ଖଣ୍ଡଗିରିରେ ମଞ୍ଚରେ ଚଢ଼ିବାକୁ ନେଇ ଏମିତି କହିଲେ ପୀୟୂଷ
ପୁଣିଥରେ ଚର୍ଚ୍ଚାରେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ । କୋର୍ଟଙ୍କ ନିୟମ ମାନି ଏବେ ମଞ୍ଚରୁ ଦୂରେଇ ରହିଥିବା ପୀୟୂଷ ଖଣ୍ଡଗିରିରେ ମଞ୍ଚକୁ ଚଢ଼ିବେ କି ନାହିଁ ଏହାକୁ ନେଇ ଲାଗି ରହିଥିବା ସସପେନ୍ସ ମଧ୍ୟରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୋମବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଆଉ ଖଣ୍ଡଗିରି ମଞ୍ଚରେ ଚଢ଼ିବେ କି ନାହିଁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ମୁଁ ଧର୍ଯ୍ୟ ଧରି ଅପେକ୍ଷା କରିଛି । ଦର୍ଶକଙ୍କ ଭଲପାଇବା ଓ ଆର୍ଶୀବାଦ ରହିବ ଏବଂ ମହାପ୍ରଭୁଙ୍କ ଆର୍ଶୀବାଦ ରହିବ ମୁଁ ନିଶ୍ଚୟ ମଞ୍ଚ ଚଢିବି ବୋଲି । ଯେଉଁମାନେ ମୋ ବିରୁଦ୍ଧରେ ଯାଇଛନ୍ତି ସେମାନଙ୍କର ବହୁତ ଅହଙ୍କାର ହୋଇଛି । ଆଶା ଅଛି ଖଣ୍ଡଗିରି ମେଳାରେ ମୁଁ ନିଶ୍ଚିତ ଯାତ୍ରା ପରିବେଷଣ କରିବି। ମହାପ୍ରଭୁଙ୍କ ଦର୍ଶନ ପରେ ପୀୟୁଷ ପ୍ରତିକ୍ରିୟା ରଖିଛନ୍ତି।
କହି ରଖୁଛୁ କି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ପୀୟୁଷ ତ୍ରିପାଠୀ । ସୂର୍ଯ୍ୟ ମନ୍ଦିର ଅନୁଷ୍ଠାନ ସହ ଚୁକ୍ତି ଖିଲାପ ଅଭିଯୋଗରେ ପୀୟୁଷଙ୍କ ଗୋଡରେ ପଡିଛି ଆଇନ୍ ର ବେଡି। ପୀୟୁଷ ମଧ୍ୟ ଓକିଲଙ୍କ ଜରିଆରେ ନିଜ ପକ୍ଷ ରଖିଛନ୍ତି । ଏହାସହ ସେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି କି, ମତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ ।

