ଜାତୀୟ

“ବନ୍ଦେ ମାତରମ୍”କୁ ନେଇ ନୂଆ ନିୟମ

କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍”କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ପବ୍ଲିକ୍ ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ଗାନ ହେବ । ଏହି କାର୍ଯ୍ୟକ୍ରମଗୁଡ଼ିକରେ ସମସ୍ତଙ୍କ ପାଇଁ ସମ୍ମାନ ଜଣାଇ ଠିଆ ହେବା ବାଧ୍ୟତାମୂଳକ ହେବ ।

ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ପରେ ତୁରନ୍ତ ୬ ପଦ ବିଶିଷ୍ଟ ‘ବନ୍ଦେ ମାତରମ୍’ ଗାନ ହେବ । ଏହି ସମୟରେ ଛିଡା ହେବା ବାଧ୍ୟତାମୂଳକ । ଗୀତ ସମୟ ସୀମା ୩ ମିନିଟ୍ ୧୦ ସେକେଣ୍ଡର ରହିବ । ନିୟମରେ ଏହା କୁହାଯାଇଛି କି, ଯଦି ‘ଜନ ଗଣ ମନ’ ଏବଂ ‘ବନ୍ଦେ ମାତରମ୍’ ଏକା ସଙ୍ଗେ ଗାନ ହେବାର ଥିବା ବେଳେ ପ୍ରଥମେ ‘ବନ୍ଦେ ମାତରମ୍’ ପ୍ରଥମ ଗାନ କରାଯିବ ।

କେନ୍ଦ୍ର ସରକାର ଜାନୁଆରୀ ୨୮ ତାରିଖରେ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ୧୦ ପୃଷ୍ଠାର ଏହି ଆଦେଶରେ ସରକାର ଏହା ମଧ୍ୟ କହିଛନ୍ତି ଯେ, ପଦ୍ମ ପୁରସ୍କାର ସମାରୋହ କିମ୍ବା ରାଷ୍ଟ୍ରପତି ଉପସ୍ଥିତ ଥିବା ଯେକୌଣସି କାର୍ଯ୍ୟକ୍ରମରେ “ବନ୍ଦେ ମାତରମ୍” ବାଜିବ।

ସିନେମା ହଲ୍ଗୁଡ଼ିକୁ ନୂତନ ନିୟମରୁ ମୁକ୍ତ କରାଯାଇଛି । ଏହାର ଅର୍ଥ ହେଉଛି ସିନେମା ହଲ୍ଗୁଡ଼ିକରେ “ବନ୍ଦେ ମାତରମ୍” ବଜାଇବା ଏବଂ ଫିଲ୍ମ ଆଗରେ ଠିଆ ହେବା ବାଧ୍ୟତାମୂଳକ ହେବ ନାହିଁ । ଅଧିକାରୀଙ୍କ ଅନୁଯାୟୀ, “ବନ୍ଦେ ମାତରମ୍”କୁ ସମ୍ମାନ ଦେବା ପାଇଁ ସ୍ପଷ୍ଟ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ସୃଷ୍ଟି କରାଯାଇଛି । ୧୮୯୬ ମସିହାରେ, ରବୀନ୍ଦ୍ରନାଥ ଟାଗୋର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ମଞ୍ଚ ଉପରେ “ବନ୍ଦେ ମାତରମ୍” ଗାଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × two =