ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ନରସିଂହ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡ଼ା ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରିବାକୁ କୋଟିଆ ଯାଇଥିଲେ । ସେ କେନ୍ଦ୍ରମନ୍ତ୍ରୀ ହିସାବରେ ଯାଇ ନଥିଲେ ବୋଲି ନରସିଂହ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ହିସାବରେ ହସ୍ତକ୍ଷେପ କରିବାକୁ କହିଛନ୍ତି ନରସିଂହ । କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମକୁ ଯାଇ ଆନ୍ଧ୍ର କର୍ମଚାରୀଙ୍କୁ ଗୋ ବ୍ୟାକ୍‌ କହିଲେ । ସେମିତି ଆଗରୁ ବି ହୋଇଛି ।ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାର କୋଟିଆ ବିବାଦର ସମାଧାନ କରନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କହି ଧର୍ମେନ୍ଦ୍ର ପ୍ରଧାନ ଦୁଇ ରାଜ୍ୟ ଭିତରେ ବୁଝାସୁଝା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ନରସିଂହ । ସେହିପରି ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଲୋକ ଦେଖାଣିଆ ଭାବେ ଧର୍ମେନ୍ଦ୍ର କୋଟିଆ ଯାଇ ରାଜନୀତି କରୁଛନ୍ତି । କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ କେବଳ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ଏପର୍ଯ୍ୟନ୍ତ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦୀପ ମାଝୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କର କୋଟିଆ ପ୍ରତି ଆନ୍ତରିକତା ଥିଲେ ସେ କେନ୍ଦ୍ର ସରକାରଙ୍କୁ ଅବଗତ କରି ବିବାଦର ସମାଧାନ କରିପାରିଥାନ୍ତେ । ଏହାସହ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିକୁ ସ୍ଥାନାନ୍ତର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି ପ୍ରଦୀପ ମାଝୀ କହିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

one × three =