Friday, October 30, 2026
Business

ଟିପିଏନ୍‌ଓଡିଏଲ୍ ପକ୍ଷରୁ ସଫଳ ପରିଚାଳନାର ଦ୍ୱିତୀୟ ବର୍ଷ ପୂର୍ତି ଅବସର ପାଳିତ

ବାଲେଶ୍ୱର:ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ସଫଳତାର ଦୁଇ ବର୍ଷ ପୂର୍ଣ୍ଣ କରିଛି । ଏହି ଅବସରକୁ ବାଲେଶ୍ୱରର ନୋସି ବିଜ୍‌ନେସ ପାର୍କରେ ପାଳନ କରାଯାଇଥିଲା ଏବଂ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଆଇଏଏସ, ସ୍ୱାଧୀନ ନିର୍ଦ୍ଦେଶକ ଟିପିଏନ୍‌ଓଡିଏଲ୍ ଶ୍ରୀ .କେ.ଏନ ଶ୍ରୀବାସ୍ତବ, ସ୍ୱତନ୍ତ୍ର ଅତିଥି ଟିପିଏନ୍‌ଓଡିଏଲ୍‌ର ସ୍ୱାଧୀନ ନିର୍ଦେଶକ ଅଶୋକ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ଆଇପିଏସ ସାଗରୀକା ନାଥ ଏବଂ ବାଲେଶ୍ୱର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ଆଇଏଏସ, ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଦେ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର, ଏଚ୍‌ଆର୍ ପ୍ରଶାସନ ମୁଖ୍ୟ ଶ୍ରୀବଲ୍ଲଭ ସିଂହ, ବାଣିଜ୍ୟ ମୁଖ୍ୟ ଦୁଶ୍ୟାନ୍ତ କୁମାର ତ୍ୟାଗି, କଂଟ୍ରାକ୍ଟ ମୁଖ୍ୟ ପ୍ରଦୀପ ସିଲ୍‌, ପ୍ରକଳ୍ପ ମୁଖ୍ୟ ରବିନ୍ଦ୍ର ଗୱଡେ, ଅପରେସନ୍ସ ସର୍ଭିସେସ୍ ମୁଖ୍ୟ ନିଲେଶ ପଟଫୋଡେ, ଟିପିଏନ୍‌ଓଡିଏଲ୍‌ର ପିଆର୍‌ଓ ଚିତରଂଜନ ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଟିପିଏନ୍‌ଓଡିଏଲ୍ ବର୍ତମାନ ଉତର ଓଡ଼ିଶାର ୨୭୯୨୦ ବର୍ଗ କିଲୋମିଟର ଅଂଚଳରେ ବ୍ୟାପ୍ତ ବ୍ୟାପକ ବଂଟନ କ୍ଷେତ୍ରରେ୨୦ ଲକ୍ଷରୁ ଅଧିକ ପଞ୍ଜୀକୃତ ଗ୍ରାହକ ଥିବା ୯୭ ଲକ୍ଷ ଜନସଂଖାକୁ ସେବା ପ୍ରଦାନ କରୁଛି । ବିଗତ ଦୁଇ ବର୍ଷରେ ଡିଜିଟାଲ୍ ରୂପାନ୍ତରଣ, ସୁରକ୍ଷା ଓ ସିଏସ୍‌ଆର୍ ଜରିଆରେ ଗ୍ରାହକ ସନ୍ତୁଷ୍ଟି, ପରିଚାଳନା ଉତ୍କର୍ଷତା ଉପରେ ଗୁରୁତ୍ୱାରୋପ କରି କଂପାନି ବହୁ ପଦକ୍ଷେପ ଗ୍ରହଣ କରିଛି ।
ନିରବଚ୍ଛିନ୍ନ ବିଦ୍ୟୁତ ଉପରେ ଗୁରୁତ୍ୱାରୋପ କରି ପ୍ରଯୁକ୍ତି ଅଭିଯାନ
ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମଧ୍ୟରେ ସାମିଲ ରହିଛି:
. ଯେକୌଣସି ବିଦ୍ୟୁତ୍ ବିଭ୍ରାଟର ଯାଂଚ କରିବା ଲାଗି ସପୂଂର୍ଣ୍ଣ ନେଟ୍‌ୱର୍କରେ ବାସ୍ତବ ସମୟ ଅପ୍‌ଡେଟ୍ ପ୍ରଦାନ କରୁଛି ଟିପିଏନ୍‌ଓଡିଏଲ୍‌ର କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ସିସି) । ସ୍କାଡା ସହିତ ସମନ୍ୱିତ ହୋଇଛି ୯୧ ପ୍ରାଥମିକ ସବ୍‌ଷ୍ଟେସନ ଯାହା ସୁବିଧାରେ ଓ ରିମୋଟ୍ ପରିଚାଳନାକୁ ନିଶ୍ଚିତ କରିବା ଲାଗି କଂପାନିକୁ ସହାୟକ ହୋଇଛି ।

. ପ୍ରତି ଡିଭିଜନ୍‌ରେ ୧୬ ସାଟେଲାଇଟ୍ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ସିସି)ର ଶୁଭାରମ୍ଭ

. ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ପହଂଚି ହେଉନଥିବା ଭୂତଳ କେବୁଲ ସେକ୍ସନ ପାଇଁ ତାର ପରୀକ୍ଷା, ତ୍ରୁଟି ଚିହ୍ନଟ, ରୁଟ୍ ତାରକୁ ଖୋଜିବା ଏବଂ ଚିହ୍ନଟ କାର୍ଯ୍ୟ ପାଇଁ ଭ୍ରାମ୍ୟମାଣ ଭୂତଳ ବିଦ୍ୟୁତ ତାର ତ୍ରୁଟି ଚିହ୍ନଟ ବ୍ୟବସ୍ଥାର ସଦ୍ୟତମ ଭର୍ସନକୁ ମୂତୟନ କରାଯାଇଛି ।

. ବଂଟନ ଟ୍ରାନ୍ସଫର ବିଭ୍ରାଟ ସମୟରେ ସୁଧାର ସମୟକୁ କମ୍ କରିବା ଏବଂ ପ୍ରକଳ୍ପ କାର୍ଯ୍ୟ ରକ୍ଷଣାବେକ୍ଷଣ ବେଳେ ଲମ୍ବା ବିଭ୍ରାଟ ସମୟରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବା ଲାଗି ଟ୍ରଲି ମାଉଟେଂଡ୍ ବଂଟନ ଟ୍ରାନ୍ସଫରମରର ଶୁଭାରମ୍ଭ କରାଯାଇଛି ।

. ସମ୍ଭାବ୍ୟ ବିଦ୍ୟୁତ ବିଭ୍ରାଟକୁ ରୋକିବା ଓ ଅଗ୍ରୀମ ଭାବେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଟିପିଏନ୍‌ଓଡିଏଲ୍ ଟିମ୍ ପକ୍ଷରୁ ନେଟ୍‌ୱର୍କରେ ଥିବା ଅସଙ୍ଗତିକୁ ଚିହ୍ନଟ କରିବା ଲାଗି ଅଲ୍‌ଟ୍ରା ସାଉଣ୍ଡ୍ ଚିହ୍ନଟ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।

. ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରି ନେଟ୍‌ୱର୍କର ହଟ୍‌ସ୍ପଟ୍‌କୁ ଧରିବା ଲାଗି ଥର୍ମାଲ୍ ସେନ୍‌ସିଂ କ୍ୟାମେରାର ବ୍ୟବହାର ଆକାଶ ମାର୍ଗ ସର୍ଭେ ଜରିଆରେ ଫିଡର୍‌ରେ ଥିବା ସମ୍ବେଦନଶୀଳ ସ୍ଥାନକୁ ଧରିବା ଲାଗି ଡ୍ରୋନ୍ ପରିଚାଳିତ ଫିଡର୍ ରକ୍ଷଣାବେକ୍ଷଣକୁ କାର୍ଯ୍ୟକାରୀ କରାଯାଇଛି ।

. ବୃକ୍ଷର ବିଭିନ୍ନ ଅଂଶ ଛେଦନ କରିବା ଏବଂ ସୁରକ୍ଷିତ ଭାବେ ଉଚ୍ଚ ସ୍ଥାନରେ ମରାମତି କାର୍ଯ୍ୟକଳାପ ଲାଗି ଟିପିଏନ୍‌ଓଡିଏଲ୍ ଟିମ୍ ୩ ଟାୱାର ୱାଗନ ବ୍ୟବହାର କରୁଛନ୍ତି ।

. ଶକ୍ତି ମିଟରଗୁଡ଼ିକର ପରୀକ୍ଷଣ ଲାଗି ବାଲେଶ୍ୱରଠାରେ ଆନ୍ତର୍ଜାତିକ ମାନରମିଟର ପରୀକ୍ଷଣ ଲ୍ୟାବ୍ ଉଦଘାଟନ କରାଯାଇଛି ।

ସମସ୍ତ ଅଂଶୀଦାରଙ୍କ ପାଇଁ ପ୍ରଥମେ ସୁରକ୍ଷା
ଟିପିଏନ୍‌ଓଡିଏଲ୍ ପକ୍ଷରୁ ଏହାର ସମସ୍ତ ଅଂଶୀଦାରଙ୍କ ପାଇଁ ପ୍ରଥମେ ସୁରକ୍ଷା ନୀତିକୁ କାର୍ଯ୍ୟକାରୀ କରାଯାଇଛି । କେତେକ ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ରହିଛି:
. ଏହାର ସମସ୍ତ କର୍ମଚାରୀମାନଙ୍କ ପାଇଁ ବାଧ୍ୟତାମୂଳକ ସୁରକ୍ଷା ତାଲିମ ଏବଂ ୩୩୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ବ୍ୟବହାର ଭିତିକ ସୁରକ୍ଷା ତାଲିମ

. କଂପାନି ଏହାର ସମସ୍ତ ୧୫୯ ସେକ୍ସନର ସୁରକ୍ଷା ଅଡିଟ୍ କରିଛି

. ସମସ୍ତ ୧୬ ଡିଭିଜନ୍‌ରେ ପ୍ରତ୍ୟକ୍ଷ ତାଲିମ ପାଇଁ ସୁରକ୍ଷା ଅଭ୍ୟାସ ୟାର୍ଡ ସ୍ଥାପନ କରାଯାଇଛି । ପୁନଶ୍ଚ, ସମସ୍ତ ଲାଇନ୍‌ମ୍ୟାନ୍ ଓ ବିଜନେସ୍ ଆସୋସିଏଟ୍‌ସ (ବିଏ) କର୍ମଚାରୀମାନଙ୍କ ଶ୍ରେଣୀ ଗୃହ ତାଲିମ ପାଇଁ ସୁରକ୍ଷା ପୋର୍ତା କ୍ୟାବିନ୍ ସ୍ଥାପନ କରାଯାଇଛି ।

. ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଇଥିବା ଆଧୁନିକ ହେଲ୍‌ମେଟ୍ ଓ ସୁରକ୍ଷା ଉପକରଣ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି ଯାହାକୁ ଉନ୍ନତ ଯୋଗାଯୋଗ ଭିତିକ ସ୍ନାପ୍ ହୁକ୍ ସହ ଯୋଡ଼ାଯାଇଥିବା ବେଳେ ସୌର ଶକ୍ତି ଦ୍ୱାରା ପରିଚାଳିତ ଏକ ଓୟାରଲେସ୍ ଯୋଗାଯୋଗ ସହ ଇଟଂରଲିଙ୍କ୍ କରାଯାଇଛି ।

. ଅସୁରକ୍ଷିତ ଅନୁଧ୍ୟାନର ରିପୋର୍ଟିଂ ଓ ନିରୀକ୍ଷଣ ପାଇଁ ଏକ ଉତ୍ସର୍ଗୀକୃତ ସୁରକ୍ଷା ପୋର୍ଟାଲ

. ଚୁକ୍ତି ଭିତିକ କର୍ମଚାରୀ-ବିଏପିଏଏସ୍‌ଏସ୍‌ଙ୍କ ପାଇଁ ସୁରକ୍ଷା ନିୟମ ପାଳନକୁ ନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ଆପ୍‌

. ସାଧାରଣ ଜନତ ଓ ପଶୁମାନଙ୍କ ସୁରକ୍ଷାକୁ ନିଶ୍ଚିିତ କରିବା ଲାଗି ୮୫୦ରୁ ଅଧିକ ବଂଟନ ସବଷ୍ଟେସନରେ ସୁରକ୍ଷା ବାଡ଼ ଦିଆଯାଇଛି

. ସୁରକ୍ଷା ସମ୍ପର୍କିତ ସମସ୍ୟା ବିଷୟରେ ଜନ ସାଧାରଣଙ୍କୁ ଜଣାଇବା ନିଶ୍ଚିତ କରିବା ସହ ଏଲ୍‌ଇଡି ଡିସ୍‌ପ୍ଲେ ଭ୍ୟାନ୍ ମୂତୟନ, ସୁରକ୍ଷା ରାଲି ଆୟୋଜନ

. ଶ୍ରେଷ୍ଠ ସୁରକ୍ଷା ପ୍ରକ୍ରିୟା ଓ ସୁରକ୍ଷା ପ୍ରତିି ଅଭିନବ ଆଭିମୁଖ୍ୟ ପାଇଁ ଚଳିତ ବର୍ଷ ଫେବ୍ରୁଆରିରେ ମୁମ୍ବାଇଠାରେ ଆୟୋଜିତ ଏକ ସୁରକ୍ଷା କନ୍‌କ୍ଲେଭ୍‌ରେ କଂପାନି ପୁରସ୍କାର ହାସଲ କରିଛି ।

ପରିଚାଳନା ଉତ୍କର୍ଷତା ଓ ଗ୍ରାହକ ସନ୍ତୁଷ୍ଟି ଆଭିମୁଖ୍ୟ
ପରିଚାଳନା ଉତ୍କର୍ଷତା ପ୍ରତି ଗୁରୁତ୍ୱ ପ୍ରଦାନ କରିବା ଆଭିମୁଖ୍ୟ ଜାରି ରଖି ଭିତିଭୂମିକୁ ନିଶ୍ଚିତ କରିବା ଲାଗି ଗତ ଏକ ବର୍ଷ ଭିତରେ ଟିପିଏନ୍‌ଓଡିଏଲ୍ ବହୁ ପଦକ୍ଷେପ ଗ୍ରହଣ କରିଛି । ଅଗ୍ରାଧିକାର ଭିତିରେ ଫିଡର ରକ୍ଷଣାବେକ୍ଷଣ, ପ୍ରତି ଫିଡରକୁ “ବୃକ୍ଷ ମୁକ୍ତ’ ସାର୍ଟିଫାଏ କରିବା ଲକ୍ଷ୍ୟ ନେଇ ୧୧କଭି ଫିଡରରେ ବ୍ୟାପକ ବୃକ୍ଷର ବିଭିନ୍ନ ଅଂଶ ଛେଦନ, ୭୫ ବିଦ୍ୟୁତ ଟ୍ରାନ୍ସଫରମରର କ୍ଷେତ୍ର ଭିତିକ ମରାମତି, ଦୁଇଟି ୧୧ କେଭି ଭୋଲ୍‌ଟେଜ୍ ରେଗୁଲେଟର ଏହି ଅଂଚଳରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିଛି ।
ଭରସାଯୋଗ୍ୟତା ପ୍ରତି କଂପାନି ଗ୍ରହଣ କରିଥିବା ଅନ୍ୟ ପ୍ରମୁଖ ପଦକ୍ଷେପଗୁଡ଼ିକ ହେଉଛି ଜଳେଶ୍ୱର ଗ୍ରିଡ୍‌ରୁ ରାଜଘାଟ ପିଏସ୍‌ଏସ୍ ୩୩ କେଭି ଲାଇନ୍ ଅଧୀନରେ ସୁବର୍ଣ୍ଣରେଖା ନଦୀର ଉଭୟ ପାଶ୍ୱର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଦୁଇଟି ଇଟଂରପୋଜିଂ ପିସି+୬ ଟାୱାରକୁ କାର୍ଯ୍ୟକ୍ଷମ କରାଯାଇଛି । ଏହା ରାଜଘାଟ ଓ ଗାଓ ଅମର୍ଦାର ଦୁଇ ୩୩/ ୧୧ କେଭି ବିଦ୍ୟୁତ ସବଷ୍ଟେସନକୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ସହାୟକ ହେବ । ବସ୍ତା ଅଂଚଳରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଁ ପ୍ରତିବର୍ଷ ବନ୍ୟା ଭଳି ସ୍ଥିତିକୁି ସାମ୍ନା କରୁଥିବା ୧୫୦୦୦ରୁ ଅଧିକ ଗ୍ରାହକଙ୍କ ପାଇଁ ଏବେ ଭରସାଯୋଗ୍ୟ ବିଦୁୃ୍ୟତ ଯୋଗାଣ ନିଶ୍ଚିତ ହୋଇପାରିବ ।
ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କର ସରକାର କହିଛନ୍ତି ଯେ, “ଶୂନ ଘାତପ୍ରତିଘାତ, ପ୍ରତ୍ୟକ୍ଷ ଗ୍ରାହକ ସେବା, ଶତ ପ୍ରତିଶତ ଡିଜିଟାଲ୍ ପେମେଂଟ୍ ଏବଂ ଇନଭର୍ଟର ଓ ଷ୍ଟାବିଲାଇଜର ମୁକ୍ତ ଉତର ଓଡ଼ିଶା ଭଳି ଅଭିଳାଷ ନେଇ ଆମେ ଆମ ସେବାର ତୃତୀୟ ବର୍ଷର ଶୁଭାରମ୍ଭ କରୁଛୁ । ଗ୍ରାହକ କୈନ୍ଦ୍ରୀକତା ଓ ଭରସାଯୋଗ୍ୟତା ପ୍ରତି ଆମ ଟିମ୍ ଶ୍ରେଷ୍ଠ ଉଦ୍ୟମ ପ୍ରଦାନ କରୁଛନ୍ତି । ଆମକୁ ସମର୍ଥନ ଓ ଆମ ଉପରେ ଭରସା ପ୍ରକଟ କରିଥିବାରୁ ଆମେ ଓଡ଼ିଶା ସରକାର ଓ ଜନତାଙ୍କ ପ୍ରତି କୃତଜ୍ଞ ।’’
କଂପାନିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ପ୍ରକୃତ ଗ୍ରାହକ ସନ୍ତୁଷ୍ଟି । ବିଗତ ଦୁଇ ବର୍ଷରେ କଂପାନି ପକ୍ଷରୁ ବିଭିନ୍ନ ଗ୍ରାହକ ଟଚ୍‌ପଏଂଟ୍ ଯଥା ସମସ୍ତ ୧୬ ଡିଭିଜନ୍‌ରେ ଦେୟମୁକ୍ତ ଗ୍ରାହକ ସେବା କେନ୍ଦ୍ର, ଗ୍ରାମାଚଂଳ ଓ ସହରାଚଂଳ ଗ୍ରାହକଙ୍କ ସମସ୍ତ ଅଭିଯୋଗର ସମାଧାନ ଲାଗି ଅନୁଭବ କେନ୍ଦ୍ର ଇତ୍ୟାଦିକୁ ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ସୁବିଧାରେ ବିଲ୍ ପଇଠ କରିବା ଲାଗି ବ୍ରାଣ୍ଡ୍ ସହଯୋଗିତା ଜରିଆରେ ବିଭିନ୍ନ ପେମେଂଟ୍ ବିକଳ୍ପକୁ କାର୍ଯ୍ୟକାରୀ କରାଯାଇଛି । ଗ୍ରାହକଙ୍କ ଦୀର୍ଘଦିନର ବକେୟାର ଫଇସଲା ଲାଗି ପ୍ରୋତ୍ସାହନ କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଛି । ପେମେଂଟ୍‌/ବିଲ୍‌ରେ ସଂଶୋଧନ, ମିଟରିଂ ଓ ଅନ୍ୟାନ୍ୟ ବିଦ୍ୟୁତ ସମ୍ପର୍କିତ ସେବା ଭଳି ସମସ୍ୟା ଲାଗି ସେକ୍ସନ ଅଫିସ ପର୍ଯ୍ୟନ୍ତ ଗ୍ରାମାଚଂଳର ଗ୍ରାହକମାନଙ୍କୁ ଯେଭଳି ଦୂର ଯାତ୍ରା କରିବାକୁ ନପଡ଼ିବ ତାହା ନିଶ୍ଚିତ କରିବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ଗ୍ରାମ ପଂଚାୟତ ସ୍ତରରେ ପ୍ରତି ସବ୍‌-ଡିଭିଜନ୍‌ରେ ମୋଟ ୫୦ ଅନୁଭବ କେନ୍ଦ୍ର ସ୍ଥାପନ କରାଯାଇଛି ।
ବିଗତ ଦୁଇ ବର୍ଷରେ ଟିପିଏନ୍‌ଓଡିଏଲ୍ ବିଭିନ୍ନ ପ୍ରକାର ପୁରସ୍କାର ହାସଲ କରିବାରେ ଅଗ୍ରଣୀ ସ୍ଥାନରେ ରହିଛି ଯଥା ସିଆଇଆଇ ପୁରସ୍କାର-କ୍ୱାଲିଟି ସର୍କଲ୍ ଉପରେ ୩୫ତମ ରାଜ୍ୟ ସ୍ତରୀୟ କନ୍‌ଭେନ୍‌ସନ୍‌, ଇକୋନମିକ୍ ଟାଇମ୍‌ସ ହ୍ୟୁମାନ୍ କ୍ୟାପିଟାଲ୍ ଆୱାର୍ଡସ୍ ଫୋରମ୍‌ରେ “ଏକ୍ସଲେନ୍ସ ଇନ୍ ଚେଂଜ୍ ମ୍ୟାନେଜମେଂଟ୍‌’ରେ ଗୋଲ୍‌ଡ ପୁରସ୍କାର, ଇକୋନମିକ୍ ଟାଇମ୍‌ସ ହ୍ୟୁମାନ୍ କ୍ୟାପିଟାଲ୍ ଆୱାର୍ଡସ୍ ଫୋରମ୍‌ରେ ପିପୁଲ୍‌ଫୋକସ୍‌ଡ ସିଇଓ ଅଫ୍ ଦି ଇୟର ଆୱାର୍ଡ ଏବଂ ଆହୁରି ବହୁତ କିଛି । ସିଏସ୍‌ଆର୍ କ୍ଷେତ୍ରରେ ମଧ୍ୟ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବାଲେଶ୍ୱରରେ ଅତ୍ୟାଧୁନିକ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟନ, ଦୁର୍ଗମ ଓ ଆଦିବାସୀ ଅଂଚଳରେ ୧୫୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଓଡ଼ିଶାରେ ବିଦ୍ୟୁତ ଯୋଗାଣ ସ୍ଥିତିର ରୂପାନ୍ତରଣ ପ୍ରତି ଟିପିଏନ୍‌ଓଡିଏଲ୍‌ର ପ୍ରତିବଦ୍ଧତା ରହିଛି ।

Share

Leave a Reply

Your email address will not be published. Required fields are marked *

one × five =