Business

ବେଦାନ୍ତ ଲିମିଟେଡ୍‌ର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ରୋକରେଜ୍ ସଂସ୍ଥା ବେଶ୍ ଆଶାବାଦୀ

ଭୁବନେଶ୍ୱର: ଦୃଢ଼ ଏଲ୍‌ଏମ୍‌ଇ ମୂଲ୍ୟ ଧାରା, ଖର୍ଚ୍ଚରେ ଶୃଙ୍ଖଳା, ଡିଲେଭରେଜିଂ ଓ ଏକ ଦୃଢ଼ ଆଲୁମିିନିୟମ୍ ବ୍ୟବସାୟକୁ ନେଇ ୨୦୨୫-୨୬ରେ ବେଦାନ୍ତ ଲିମିଟେଡ୍‌ର ଦୃଢ଼ ପ୍ରଦର୍ଶନକୁ ନେଇ ବିଶ୍ୱସ୍ତରୀୟ ଓ ଭାରତୀୟ ବ୍ରୋକ୍‌ରେଜ୍ ସଂସ୍ଥାଗୁଡ଼ିକ ବେଶ୍ ଆଶାବାଦୀ ରହିଛନ୍ତି। ଆସନ୍ତା କିଛି ତ୍ରୈମାସିକରେ କମ୍ପାନିର କାର୍ଯ୍ୟକ୍ଷମ ହେବାକୁ ଥିବା କିମ୍ବା ସମ୍ପୂର୍ଣ୍ଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକୁ ସେମାନେ ବିଚାରକୁ ନେଇଛନ୍ତି।
ଜେ ପି ମୋର୍ଗାନ ପକ୍ଷରୁ କୁହାଯାଇଛି ଯେ ବେଦାନ୍ତର ପ୍ରଥମ ତ୍ରୈମାସିକ ଏବିଟ୍‌ଡା ଆଶାନୁରୂପ ରହିଥିବା ବେଳେ ଆଲୁମିନିୟମ, ତୈଳ ଓ ଗ୍ୟାସ୍‌, ଶକ୍ତି କ୍ଷେତ୍ର ଆଶାଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ଓ ଆସନ୍ତା ଆର୍ଥିକ ବର୍ଷ ଅଭିବୃଦ୍ଧିକୁ ସହଯୋଗ କରିବା ପାଇଁ ବେଦାନ୍ତର ବ୍ୟାପକ ଅଭିଯାନ ରହିଛି। ଆଲୁମିନିୟମ୍ ବ୍ୟବସାୟରେ ବେଦାନ୍ତର ସମ୍ପ୍ରସାରଣ ଯାତ୍ରା ଓ ସମନ୍ୱୟ ଖର୍ଚ୍ଚରେ ପାରଦର୍ଶିତା ଆଣିବ। ଏଲ୍‌ଏମ୍‌ଇ ମୂଲ୍ୟରେ ସୁଧାର ହୋଇଥିବାବେଳେ ୨୦୨୬-୨୭ରେ ତାହା ବଢ଼ିବ ଯାହା ଆୟ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଜେ ପି ମୋର୍ଗାନ ପକ୍ଷରୁ କୁହାଯାଇଛି।
ସେହିପରି, ସିଟି ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ବେଦାନ୍ତର ମୂଳ କମ୍ପାନି ବେଦାନ୍ତ ରିସୋର୍ସେସ୍ ବହୁତ ଭଲ ସ୍ଥିତିରେ ରହିଛି। ଏଲ୍‌ଏମ୍‌ଇ ମୂଲ୍ୟରେ ହେବାକୁ ଥିବା ବୃଦ୍ଧି, କମ୍ ଖର୍ଚ୍ଚ ଏବଂ ଡିମର୍ଜର ବେଦାନ୍ତ ପାଇଁ ସକାରାତ୍ମକ ବିଷୟ। ଆଲୁମିନିୟମ୍‌ରେ କିନ୍ତୁ ବିଶ୍ୱବ୍ୟାପୀ ଯୋଗାଣ ସୀମିତ ରହିବ।
ମୁମ୍ବାଇର ନୁଭାମା ଇନଷ୍ଟିଚ୍ୟୁସନାଲ୍ ଇକ୍ୱିଟିଜ୍ ଆଶା କରୁଛି ଯେ ଦ୍ୱିତୀୟ ତ୍ରୈମାସିକରେ ବେଦାନ୍ତ ଅଭିବୃଦ୍ଧି ପ୍ରଦାନ କରିବ। ଉଚ୍ଚ ମୂଲ୍ୟ ଏବଂ ଆଲୁମିନିୟମ୍ ଉତ୍ପାଦନ ଖର୍ଚ୍ଚ ହ୍ରାସ ପ୍ରଭାବରେ ତ୍ରୈମାସିକ ଭିତିରେ ଏବିଟ୍‌ଡାରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ହେବ। ୨୦୨୫-୨୬ର ଦ୍ୱିତୀୟ ତ୍ରୈମାସିକରେ ଅଧିକାଂଶ ଆଲୁମିନିୟମ୍ ପ୍ରକଳ୍ପ ସମ୍ପୂର୍ଣ୍ଣ। ହିନ୍ଦୁସ୍ତାନ ଜିଙ୍କର ଋଣ ଓ ଏବିଟ୍‌ଡା ହ୍ରାସ ଆଶା କରାଯାଉଛି। ୬୦୧ ଟଙ୍କା ମୂଲ୍ୟରେ ଏହା ବେଦାନ୍ତ ପାଇଁ କ୍ରୟ ସୁପାରିସ୍ କରିଛି। ନୁଭାମା ଆଶା କରୁଛି ଯେ କୋଇଲା ବ୍ଲକ୍‌କୁ ବାଦ ଦେଲେ ଅନ୍ୟ ସବୁ ପ୍ରକଳ୍ପଗୁଡ଼ିକ ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହୋଇଯିବ ଯାହା କମ୍ପାନିର ପରିମାଣ ଅଭିବୃଦ୍ଧି ବଢ଼ାଇବ ଓ ଖର୍ଚ୍ଚ କମାଇବ।
ବ୍ରିଟେନ୍‌ର ଇନଭେଷ୍ଟେକ୍ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ମୁଦ୍ରା ମୂଲ୍ୟରେ ହୋଇଥିବା ହ୍ରାସର ଅନ୍ୟତମ ହିତାଧିକାରୀ ହେଉଛି ବେଦାନ୍ତ। କମ୍ପାନି ପାଇଁ ଭବିଷ୍ୟତରେ ଥିବା ଅନ୍ୟ ସକାରାତ୍ମକ ଦିଗଗୁଡ଼ିକ ହେଉଛି ଆଲୁମିନା ମୂଲ୍ୟରେ ହ୍ରାସ ଏବଂ କମ୍ପାନି ଭଲ ୟିଲ୍‌ଡ ପ୍ରଦାନ କରିଛି। ଏହା ବେଦାନ୍ତ ପାଇଁ କ୍ରୟ ସୁପାରିସ୍ କରିଛି।
କୋଟକ୍ ଇନଷ୍ଟିଚ୍ୟୁସନାଲ୍ ଇକ୍ୱିଟିଜ୍ ଓ ଆଇଆଇଏଫ୍‌ଏଲ୍ ପକ୍ଷରୁ ବେଦାନ୍ତ ଲିମିଟେଡ୍ ଓ ବେଦାନ୍ତ ରିସୋର୍ସେସ୍‌ରେ ଖର୍ଚ୍ଚ ପାରଦର୍ଶିତା ଓ ଡିଲେଭରେଜିଂ ଉପରେ ଆଲୋକପାତ କରାଯାଇଛି।
ବେଦାନ୍ତର ଟିକସ ପରବର୍ତୀ ଲାଭ ୧୩% ବୃଦ୍ଧି ପାଇ ୫୦୦୦ କୋଟି ଟଙ୍କା ହୋଇଛି। କମ୍ପାନି ୧୦,୭୪୬କୋଟି ଟଙ୍କାର ସର୍ବୋଚ ଏବିଟ୍‌ଡା ହାସଲ କରିଛି ଯାହା ପୂୁର୍ବବର୍ଷ ତୁଳନାରେ ୫% ଅଧିକ।

Share

Leave a Reply

Your email address will not be published. Required fields are marked *

13 − five =