Friday, October 30, 2026
Latest

ଓଡିଶା ବିରୋଧୀ ମନ୍ତବ୍ୟ ପାଇଁ ଗିରଫ ହେଲା ଆୟାର

ଭୁବନେଶ୍ବର () ଓଡିଶା ବିରୋଧୀ ମନ୍ତବ୍ୟ ପାଇଁ ଗିରଫ ହେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ପୋଲିସ ଗିରଫ କରିଛି । ସେ କୋଣାର୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେବା ସହ ଓଡିଶା ବିଧାୟକଙ୍କ ସମର୍କରେ ମଧ୍ୟ ଅରୁଚିକର ମନ୍ତବ୍ୟ ଦେଇଥିଲେ ।

ଗୃହ କମିଟି ନିକଟରେ ହାଜର ହୋଇ ଫେରିବାର ପ୍ରାୟ ଘଣ୍ଟାଏ ପରେ ପୋଲିସ ତାକୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ତାର ଡାକ୍ତରୀ ପରୀକ୍ଷା ମଧ୍ୟ କରିଛି । ଆୟାରଙ୍କୁ ଆସନ୍ତା ନେଭେମ୍ବର 2 ତାରିଖରେ ପୁଣି ଥରେ ହାଜର ହେବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଛି । ଏଥିସହିତ ସେହିଦିନ ସେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିବେ ।

Share

Leave a Reply

Your email address will not be published. Required fields are marked *

three × one =