ଆଇଆଇଏମ୍ ସମ୍ବଲପୁର ପ୍ଲେସ୍‌ମେଂଟ୍‌ରେ ଛାତ୍ରଛାତ୍ରୀଙ୍କ ସର୍ବୋଚ୍ଚ ବେତନ ପ୍ୟାକେଜ୍‌ରେ ୧୪୭% ବୃଦ୍ଧି

ସମ୍ବଲପୁର: ଭାରତ ସରକାରଙ୍କ ଦ୍ୱାରା ୨୦୧୫ରେ ସ୍ଥାପନ କରାଯାଇଥିବା ଆଇଆଇଏମ୍‌, ସମ୍ବଲପୁରରେ ପ୍ଲେସ୍‌ମେଂଟ୍ ପ୍ରକ୍ରିୟା ଶେଷ ହୋଇଛି । ଏହି ଅନୁଷ୍ଠାନ ଶୁଭାରମ୍ଭ ହେବା ପରଠାରୁ ୧୦୦% ପ୍ଲେସ୍‌ମେଂଟ୍ ସଫଳତା ହାସଲ କରୁଛି । ୨୦୨୧-୨୩ ଏମ୍‌ବିଏ ବ୍ୟାଚ୍ ପାଇଁ ଏହା ୧୦୦% ଚୂଡ଼ାନ୍ତ ପ୍ଲେସ୍‌ମେଂଟ୍ ପ୍ରକ୍ରିୟା ସମାପନ କରିଛି । ଏଥର ସର୍ବୋଚ୍ଚ ବେତନ ପ୍ୟାକେଜ୍ ବାର୍ଷିକ ୬୪.୬୧ ଲକ୍ଷ ଟଙ୍କା (ଘରୋଇ) ଏବଂ ୬୪.୧୫ ଲକ୍ଷ ଟଙ୍କା (ଆନ୍ତର୍ଜାତିକ) ରହିଛି । ଏହି ଏମ୍‌ବିଏ ବ୍ୟାଚ୍‌ର ପ୍ଲେସ୍‌ମେଂଟ୍‌ରେ ହାରାହାରି ବାର୍ଷିକ ବେତନ ୧୬.୬୪ ଲକ୍ଷ ଟଙ୍କା ଥିବା ବେଳେ ମଧ୍ୟ ବେତନ ୧୬ ଲକ୍ଷ ଟଙ୍କା ରହିଛି । ଛାତ୍ରୀମାନଙ୍କ ପାଇଁ ହାରାହାରି ବେତନ ୧୮.୨୫ ଲକ୍ଷ ଟଙ୍କା ରହିଛି । ଏହି ବ୍ୟାଚ୍‌ର ଶ୍ରେଷ୍ଠ ୧୦% ଛାତ୍ରଛାତ୍ରୀଙ୍କ ହାରାହାରି ବେତନ ବାର୍ଷିକ ୩୧.୬୯ ଲକ୍ଷ ଟଙ୍କା ରହିଛି । ମାଇକ୍ରୋସଫ୍ଟ, ବେଦାନ୍ତ, ତୋଲାରାମ୍‌, ଅମୁଳ, ଆଦାନି, ଇୱାଇ, ଆସେଂଚର, କଗ୍ନିଜାଂଟ୍‌, ଡେଲଏଟ୍ ଓ ଆମାଜନ ଭଳି ପ୍ରତିଷ୍ଠିତ ସଂସ୍ଥା ଆଇଆଇଏମ୍‌-ସମ୍ବଲପୁର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେଇଛନ୍ତି ।
ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ଭଳି ଦୃଶ୍ୟପଟ୍ଟରେ ଶେଷ ହୋଇଥିବା ୨୦୨୧-୨୩ ଏମ୍‌ବିଏ ବ୍ୟାଚ୍ ସମ୍ପର୍କରେ ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଭାରତ ସରକାରଙ୍କ ପ୍ରଗତିଶୀଳ ଓ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ଉପରେ ଶିଳ୍ପସଂସ୍ଥାଙ୍କ ବିଶ୍ୱାସ ଏବଂ ଅନୁଷ୍ଠାନର ସ୍ୱତନ୍ତ୍ର ଶିକ୍ଷାଦାନ ସଂସ୍କୃତି ଓ ମୂଲ୍ୟବୋଧ ଯଥା ନବସୃଜନ ଓ ଅନ୍ତର୍ଭୁକ୍ତୀକରଣ ପାଇଁ କୃତଜ୍ଞତା ଜଣାଇଛନ୍ତି । ନିଜ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିବା ଲାଗି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଏହି ପ୍ଲେସ୍‌ମେଂଟ୍ ରେକର୍ଡ ଦୋହରାଉଛି ।
ନିଯୁକ୍ତି ପ୍ରକ୍ରିୟାରେ ୧୩୦ ନିଯୁକ୍ତିଦାତା ଅଂଶଗ୍ରହଣ କରିଥିଲେ । ସେଥିରେ ୭୫ଟି ନୂଆ କଂପାନି ଥିଲେ । ଚଳିତ ବର୍ଷ ଏମ୍‌ବିଏ ବ୍ୟାଚ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୫୬ରୁ ବୃଦ୍ଧି ପାଇ ୧୬୭ ହୋଇଛି । ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିିଥିବା ବେଳେ ସେମାନଙ୍କ ହାରାହାରି ବେତନ ୧୮.୨୫ ଲକ୍ଷ ଟଙ୍କା ରହିଛି । ସେଲ୍‌ସ ଆଣ୍ଡ୍ ମାର୍କେଟିଂ ସବୁଠୁ ଲୋକପ୍ରିୟ କ୍ଷେତ୍ର ସାବ୍ୟସ୍ତ ହୋଇଥିବା ବେଳେ ବ୍ୟାଚ୍‌ର ୨୭% ଛାତ୍ରଛାତ୍ରୀଙ୍କୁ ତାହା ହାସଲ କରିଛି ଏବଂ ଜେନେରାଲ୍ ମ୍ୟାନେଜମେଂଟ୍ ୨୧ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଛି ।
ଗତ ଛଅ ବର୍ଷରେ ଆଇଆଇଏମ୍ ସମ୍ବଲପୁର ଛାତ୍ରଛାତ୍ରୀଙ୍କ ହାରାହାରି ବେତନ ପ୍ୟାକେଜ୍‌ରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ୨୦୧୭ରେ ହାରାହାରି ବେତନ ୯.୧୫ ଲକ୍ଷ ଟଙ୍କା ଥିବା ବେଳେ ୨୦୨୩ରେ ତାହା ୧୬.୬୪ ଲକ୍ଷ ଟଙ୍କା ହୋଇଛି । ସେହିପରି ସର୍ବୋଚ୍ଚ ବେତନ ପ୍ୟାକେଜ୍ ୨୦୧୭ର ୧୩.୮୦ ଲକ୍ଷ ଟଙ୍କା ଥିବା ବେଳେ ୨୦୨୩ରେ ତାହା ୬୪.୬୧ ଲକ୍ଷ ଟଙ୍କା ହୋଇଛି ।

Share

Leave a Reply

Your email address will not be published. Required fields are marked *

twenty + 11 =