ସୋନିର ନୂଆ ଫୁଲ୍ ପ୍ରେମ୍ ଭ୍ଲଗ୍ କ୍ୟାମେରା ଜେଡ୍‌ଭି-ଇ୧ କନ୍‌ଟେଂଟ୍ କ୍ରିଏସନ ଅନୁଭୂତିରେ ଉନ୍ନତି ଆଣିବ

ଭୁବନେଶ୍ୱର: ସୋନି ପକ୍ଷରୁ ନୂଆ ଫୁଲ୍ ଫ୍ରେମ୍ ଭ୍ଲଗ୍ କ୍ୟାମେରା ଜେଡ୍‌ଭି-ଇ୧କୁ ଉନ୍ମୋଚନ କରାଯାଇଛି ଯାହା କନ୍‌ଟେଂଟ୍ କ୍ରିଏଟରମାନଙ୍କୁ ଉଚ୍ଚ ମାନର ଅନୁଭୂତି ପ୍ରଦାନ କରିବ । ଲେନ୍‌ସକୁ ବଦଳାଇ ହେଉଥିବା ଏହି କ୍ୟାମେରାରେ ୩୫ ଏମ୍‌ଏମ୍ ଫୁଲ୍ ଫ୍ରେମ୍ ଇମେଜ୍ ସେନ୍‌ସର୍ ରହିଛି । ବିଶ୍ୱର ସବୁଠୁ କ୍ଷୁଦ୍ର ଓ ହାଲୁକା ବଡ଼ି ହୋଇଥିବାରୁ କ୍ୟାମେରାକୁ ଅତି ସହଜରେ ପରିଚାଳନା କରାଯାଇପାରିବ । ଏଥିରେ କ୍ରିଏଟରମାନଙ୍କୁ ସର୍ବାଧିକ ସ୍ୱାଧୀନତା ମିଳିପାରିବ ।
ଏହି ଅବସରରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ବିଜନେସ୍ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି ଯେ, “ସ୍ୱତନ୍ତ୍ର ଭାବେ ଭ୍ଲଗର ଓ କନ୍‌ଟେଂଟ୍ କ୍ରିଏଟରମାନଙ୍କ ପାଇଁ ବିକାଶ କରାଯାଇଥିବା କ୍ୟାମେରା ଜେଭି-ଇ୧କୁ ଉପସ୍ଥାପନ କରି ଆମେ ରୋମାଂଚିତ । ଏହାର ଛବିର ଉତ୍କଷ୍ଟ ମାନ, କ୍ଷୁଦ୍ର ଆକାର ଓ ଅଭିନବ ସୁବିଧା ସୁଯୋଗ କ୍ରିଏଟରମାନଙ୍କୁ ଆକର୍ଷଣୀୟ ଓ ଚମତ୍କାର କନ୍‌ଟେଂଟ୍ ସୃଷ୍ଟି କରିବାରେ ସଶକ୍ତ କରିବ । ଆମର ବିଶ୍ୱାସ ରହିଛି ଯେ କାହାଣୀକୁ ଯେଉଁଭଳି କୁହାଯାଉଛି ଜେଡ୍‌ଭି-ଇ୧ ତାହାକୁୁ ବଦଳାଇବ ଏବଂ ଏହି ବିପ୍ଳବରେ ଆମେ ଆଗରେ ରହିଥିବାରୁ ବେଶ ଗର୍ବିତ ମନେ କରୁଛୁ ।’’
ସୋନିର ନୂଆ ଜେଡ୍‌ଭି-ଇ୧ କ୍ୟାମେରା କିଣିଲେ ସ୍ୱତନ୍ତ୍ର ଅଫର ଅଧୀନରେ ଗ୍ରାହକମାନେ ୧୯,୧୭୦ ଟଙ୍କାର ଲାଭ ପାଇପାରିବେ । ସେଥିରେ ରହିଛି ଏକ ୧୦,୫୯୦ ଟଙ୍କାର ଓୟାରଲେସ ରିମୋଟ୍ କମାଣ୍ଡର, ୬୭୯୦ ଟଙ୍କାର ବ୍ୟାଟେରି ଚାର୍ଜର ଓ ୧୭୯୦ ଟଙ୍କାର ହାଲୁକା କ୍ୟାରିଂ କେସ । ଏହି ଅଫର ଷ୍ଟକ ଶେଷ ହେବା ପର୍ଯ୍ୟନ୍ତ ଉପଲବ୍ଧ ରହିବ ।
ଜେଡ୍‌ଭି-ଇ୧ ହେଉଛି ବିଶ୍ୱର ସବୁଠୁ ଛୋଟ, ହାଲୁକା ଫୁଲ୍‌ଫ୍ରେମ୍‌ର ଇଟଂରଚେଞ୍ଜେବଲ୍ ଲେନ୍‌ସ ସୁବିଧା ଥିବା ଭ୍ଲଗ୍ କ୍ୟାମେରା ଯେଉଁଥିରେ ଉଚ୍ଚ ମାନର ଇମେଜ ପ୍ରୋସେସିଂ ୟୁନିଟ୍ ଓ ଫୁଲ୍ ଫ୍ରେମ୍ ବ୍ୟାକ୍ ଇଲୁମିନେଟର ସେନ୍‌ସର ରହିଛି । ପୂର୍ବ ମଡେଲ ତୁଳନାରେ ଏହାର ପ୍ରକ୍ରିୟାକରଣ ଶକ୍ତି ୮ ଗୁଣା ଅଧିକ । ଏଥିରେ ସିନେମାଟିକ୍ ଭ୍ଲଗ୍ ସେଟିଂ ସୁବିଧା ମଧ୍ୟ ରହିଛି । ଅଭିନବ ଏଆଇ ପ୍ରୋସେସିଂ ୟୁନିଟ୍‌, ଟଚ୍ ଏଲ୍‌ଇଡି ସ୍କ୍ରିନ୍‌, ସ୍ମାର୍ଟଫୋନ୍ ସଂଯୋଗ, କ୍ଲାଉଡ୍ ସୁବିଧା ଭଳି ଅନେକ ପ୍ରକାର ସୁବିଧାସୁଯୋଗ ରହିଛି ଯାହା କ୍ରିଏଟରମାନଙ୍କ ଅନୁଭୂତିରେ ଉନ୍ନତି ଆଣିବ ।
ଜେଡ୍‌ଭି-ଇ୧ ଭ୍ଲଗ୍ କ୍ୟାମେରା ସମସ୍ତ ସୋନି ସେଂଟର, ଆଲ୍‌ଫା ଫ୍ଲାଗ୍‌ସିପ୍ ଷ୍ଟୋର୍‌, ସୋନିର ସ୍ୱୀକୃତିପ୍ରାପ୍ତ ଡିଲର, ଆମାଜନ୍ ଓ ଫ୍ଲିପ୍‌କାର୍ଟ ୱେବସାଇଟ୍ ଓ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ଗୁଡ଼ିକରେ ୨୦୨୩ ଅଗଷ୍ଟ ୩ରୁ ଉପଲବ୍ଧ ହେବ । ଏହାର ଦାମ୍ ୨,୪୩,୯୯୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

four × five =