Friday, October 30, 2026
ମନୋରଞ୍ଜନ

ଗାଲରେ ତିଳ ଅଛି କି?

ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ କେଉଁଠି ନା କେଉଁଠି ତିଳ ଚିହ୍ନ ନିଶ୍ଚୟ ଥିବ। କିନ୍ତୁ ଶରୀର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ତିଳ ଚିହ୍ନ ରହିଲେ ଶୁଭ ସଂକେତ ମିଳିଥାଏ ବୋଲି ଜ୍ୟୋତିର୍ବିଦ୍ମାନେ କହିଥା’ନ୍ତି।
ଆସନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କେଉଁ ସ୍ଥାନରେ ତିଳ ଚିହ୍ନ ରହିଲେ ମଣିଷ ଧନୀ ହୋଇଥାଏ।
୧. ଡାହାଣ ଗାଲରେ ତିଳ ଚିହ୍ନ ରହିବା ଧନୀ ହେବାର ଲକ୍ଷଣ। ଯେଉଁ ପୁରଷ କିମ୍ବା ମହିଳାଙ୍କ ଡାହାଣ ଗାଲରେ ତିଳ ଚିହ୍ନ ଥିବ, ସେମାନେ ଖୁବ୍ ପରିଶ୍ରମୀ ହେବା ସହିତ ଧନୀ ବି ହୋଇଥାନ୍ତି।
୨. ଅନେକ ବ୍ୟକ୍ତିଙ୍କ ଓଠରେ ତିଳ ଚିହ୍ନ ରହିଥାଏ। ସେମାନେ ଖୁବ୍ ଆକର୍ଷଣୀୟ ହେବା ସହିତ ଧନବାନ ବି ହୋଇଥାନ୍ତି। କିନ୍ତୁ ସେମାନେ ଟିକେ ଜିଦିଆ ସ୍ୱଭାବର ହୋଇଥାନ୍ତି।
୩. ଯେଉଁମାନଙ୍କ ନାକ ଉପରିଭାଗରେ କିମ୍ବା ତଳିପାରେ ତିଳ ଚିହ୍ନ ରହିଥାଏ, ସେମାନେ ଧନୀ ହେବା ସହିତ ଅଧିକ ଭ୍ରମଣ କରିବାକୁ ଭଲ ପାଆନ୍ତି। ସମୁଦ୍ରଶାସ୍ତ୍ର ଅନୁସାରେ ଏଭଳି ବ୍ୟକ୍ତି ବିଦେଶ ଯାତ୍ରା ମଧ୍ୟ କରିଥାନ୍ତି।
୪. ଯେଉଁମାନଙ୍କ ଅଣ୍ଟାରେ ତିଳ ଚିହ୍ନ ରହିଥାଏ, ସେମାନଙ୍କର ଧନ ସମ୍ପତ୍ତି ଅଭାବ ନଥାଏ। କିନ୍ତୁ ତଥାପି ସେମାନେ ସବୁବେଳେ ଦୁଃଖ ଓ ଅଶାନ୍ତିରେ ରହିଥାନ୍ତି।
୫ ବାମପଟ ଗାଲର କାନମୂଳରେ ଯେଉଁମାନଙ୍କର ତିଳ ଚିହ୍ନ ଥାଏ ସେମାନେ ଖୁବ୍ କମ ବୟସରେ ଅଧିକ ଉପାର୍ଜନ କରନ୍ତି। ସେମାନେ ଖୁବ୍ ପରିଶ୍ରମୀ ମଧ୍ୟ ହୋଇଥାନ୍ତି।
୬ ଡାହାଣପଟ ଛାତିରେ ତିଳ ଚିହ୍ନ ଥିବା ବ୍ୟକ୍ତି ଧନବାନ ଓ ସୁଖୀ ହୋଇଥାନ୍ତି।

Share

Leave a Reply

Your email address will not be published. Required fields are marked *

eighteen + 18 =