Friday, October 30, 2026
Latestରାଜ୍ୟ

୩ ବର୍ଷରେ ୭୫୦ ରାସ୍ତା ଓ ୫୦୩ଟି ବିଜୁ ସେତୁର ସରିଛି ନିର୍ମାଣ

ଗତ ୩ ବର୍ଷରେ (୨୦୨୦-୨୦୨୩) ମଧ୍ୟରେ ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ଟି ରାସ୍ତା ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ ଟି ରାସ୍ତା ନିର୍ମାଣ ହୋଇଛି।

ସେହିଭଳି ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ଟି ରାସ୍ତାର ମରାମତି ପାଇଁ ୩୯ .୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ଅନ୍ୟ ୬୬୨୪ ଟି ରାସ୍ତା ମରାମତି ପାଇଁ ୧୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ତିନି ବର୍ଷରେ ୧୧୮୪ କୋଟି ଟଙ୍କା ବ୍ୟୟରେ ୫୦୩ ଟି ବିଜୁ ସେତୁ ନିର୍ମାଣ ହୋଇଛି। ୨୦୨୩-୨୪ ବର୍ଷରେ ୫୨୬ ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ।

Share

Leave a Reply

Your email address will not be published. Required fields are marked *

seventeen + 15 =