କ୍ରୋମା ସ୍ୱାଧୀନତା ଦିବସ ସେଲ୍‌ରେ ହୋମ୍ ଆପ୍ଲାଏନ୍‌ସେସ୍‌, ସ୍ମାର୍ଟଫୋନ୍‌, ଅଡିଓ ଉପରେ ବିପୁଳ ରିହାତି

ଭୁବନେଶ୍ୱର: ଭାରତ ୭୬ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ କ୍ରୋମା ପକ୍ଷରୁ “ଲେଟ୍ ଫ୍ରିଡମ୍ ଫାଇଣ୍ଡ୍ ୟୁ” ଅଭିଯାନର ଶୁଭାରମ୍ଭ କରିଛି ଯାହା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ସ୍ମାର୍ଟଫୋନ୍‌, ଟିଭି, ହୋମ୍ ଆପ୍ଲାଏନ୍‌ସେସ୍ ଆଦି ଉପରେ ଆକର୍ଷଣୀୟ ଡିଲ ଓ ଅଫର ପ୍ରଦାନ କରାଯାଉଛି । ଗ୍ରାହକମାନେ କ୍ରୋମାର ୩୮୫ରୁ ଅଧିକ ଷ୍ଟୋର ଓ ୱେବସାଇଟ୍‌ରୁ ଏହି ଅଫରର ଲାଭ ପାଇପାରିବେ ।
କ୍ରୋମା ସ୍ୱାଧୀନତା ଦିବସ ସେଲ୍‌ରେ ଗ୍ରାହକମାନେ କ୍ରୋମା ୱାସର ଡ୍ରାୟରକୁ ମାସିକ ମାତ୍ର ୧୯୯୭ ଟଙ୍କା ଇଏମ୍‌ଆଇରେ କିଣିପାରିବେ । ଆକର୍ଷଣୀୟ କ୍ୟାସ୍‌ବ୍ୟକ୍ ଅଫର ସହିତ କ୍ରୋମାରେ ଫ୍ରଂଟ୍ ଲୋଡିଂ ୱାସିଂ ମେସିନ୍ ଦାମ୍ ୧୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । ୫୫ ଇଂଚର ଓଏଲ୍‌ଇଡି ଟିଭି ମାସିକ ୨୯୯୯ ଟଙ୍କିଆ ଇଏମ୍‌ଆଇରେ ମିଳିବ । କ୍ରୋମା ଓଏଲ୍‌ଇଡି ଗୁଗୁଲ୍ ଟିଭିର ଦାମ୍ ୫୦,୯୯୯ ଟଙ୍କାରୁ ଆରମ୍ଭ ହୋଇଛି ।
ରୋଷେଇ ପ୍ରେମୀଙ୍କ ଆବଶ୍ୟକତାକୁ ନଜରରେ ରଖି ଚାରକୋଲ୍ ପ୍ରଯୁକ୍ତି ଥିବା ୨୮ ଲିଟର କନଭେନ୍‌ସନ୍ ମାଇକ୍ରୋୱେଭ୍‌ର ମାସିକ ଇଏମ୍‌ଆଇ ୧୪୯୯ ଟଙ୍କାରୁ ଆରମ୍ଭ ହୋଇଛି । କ୍ରୋମର ଫ୍ରଷ୍ଟ୍‌-ଫ୍ରି ରେଫ୍ରିଜରେଟର ଦାମ୍ ଆକର୍ଷଣୀୟ ମାସିକ ୧୯୯୯ ଟଙ୍କିଆ ଇଏମ୍‌ଆଇର ମିଳିବ । କ୍ରୋମାର ଫ୍ରଷ୍ଟ୍ ଫ୍ରି ଇନଭର୍ଟର-କନଭର୍ଟିବଲ୍ ରେଫ୍ରିଜରେଟରର ଦାମ୍ ୨୬,୯୯୦ ଟଙ୍କାରୁ ଆରମ୍ଭ ହୋଇଛି ।
ହୋମ୍ ଆପ୍ଲାଏନ୍‌ସେସ୍ ବ୍ୟତୀତ କ୍ରୋମା ପକ୍ଷରୁ ୫ଜି ମୋବାଇଲ୍‌କୁ ୧୨,୪୯୯ ଟଙ୍କା ଭଳି ପ୍ରାରମ୍ଭିକ ଦାମ୍‌ରେ ବିକ୍ରି କରାଯାଉଛି । ଗ୍ରାହକମାନେ ସ୍ମାର୍ଟାଫାନ୍ ୍‌କିମ୍ବା ଅନ୍ୟାନ୍ୟ ଆସେସୋରିକୁ ମାତ୍ର ୪୯ ଟଙ୍କାରେ କିଣିପାରିବେ । ଆପଲ, ସାମସଙ୍ଗ, ୱାନ୍‌ପ୍ଲସ୍ ଭଳି ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌କୁ ଗ୍ରାହକମାନେ କିଣିପାରିବେ ।
କ୍ରୋମା ଅଡିଓ ବର୍ଗରେ ଆକର୍ଷଣୀୟ ପାର୍ଟି ସ୍ପିକର ଦାମ୍ ୪,୧୯୯ ଟଙ୍କାରୁ ଆରମ୍ଭ ହୋଇଛି । ମେଟାଲିକ ଓୟାରେବଲ୍ ସ୍ମାର୍ଟୱାଚ୍‌ର ଦାମ୍ ୨,୯୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଆପଲ୍ ସ୍ମାର୍ଟୱାଚ୍‌ର ଦାମ୍ ୨୫,୪୦୦ ଟଙ୍କାରୁ ଆରମ୍ଭ ହେଉଛି । କେବଳ ସେତିକି ନୁହେଁ ନିଜ ଗାଡ୍‌ଜେଟ୍‌କୁ ବଦଳାଇ ଗ୍ରାହକମାନେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ୍ ଲାଭ ଓ ୧୫% କ୍ୟାସବ୍ୟାକ୍ ପାଇପାରିବେ ।
କ୍ରୋମାରେ ୨୪ ମାସ ପର୍ଯ୍ୟନ୍ତର ନମନୀୟ ଇଏମ୍‌ଆଇ ବିକଳ୍ପ ରହିଛି ଯାହା ଜରିଆରେ ନିଜ ପସନ୍ଦର ଗାଡଜେଟ୍‌କୁ ଗ୍ରାହକମାନେ ନିଜ ପକେଟ୍‌କୁ ସୁହାଇବା ଭଳି ମୂଲ୍ୟରେ କିଣିପାରିବେ ଏବଂ ସେଥିପାଇଁ ସେମାନଙ୍କୁ ବଡ଼ ଆର୍ଥିକ ବୋଝ ଏକକାଳୀନ ମୁଣ୍ଡାଇବାକୁ ପଡ଼ିବ ନାହିଁ । ଏହି ଅଫରଗୁଡ଼ିକର ଲାଭ ନିକଟତମ କ୍ରୋମା ଷ୍ଟୋର ଓ କଂପାନିର ୱେବସାଇଟ୍‌ରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

17 − 14 =