏହି ଲମ୍ବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଗତ ଦଶନ୍ଧି ଭାରତର ଋଣ ଅଭିବୃଦ୍ଧି ପାଇଁ ନିର୍ଣ୍ଣାୟକ ସମୟ ଥିଲା। ଋଣ ସକ୍ରିୟ ଗ୍ରାହକଙ୍କ ସହ ଭାବ ବିନିମୟ ବଢ଼ାଇ ଓ ଋଣ ପାଇଁ ନୂଆ ଗ୍ରାହକ ଓ ସଂସ୍ଥାଗୁଡ଼ିକ ପାଖରେ ପହଂଚିଲେ ବ୍ୟାପକତା ଓ ଋଣର ଗୁଣାତ୍ମକ ମାନ ବଜାୟ ରହିପାରିବ।’’

Share

Leave a Reply

Your email address will not be published. Required fields are marked *

fifteen − 7 =