ଫିଲ୍ମ ‘ସୟେ ରା ନରସିଂହ ରେଡ୍ଡୀ’ ରେ ୮ ମିନିଟ୍ ପାଇଁ ୫୪ କୋଟି

ଆଜି କାଲି ବହୁତ ବଡ଼ ବଡ଼ ପ୍ରୋଜେକ୍ଟର ଫିଲ୍ମ ତିଆରି ହେଉଛି। ୨୦୦ କୋଟି ଟଙ୍କାର ଫିଲ୍ମ ପ୍ରୋଜେକ୍ଟ ଏବେ ସାଧାରଣ ହୋଇଗଲାଣି। ତେବେ ସାଉଥରେ ଏକ ଫିଲ୍ମରେ ୮ ମିନିଟର ଏକ ସିନ୍ ପାଇଁ କେବଳ ୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୂରା ଫିଲ୍ମର ବଜେଟ୍ ୨୦୦ କୋଟି ଟଙ୍କା ରହିଥିବା କେବଳ ୮ ମିନିଟର ସିନ୍ ପାଇଁ ଖର୍ଚ୍ଚ ହୋଇଛି ୫୪ କୋଟି। ଏହା ଏକ ଯୁଦ୍ଧ ସିନ୍। ଏହି ସିନ୍ ଫିଲ୍ମର କ୍ଲାଇମାକ୍ସରେ ଆସିବ। ଏହି ଫିଲ୍ମରେ ସାଉଥ୍ ସୁପର୍ଷ୍ଟାର ଚିରଞ୍ଜୀବି ଅଭିନୟ କରୁଛନ୍ତି। ଫିଲ୍ମଟିର ନାଁ ‘ସୟେ ରା ନରସିଂହ ରେଡ୍ଡୀ’। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସୁରେନ୍ଦ୍ର ରେଡ୍ଡୀ। ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଚିରଞ୍ଜୀବିଙ୍କ ପୁଅ ରାମଚରଣ। ଏହି ଯୁଦ୍ଧ ସିନ୍ ଜର୍ଜିଆରେ ସୁଟିଂ ହୋଇଛି। ସେଥିପାଇଁ ଭାରତରୁ ୧୫୦ ଲୋକଙ୍କୁ ସେଠାକୁ ନିଆଯାଇଥିଲା। ତା’ସହିତ ସେଠାକାର ୬୦୦ ସ୍ଥାନୀୟ କଳାକାରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା। ସବୁ କଷ୍ଟ୍ୟୁମ୍ ଭାରତରୁ ନିଆଯାଇଥିଲା।

Share

Leave a Reply

Your email address will not be published. Required fields are marked *

13 + 10 =