Business

ପାଇନ୍ ଲ୍ୟାବ୍‌ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୫ ନଭେମ୍ବର ୭ରେ ଖୋଲିବ

ଭୁବନେଶ୍ୱର: ପାଇନ୍ ଲ୍ୟାବ୍‌ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ନଭେମ୍ବର ୭ ଶୁକ୍ରବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ନଭେମ୍ବର ୬, ଗୁରୁବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ନଭେମ୍ବର ୧୧ ମଙ୍ଗଳବାର ଦିନ ବିଡ୍ ଦାଖଲ ଶେଷ ହେବ।
ନିବେଶକମାନେ ସର୍ବନିମ୍ନ ୬୭ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୬୭ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୨୧୦ ଟଙ୍କାରୁ ୨୨୧ ଟଙ୍କା ମଧ୍ୟରେ ରହିଛି । କର୍ମଚାରୀ ସଂରକ୍ଷିତ ଭାଗରୁ ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୨୧ ଟଙ୍କାର ରିହାତି ମିଳିବ।
ଏହି ଅଫରରେ ୨୦୮୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୮୨,୩୪୮,୭୭୯ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫର୍‌ରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ନିଜର କିଛି ସହାୟକ କମ୍ପାନି କକ୍କକିଲଭର ସିଙ୍ଗାପୁର, ପାଇନ ପେମେଂଟ ସଲ୍ୟୁସନ୍ସ, ମାଲେସିଆ ଓ ପାଇନ ଲ୍ୟାବ୍‌ସ ୟୁଏଇର କେତେକ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ଆଇଟି ଭିତିଭୂମି, କ୍ଲାଉଡ୍ ଭିତିଭୂମି ଓ ଡିଜିଟାଲ୍ ଚେକ୍ ପଏଂଟ୍‌ରେ ନିବେଶ ଓ ପ୍ରଯୁକ୍ତି ବିକାଶ ଅଭିଯାନ, ଅଧିଗ୍ରହଣ ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ କମ୍ପାନି ପ୍ରସ୍ତାବ ଦେଇଛି।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ। ଏନଏସଇ ହେବ ଏହାର ଷ୍ଟକ ବଜାର।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ । ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାର ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିିମିଟେଡ୍‌, ଆଭେଣ୍ଡସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଇନଟେନ୍‌ସିଭ୍ ଫିସ୍‌କାଲ୍ ସର୍ଭିସେସ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

14 + 1 =