Uncategorized

ଟିପିସିଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳନର ଶୁଭାରମ୍ଭ

ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଜାମସେଦଜୀ ନୁସେରୱାନଜୀ ଟାଟାଙ୍କ ଜୟନ୍ତୀ ଅବସରରେ ଆସନ୍ତା ଫେବ୍ରୁଆରି ୨୪ ତାରିଖରୁ ନୈତିକତା ସପ୍ତାହ ୨୦୨୫ ପାଳନ ଆରମ୍ଭ ହୋଇଛି। ନୈତିକ ବ୍ୟବସାୟ ଅଭ୍ୟାସ, ସଚ୍ଚୋଟତା ଏବଂ ସ୍ୱଚ୍ଛତା ପ୍ରତି ଟିପିସିଓଡିଏଲର ଅତୁଟ ପ୍ରତିବଦ୍ଧତାକୁ ଏହି ଉତ୍ସବ ଦୋହରାଉଛି।

ଏହି କାର୍ଯ୍ୟକ୍ରମକୁ ଟିପିସିଓଡିଏଲ୍‌ର ସିଇଓ ତଥା ପ୍ରମୁଖ ନୈତିକ ଅଧିକାରୀ ଅରଭିନ୍ଦ୍ ସିଂହ ଉଦ୍‌ଘାଟନ କରିଥିବା ବେଳେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ନୈତିକ ନେତୃତ୍ୱ ଏବଂ ଟାଟା ଗ୍ରୁପର ମୂଳ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉପରେ ଏକ ସପ୍ତାହବ୍ୟାପୀ ଆଲୋଚନା ଆରମ୍ଭ ହୋଇଥିଲା। ସର୍ବୋଚ୍ଚ ସ୍ତରର ଗଭରନାନ୍ସ ଏବଂ ବିଶ୍ୱାସ ବଜାୟ ରଖିବା ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଇ ଟିପିସିଓଡିଏଲର ସମସ୍ତ ସର୍କଲ, ଡିଭିଜନ ଏବଂ ଆନୁଷଙ୍ଗିକ କାର୍ଯ୍ୟାଳୟରେ ନୈତିକତାର ଶପଥ ପାଠ କରାଯାଇଥିଲା।
ଟାଟା ଗ୍ରୁପରେ ନୈତିକ ଉତ୍କର୍ଷତାର ମୂଳଦୁଆ ପକାଇଥିବା ଶ୍ରୀ ଜାମସେଦଜୀ ନୁସେରୱାନଜୀ ଟାଟାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଟିପିସିଓଡିଏଲ୍ ଏହି ନୀତିଗୁଡ଼ିକୁ ଏହାର କାର୍ଯ୍ୟରେ ସମନ୍ୱିତ କରିବା ଜାରି ରଖିଛି । ନୈତିକତା କମ୍ପାନି ସଂସ୍କୃତିର ମୂଳଦୁଆ ହୋଇ ରହିଛି, ଯାହା ଦାୟିତ୍ୱବାନ ନିଷ୍ପତି ନେବା ଏବଂ ଅଂଶୀଦାରମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରୁଛି ।

ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ତଥା ପ୍ରଧାନ ନୈତିକ ଅଧିକାରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘ଟିପିସିଓଡିଏଲ୍‌ରେ ନୈତିକତା କେବଳ ଏକ ପ୍ରତିଶ୍ରୁତି ନୁହେଁ, ଏହା ଏକ ଜୀବନଶୈଳୀ ଯାହା ଆମ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିକ୍ରେତା, ଯୋଗାଣକାରୀ ଏବଂ ଆମେ ସେବା କରୁଥିବା ସମୁଦାୟ ପର୍ଯ୍ୟନ୍ତ ବିସ୍ତାରିତ । ନିରନ୍ତର ଏବଂ ଦାୟିତ୍ୱପୂର୍ଣ୍ଣ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦୈନିକ ନୈତିକ ମୂଲ୍ୟବୋଧ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ। ବ୍ୟକ୍ତିଗତ ଏବଂ ଟାଟା କର୍ମଚାରୀ ଭାବେ ଆମେ ଟାଟା ନୈତିକ ମୂଲ୍ୟ ବ୍ୟବସ୍ଥା ସହିତ ଯୋଡ଼ି ହେବା ଆବଶ୍ୟକ ଯାହା ଆମର ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିିଗତ ଜୀବନରେ ସଚ୍ଚୋଟତା ସୁନିଶ୍ଚିତ କରିବ।’’

ନୈତିକତା ସପ୍ତାହ ୨୦୨୫ରେ ଟିପିସିଓଡିଏଲ୍ ନୈତିକ ନିଷ୍ପତି ନେବାକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ତରଦାୟିତ୍ୱ ଓ ନିରପେକ୍ଷତାର ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଆଲୋଚନା, ସଚେତନତା ଅଧିବେଶନ ଏବଂ କାର୍ଯ୍ୟକଳାପ ମାଧ୍ୟମରେ ଏହାର ଅଂଶୀଦାରମାନଙ୍କୁ ନିୟୋଜିତ କରିବ।

ଟିପିସିଓଡିଏଲ୍ ନୂତନ ମାନଦଣ୍ଡ ସ୍ଥାପିତ କରୁଥିବା ବେଳେ ଏହା ନିଜର ନୈତିକ ମୂଲ୍ୟବୋଧ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି ଏବଂ ସମାଜ ଓ ରାଷ୍ଟ୍ର ପାଇଁ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ସହିତ ଦୀର୍ଘକାଳୀନ ସଫଳତା ସୁନିଶ୍ଚିତ କରୁଛି ।

Share

Leave a Reply

Your email address will not be published. Required fields are marked *

2 × three =