Business

ଓସ୍ୱାଲ କେବୁଲସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଜୟପୁରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଓସ୍ୱାଲ କେବୁଲସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଆଇପିଓ ଜରିଆରେ କମ୍ପାନି ୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ସେଥିରୁ ୩୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୨୨,୨୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଓସ୍ୱାଲ କେବୁଲସ ଲିମିଟେଡ ହେଉଛି ହାଇ ଭୋଲଟେଜ କଣ୍ଡକ୍ଟିଭିଟି ଉତ୍ପାଦ ନିର୍ମାଣ କରୁଥିବା ଏକ ସମନ୍ୱିତ ସଂସ୍ଥା ଯାହାକୁ ବିଦ୍ୟୁତ ସଂଚରଣ, ବଂଟନ, ଅକ୍ଷୟ ଶକ୍ତି ସମନ୍ୱୟ, ରେଳବାଇ ଓ ଶିଳ୍ପରେ ବ୍ୟବହାର କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ କମ୍ପାନି ଦୃଢ଼ ଆର୍ôଥକ ପ୍ରଦର୍ଶନ କରିଛି।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ନୂଆ ପ୍ରକଳ୍ପ ସ୍ଥାପନ କରିବା ଲାଗି କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, କିଛି ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
ଓସ୍ୱାଲ କେବୁଲସ ଲିମିଟେଡ ପକ୍ଷରୁ ସାଧାରଣ କଣ୍ଡକ୍ଟର, ଅତ୍ୟାଧୁନିକ କଣ୍ଡକ୍ଟର, ଆକାଶ ମାର୍ଗ କେବୁଲ, ଲୋ ଭୋଲଟେଜ ଶକ୍ତି ତାର, ରେଳ ସିଗ୍ନାଲ ତାର, ସର୍ଭିସ ଡ୍ରପ ତାର ଓ କନସେଂଟ୍ରିକ ତାର ଉତ୍ପାଦନ କରାଯାଉଛି। ଶକ୍ତି ବଂଟନ ଓ ସଂଚରଣ ପାଇଁ କମ୍ପାନି ଏକ ବ୍ୟାପକ ସମାଧାନକାରୀରେ ପରିଣତ ହୋଇପାରିଛି।
ଦୀର୍ଘବର୍ଷର ପାରିବାରିକ ଅଭିଜ୍ଞତା ଓ ବଜାରରେ ପାଂଚ ଦଶନ୍ଧିରୁ ଅଧିକ ବର୍ଷର ଉପସ୍ଥିତି ସହ କମ୍ପାନି ଓ ଏହାର ଉତ୍ପାଦ ବେଶ ଗ୍ରହଣୀୟ ହୋଇପାରିଛି। ବିଦ୍ୟୁତ ବଂଟନ ଓ ସଂଚରଣରେ ୫୦ରୁ ଅଧିକ ଗ୍ରାହକ ତାହାକୁ ବ୍ୟବହାର କରୁଛନ୍ତି ଏବଂ ତାହା ଉଭୟ ଭରତ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଗୁଣାତ୍ମକ ମାନ ଓ ପ୍ରକ୍ରିୟା ସାର୍ଟିଫିକେସନ ହାସଲ କରିଛି।
ଗତ ତିନି ଦଶନ୍ଧିରେ କମ୍ପାନିର ଏବିଟଡା ଓ ପିଏଟି ବାର୍ଷିକ ୪୯.୭୩ ପ୍ରତିଶତ ଓ ୬୩.୦୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି ଏବଂ କମ୍ପାନି ୨୭.୪୨ ପ୍ରତିଶତର ଆରଓଇ ହାସଲ କରିଛି। ସେହିପରି ୨୦୨୪-୨୫ ଆର୍ôଥକ ବର୍ଷର କମ୍ପାନି ଦ୍ୱିତୀୟ ସର୍ବାଧିକ ୩୦,୧୦ ପ୍ରତିଶତର ଆରଓସିଇ ହାସଲ କରିଛି।
୧୯୯୨ରେ କମ୍ପାନି ବାଲାଂଦେଶକୁ ଏହାର ରପ୍ତାନି ଆରମ୍ଭ କରିଥିଲା। ଗତ ତିନିଟି ଆର୍ôଥକ ବର୍ଷରେ କମ୍ପାନି ପାଂଚଟି ମହାଦେଶର ୨୮ଟି ଦେଶକୁ ରପ୍ତାନି କରୁଛି। ଏହା ଉତର ଆମେରିକା, ଆଫ୍ରିକା, ମଧ୍ୟପ୍ରାଚ୍ୟ ଓ ଏସିଆର ବିଭିନ୍ନ ଦେଶକୁ ରପ୍ତାନି କରୁଛି। ଦେଶ ଭିତରେ ଏହା ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଆବଶ୍ୟକତା ପୂରଣ କରୁଥିବା ବେଳେ ରପ୍ତାନିରୁ ରାଜସ୍ୱ ୩୪-୩୫ ପ୍ରତିଶତ ହାରରେ ହାସଲ କରୁଛି।
ଏହି ଆଇପିଓର ଏକମାତ୍ର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ପାଂଟୋମାଥ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

1 + twelve =