ଟିପିସିଓଡିଏଲ୍ ପକ୍ଷରୁ ଅନୁଗୁଳରେ ନୂଆ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

ଅନୁଗୁଳ: ଗ୍ରାହକଙ୍କୁ ଉତମ ସେବା ପ୍ରଦାନ କରିବା ଓ ବିଦ୍ୟୁତ୍ ସୁରକ୍ଷାର ଏକ ସଂସ୍କୃତି ଜାଗ୍ରତ କରିବା ଲାଗି ନିଜର ଏବଂ ବ୍ୟବସାୟ ସହଯୋଗୀଙ୍କ କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବାର ଅଭିଯାନ ଅଧୀନରେ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅନୁଗୁଳରେ ଚତୁର୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଛି ।
ଏହି ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି) ଢେଙ୍କାନାଳ ବିଦ୍ୟୁତ୍ ସର୍କଲ୍ ଅଧୀନରେ ରହିଥିବା ସେବା କ୍ଷେତ୍ରର ବିଭିନ୍ନ ସେକ୍ସନ, ସବ୍‌-ଡିଭିଜନ ଓ ଡିଭିଜନ କାର୍ଯ୍ୟାଳୟ ପାଖରେ ପହଂଚିବ ଓ ବିକାଶମୂଳକ ସୁଯୋଗ ଆବଶ୍ୟକତାକୁ ପୂରଣ କରିବ । ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ତଥା ଅନୁଗୁଳର ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଥିବା ବେଳେ ଟିପିସିଓଡିଏଲ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ଶ୍ରେଣୀ ଗୃହ, ସମସ୍ତ ପ୍ରକାରର ବିତରଣ ଉପକରଣର ଉନ୍ନତ ବ୍ୟବସ୍ଥା ରହିଥିବା ବେଳେ ପ୍ରତ୍ୟକ୍ଷ ତାଲିମ ହାସଲ କରିବା ଲାଗି କର୍ମଚାରୀମାନଙ୍କ ପାଇଁ ସୁଯୋଗ ରହିଛି । ଭୁବନେଶ୍ୱର, କଟକ ଓ ପାରାଦୀପରେ ପୂର୍ବରୁ ସ୍ଥାପନ କରାଯାଇଥିବା ଦକ୍ଷତା ବିକାଶ କେନ୍ଦ୍ର ଭଳି ଏହି କେନ୍ଦ୍ର ହେଉଛି ଉଭୟ ଟିପିସିଓଡିଏଲ୍ ଓ ଏହାର ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ଏକ ଶ୍ରେଷ୍ଠ ପ୍ଲାଟ୍‌ଫର୍ମ କାରଣ ଏହା ଗ୍ରାମାଚଂଳ ଓ ସହରାଚଂଳରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନୂଆ ପ୍ରକ୍ରିୟା ଓ ପ୍ରଯୁକ୍ତିର ବ୍ୟବହାରକୁ ଶିଖିବା ଓ ଅଭ୍ୟାସ କରିବାରେ ସେମାନଙ୍କ ପାଇଁ ସହାୟକ ହେବ ଯାହା ସେମାନଙ୍କ ସାମଗ୍ରିକ ଦକ୍ଷତାକୁ ପରିମାର୍ଜିତ କରିବ ।
“ଆମ ସହିତ ଯୋଡ଼ିହୋଇ ରହିଥିବା ସମସ୍ତ ବୈଷୟିକ ବ୍ୟକ୍ତି, ନିୟମିତ କର୍ମଚାରୀ ଓ ବ୍ୟବସାୟ ସହଯୋଗୀମାନଙ୍କ ପେସାଦାର ଅଭିବୃଦ୍ଧି ଓ ଆମ ଗ୍ରାହକମାନଙ୍କୁ ଉତମ ସେବା ପ୍ରଦାନ କରିବା ଲାଗି ସେମାନଙ୍କ ଦକ୍ଷତାରେ ଉନ୍ନତି ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ । ପ୍ରଯୁକ୍ତି ଦୃଶ୍ୟପଟ୍ଟରେ ସର୍ବଦା ଅଭୁଦ୍ୟୟ ହେଉଛି । ଆମର ପ୍ରାଥମିକ ଗୁରୁତ୍ୱ ହେଉଛି ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ସୁଦୃଢ଼ ବିଦ୍ୟୁତ୍ ଯୋଗାଣ ଲାଗି ଆମ ଭିତରେ ସର୍ବଦା ଉନ୍ନତି ଆଣିବା ବୋଲି ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍ କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

6 + sixteen =