ଟାଟା ପାୱାର ପକ୍ଷରୁ ଗଜ ସଂରକ୍ଷଣ ଅଭିଯାନ ଅଧୀନରେ ଗୋଷ୍ଠୀ ସଚେତନତା ସୃଷ୍ଟି ସହ ବିଶ୍ୱ ହାତୀ ଦିବସ ପାଳନ
ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ଗଜ ସଂରକ୍ଷଣ ଅଭିଯାନ ଅଧୀନରେ ଓଡ଼ିଶାରେ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ସହିତ ବିଶ୍ୱ ହାତୀ ଦିବସ ପାଳନ କରାଯାଇଛି । ଏହାଦ୍ୱାରା ଭାରତର ସବୁଠାରୁ ସମ୍ବେଦନଶୀଳ ହାତୀ ଆବାସ ସ୍ଥଳୀଗୁଡ଼ିକରେ ମାନବ-ହାତୀ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ପ୍ରତି ଟାଟା ପାୱାର ନିଜର ପ୍ରତିବଦ୍ଧତା ଦୋହରାଇଛି। ଏକ ସପ୍ତାହ ଧରି ଚାଲିଥିବା ଏହି ସଚେତନତା ଅଭିଯାନର ସମାପ୍ତି ଉତ୍ସବ ଅନୁଗୁଳ ଜିଲ୍ଲାର ବନ୍ତଳା ନୋଡାଲ ହାଇସ୍କୁଲରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୧,୦୩୧ ଜଣ ଛାତ୍ରଛାତ୍ରୀ, ଅଭିଭାବକ, ସ୍ଥାନୀୟ ବାସିନ୍ଦା, ସରପଂଚ, ବନ ସୁରକ୍ଷା କମିଟି ସଦସ୍ୟ, ଟିପିସିଓଡିଏଲର ଅନୁଗୁଳ ବିଦ୍ୟୁତ୍ ଡିଭିଜନ, ଅନୁଗୁଳ ବନ ବିଭାଗ ଏବଂ ବନ୍ତଳା ରେଞ୍ଜ କାର୍ଯ୍ୟାଳୟର ପ୍ରତିନିଧିମାନେ ଉତ୍ସାହର ସହିତ ଭାଗ ନେଇଥିଲେ।
ଏହି ଉତ୍ସବ ଅଧୀନରେ ୨୦୨୫ ଅଗଷ୍ଟ ୬ ରୁ ୮ ପର୍ଯ୍ୟନ୍ତ ବନ୍ତଳା ବନଖଣ୍ଡ ଅଧୀନରେ ଥିବା ପାଂଚଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍କୁଲ କାର୍ଯ୍ୟକ୍ରମରେ ମୋଟ ୧,୦୩୧ ଜଣ ଛାତ୍ରଛାତ୍ରୀ ଏବଂ ୨୧୦ ଜଣ “ମାନବ-ହାତୀ ସହାବସ୍ଥାନ’ ବିଷୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମୁଖ୍ୟ କାର୍ଯ୍ୟକ୍ରମରେ ୩୦ ଜଣ ବିଜୟୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ବକ୍ତୃତା, ସାଂସ୍କୃତିକ ପ୍ରଦର୍ଶନ, ଛାତ୍ରଛାତ୍ରୀଙ୍କ ପାଇଁ କ୍ୱିଜ୍ ଏବଂ ହାତୀ ସୁରକ୍ଷା ପ୍ରତିଶ୍ରୁତିର ଏକ ସାମୁହିକ ଶପଥ ଅନ୍ତର୍ଭୁକ୍ତ ଥିଲା।
୨୦୨୪ ଏପ୍ରିଲ୍ରେ ଓଡ଼ିଶା ସରକାର ଏବଂ ବନ୍ୟଜନ୍ତୁ ଏନଜିଓ ଏସ୍ଏନ୍ଇଏଚ୍ଏର ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ଗଜ ସଂରକ୍ଷଣ ଅଭିଯାନ ହିନ୍ଦୋଳ ବନଖଣ୍ଡ ଏବଂ ଢେଙ୍କାନାଳ ସଦର (ଢେଙ୍କାନାଳ ଜିଲ୍ଲା) ଏବଂ ଅନୁଗୁଳ ଜିଲ୍ଲାର ବନ୍ତଳା ବନଖଣ୍ଡର ଉଚ୍ଚ ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ହାତୀ ମୃତ୍ୟୁ ହ୍ରାସ କରିବା ଏବଂ ସେମାନଙ୍କ ଆବାସ ସ୍ଥଳୀ ସୁରକ୍ଷିତ କରିବା ଉପରେ ଧ୍ୟାନ ଦେଉଛି। ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ –ବନ୍ୟଜନ୍ତୁ୍ ଏବଂ ମୁଖ ବନ୍ୟଜନ୍ତୁ ୱାର୍ଡେନ୍ଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମରେ ମୌଳିକ ସୁବିଧାର ବିକାଶ, ପ୍ରଯୁକ୍ତିଗତ ନବୀକରଣ ଏବଂ ସମ୍ପ୍ରଦାୟ ସଚେତନତା କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି।
ଏହି ଅବସରରେ ଟାଟା ପାୱାର୍ର ସିଏଚ୍ଆର୍ଓ ଓ ମୁଖ୍ୟ-ସଷ୍ଟେନେବିଲିଟି ଆଣ୍ଡ୍ ସିଏସ୍ଆର୍ ଶ୍ରୀ ହୀମଲ ତିୱାରି କହିଛନ୍ତି ଯେ, “ଟାଟା ପାୱାରରେ ଆମେ ବିଶ୍ୱାସ କରୁ ଯେ ସ୍ଥିରତା ପୂର୍ଣ୍ଣ ଗୋଷ୍ଠୀ ବିକାଶ ଏବଂ ଜୈବ ବିବିଧତା ସଂରକ୍ଷଣ ହାତ ଧରାଧରି ହୋଇ ଆଗକୁ ବଢ଼ିବା ଉଚିତ। ଗଜ ସଂରକ୍ଷଣ ପ୍ରୟାସ ମାଧ୍ୟମରେ ଆମେ ଓଡ଼ିଶା ସରକାର, ବନ ବିଭାଗ ଏବଂ ସ୍ଥାନୀୟ ଗୋଷ୍ଠୀ ସହିତ ମିଳିତ ଭାବେ କାମ କରୁଛୁ ଯାହା ଦ୍ୱାରା ଆମର ଜାତୀୟ ଐତିହ୍ୟ ପ୍ରାଣୀଙ୍କୁ ସୁରକ୍ଷିତ କରିବା ସହିତ ସେମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥିରତା ପୂର୍ଣ୍ଣ ଆବାସ ସ୍ଥଳୀ ସୃଷ୍ଟି କରାଯାଇପାରିବ। ଏହି ସହଯୋଗ କେବଳ ମାନବ-ହାତୀ ସଂଘର୍ଷ ହ୍ରାସ କରୁନାହିଁ ବରଂ ଏକ ସହାବସ୍ଥାନ ସଂସ୍କୃତି ତିଆରି କରୁଛି ଯାହା ବନ୍ୟଜନ୍ତୁ ଏବଂ ଜୀବିକା ଉଭୟକୁ ସମର୍ଥନ କରୁଛି। ଆମର ପ୍ରତିବଦ୍ଧତା ହେଉଛି ସଂରକ୍ଷଣ ପ୍ରୟାସଗୁଡ଼ିକ ଏକ ସାମୁହିକ ଦାୟିତ୍ୱ ହେବା ଉଚିତ ଯାହା ଗୋଷ୍ଠୀ ଅଂଶଗ୍ରହଣ ଓ ଦୀର୍ଘସ୍ଥାୟୀ ଦ୍ୱାରା ପରିଚାଳିତ ହେବ।’’
ଏହି ଅଭିଯାନକୁ ୩,୦୦୦ ସଦସ୍ୟ ବିଶିଷ୍ଟ ଏକ ହ୍ୱାଟସ୍ଆପ୍ ଆଲର୍ଟ ନେଟୱର୍କ ସମର୍ଥନ ଯୋଗାଇଛି ଯାହା ବାସ୍ତବ ସମୟରେ ହାତୀ ଗତିବିଧି ସୂଚନା ପ୍ରଦାନ କରୁଛି। ଏଥି ସହିତ ୯୫୦ରୁ ଅଧିକ ପ୍ରଶିକ୍ଷିତ “ଗଜ ସାଥୀ’ (ଗ୍ରାମ୍ୟ ସ୍ୱେଚ୍ଛାସେବୀ) ରହିଛନ୍ତି ଯେଉଁମାନେ ପ୍ରଥମ ପ୍ରତିକ୍ରିୟାଦାତା ଏବଂ ବନ୍ୟଜନ୍ତୁ ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ଉଚ୍ଚ ବିପଦ ଅଂଚଳଗୁଡ଼ିକର ଜିପିଏସ୍ ମ୍ୟାପିଂ ଲକ୍ଷ୍ୟସ୍ଥଳରେ ପାଟ୍ରୋଲିଂକୁ ସକ୍ଷମ କରିଛି ଏବଂ ଏକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଦ୍ୱାରା ପରିଚାଳିତ ପ୍ରାରମ୍ଭିକ ସତର୍କତା ପ୍ରଣାଳି ରହିଛି ଯେଉଁଥିରେ ସାଇରନ, ଟ୍ରାପ୍ କ୍ୟାମେରା ଏବଂ ଏକ ମୋବାଇଲ୍ ଆପ୍ ସୁବିଧା ରହିଛି। ତାହା ୧୦ କିଲୋମିଟର ପରିଧି ମଧ୍ୟରେ ପୂର୍ବାନୁମାନ ସତର୍କତା ପ୍ରଦାନ କରୁଛି।
ସୁରକ୍ଷା ଉପାୟ ବ୍ୟତୀତ ଏହି ପ୍ରକଳ୍ପ ୨୫୦ ଗ୍ରାମର କୃଷକଙ୍କ ସହିତ ଯୋଗାଯୋଗ କରି ବିକଳ୍ପ ଜୀବିକା, ପରିମଳ ଓ ସ୍ୱଚ୍ଛତାରେ ଉନ୍ନତି ଏବଂ ମାନବ-ହାତୀ ସାମ୍ନାସାମ୍ନି ଘଟଣା ହ୍ରାସ କରିବା ଉପରେ କାମ କରୁଛି।
ପ୍ରାରମ୍ଭିକ ସଫଳତାକୁ ଆଧାର କରି ଟାଟା ପାୱାର ଗଜ ସଂରକ୍ଷଣ ଅଭିଯାନକୁ ଭାରତ ବ୍ୟାପୀ ଏକ ମଡ଼େଲ ଭାବରେ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି ଯାହା ଜୈବ ବିବିଧତାର ସୁରକ୍ଷା କରିବା ସହିତ ମାନବ ଏବଂ ବନ୍ୟଜନ୍ତୁ ମଧ୍ୟରେ ସ୍ଥିରତା ପୂର୍ଣ୍ଣ ସହାବସ୍ଥାନକୁ ପ୍ରୋତ୍ସାହିତ କରିବ।

