ଏସପିଜେଆଇଏମଆର ମୁମ୍ବାଇର ପ୍ରୀତିଶ ୱାଧୱା, ସ୍ତୁତି ରାଜେଶ ଶାହ ଓ ଇଶାନ ଶର୍ମା ଜିତିଲେ ଏସବିଆଇ ଲାଇଫ ଆଇଡିଏସନଏକ୍ସ ୨.୦ ଜାତୀୟ ଚାମ୍ପିଅନସିପ ଟାଇଟଲ
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱସନୀୟ ଘରୋଇ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ସଫଳତାର ସହ ଆଇଡିଏସନଏକ୍ସ ୨.୦ର ଗ୍ରାଣ୍ଡ ଫିନାଲେ ଶେଷ କରିଛି। ମୁମ୍ବାଇ ଏସ ପି ଜୈନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଂଟ ଆଣ୍ଡ ରିସର୍ଚ୍ଚ (ଏସପିଜେଆଇଏମଆର)ର ଦ୍ୱିତୀୟ ବର୍ଷର ମ୍ୟାନେଜମେଂଟ ଛାତ୍ରଛାତ୍ରୀ ପ୍ରିତୀଶ ୱାଧୱା, ସ୍ତୁତି ରାଜେଶ ଶାହ ଓ ଇଶାନ ଶର୍ମା ଆଇଡିଏସନଏକ୍ସ ୨.୦ର ବିଜେତା ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୧୦୦ରୁ ବି-ସ୍କୁଲର ୩୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଭାରତର ପ୍ରଥମ ବ୍ୟକ୍ତିଗତ ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧ୍ୟାନ, ନିଷ୍ଠା ଓ ଆତ୍ମବିଶ୍ୱାସ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ନିଜ ଜୀବନ ଯାତ୍ରାରୁ ପ୍ରେରଣା ନେଇ ପ୍ରତିଦିନ ପଦକ୍ଷେପ ନେବା, ନିରନ୍ତର ଭାବେ ଶିଖିବା ଏବଂ ନିଜର ପରିସୀମାକୁ ଉତ୍କର୍ଷ ପର୍ଯ୍ୟନ୍ତ ବଢ଼ାଇବା ଉପରେ ସେ ଆଲୋକପାତ କରିଥିଲେ।
ଏସବିଆଇ ଲାଇଫର ପ୍ରମୁଖ ଯୁବ ନବସୃଜନ ପ୍ଲାଟଫର୍ମ ହେଉଛି ଆଇଡିଏସନଏକ୍ସ ୨.୦ ଯାହାକୁ ବୀମା ଶିଳ୍ପର ବାସ୍ତବ ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଚିନ୍ତାଧାରାଗୁଡ଼ିକୁ ବିକଶିତ କରିବାକୁ ପରିକଳ୍ପନା କରାଯାଇଛି। ଦ୍ୱିତୀୟ ସଂସ୍କରଣରେ ଏହା ନିଜର ପରିସରକୁ ସାରା ଦୋକୁ ବଢ଼ାଇ ଭାରତର ଏକ ପ୍ରମୁଖ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗିତା ଭାବେ ଉଭା ହୋଇଛି।
ହଜାର ହଜାର ଆବେଦନ ମଧ୍ୟରୁ ଆଠଟି ଟିମ ଫାଇନାଲରେ ପ୍ରବେଶ କରିଥିଲେ। ସେମାନେ ନିଜ ଚିନ୍ତାଧାରାକୁ ଏସବିଆଇ ଲାଇଫର ଏମଡି ଓ ସିଇଓ ଶ୍ରୀ ଅମିତ ଝିଙ୍ଗରନ, ସଭାପତି ଓ ମୁଖ୍ୟ ବଂଟନ ଅଧିକାରୀ ଶ୍ରୀ ଏମ ଆନନ୍ଦ, ସଭାପତି-ବ୍ୟବସାୟ ରଣନୀତି ଶ୍ରୀ ଅଭିଜିତ ଗୁଲନିକର, ସଭାପତି-ଅପରେସନ୍ସ ଶ୍ରୀ ଜି ଦୁର୍ଗାଦାସ ଏବଂ ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ଏହି ଚାମ୍ପିଅନସିପରେ ଆଇଆଇଏମ ସିଲଙ୍ଗର ନମିତା ଗୁପ୍ତା, ନିକିତା ବଂଶଲ ଓ ସାକ୍ଷୀ ଅଗ୍ରୱାଲ ପ୍ରଥମ ଉପ ବିଜେତା, ଏମଆଇସିଏ, ଅହମ୍ମଦାବାଦର ଐଶ୍ୱର୍ଯ୍ୟା ସିଂହ, ଆଦିତି ପାଣ୍ଡେ ଓ ଆଦିତ୍ୟ ଜୈନ ଏବଂ ଆଇଆଇଏମ ଲକ୍ଷ୍ନୌର ଚୌତନ୍ୟ ଗୁପ୍ତା, ପ୍ରାଚୀ ଦମାନିଆ ଓ ଆକାଶ ଭାଂଶେ ଯୁଗ୍ମ ଉପ ବିଜେତା ଘୋଷିତ ହୋଇଛନ୍ତି।
ଏହି ଅବସରରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଭାରତ ଏବେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣରେ ରହିଛି ଯେଉଁଠାରେ ନବସୃଜନ ଓ ଅନ୍ତର୍ଭୁକ୍ତୀକରଣ ଆର୍ôଥକ ସୁରକ୍ଷାକୁ ପୁନଃ ବ୍ୟାଖ୍ୟା କରୁଛି। ଏସବିଆଇ ଲାଇଫରେ ଆମର ବିଶ୍ୱାସ ରହିଛି ଯେ ଶିଳ୍ପର ପରବର୍ତୀ ବିକାଶ ନୂଆ ଭାବନାରୁ ଓ ପ୍ରଯୁକ୍ତିରୁ ଆସିବ ଯାହା ଲୋକମାନଙ୍କୁ ବିଶ୍ୱାସ ଓ ଦାୟିତ୍ୱର ସହ ନିଜ ଅଭିଳାଷକୁ ଅନୁସରଣ କରିବାରେ ସଶକ୍ତ କରିବ। ଆଇଡିଏସନଏକ୍ସ ୨.୦ ସେହି ବାସ୍ତବ ନବସୃଜନ ଭାବର ପ୍ରତୀକ ହୋଇଥିବା ବେଳେ ଜୀବନ ବୀମା କିଭଳି ଅଧିକ ଅର୍ନ୍ତଭୁକ୍ତୀକରଣ, କରୁଣା ଏବଂ ଅର୍ଥପୂର୍ଣ୍ଣ ହୋଇପାରିବ ତାହା ପୁନଃ କଳ୍ପନା କରିବା ଲାଗି ଶ୍ରେଷ୍ଠ ବି-ସ୍କୁଲର ଯୁବ ପ୍ରତିଭାମାନଙ୍କୁ ଏକତ୍ରୀତ କରିଛି। ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଲାଗି ରହିଥିବା ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ଯୁବ ନେତୃତ୍ୱାଧୀନ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ଦେଖିପାରୁଛୁ।”
ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ତଥା ଆଇଡିଏସନଏକ୍ସ ୨.୦ର ମୁଖ୍ୟ ଅତିଥି ଅଭିନବ ବିନ୍ଦ୍ରା କହିଛନ୍ତି ଯେ, ‘ଆଇଡିଏସନଏକ୍ସ ୨.୦’ରେ ଯୁବ ନବସୃଜନକାରୀମାନେ ଉପସ୍ଥାପନ କରିଥିବା ଅଭିଳାଷ ଓ ଉଦ୍ଦେଶ୍ୟ ବେଶ ପ୍ରେରଣାଦାୟୀ ଥିଲା। ସେମାନଙ୍କ ଶକ୍ତି ମୋତେ ମୋ ନିଜ ଯାତ୍ରାକୁ ମନେ ପକାଇ ଦେଇଥିଲା ଯାହା ଧ୍ୟାନ, ଧୈର୍ଯ୍ୟ ଓ ନିରନ୍ତର ଉଦ୍ୟମ ଉପରେ ଆଧାରିତ ଥିଲା। ଯାହା ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ହେଉଛି ଚିନ୍ତାଧାରା ଜରିଆରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ସେମାନଙ୍କ ପ୍ରତିବଦ୍ଧତା। ଏସବିଆଇ ଲାଇଫର ଆଇଡିଏସନଏକ୍ସ ଭଳି ମଂଚ ଯୁବ ପ୍ରତିଭାମାନଙ୍କୁ ଗଭୀର ଚିନ୍ତା କରିବା ଓ ବାସ୍ତବ ଦୁନିଆର ଆହ୍ୱାନ ସମାଧାନ କରିବା ଲାଗି ଚିନ୍ତାଧାରା ବିକାଶ କରିବା ଏବଂ କୋଟି କୋଟି ଲୋକଙ୍କ ଜୀବନକୁ ସ୍ପର୍ଶ କରୁଥିବା ଶିଳ୍ପରେ ନୂଆ ଶକ୍ତି ଭରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ହେଉଛି ସେହି ନବସୃଜନ ଓ ନିଷ୍ଠାର ମିଶ୍ରଣ ଯାହା ଶେଷରେ ପ୍ରଗତିକୁ ଆଗକୁ ବଢ଼ାଇବ।”

