Friday, October 30, 2026
Latestମନୋରଞ୍ଜନ

ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଜଙ୍କୁ ଇଡିର ଜେରା

ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିଛି।

ସୂଚନା ଅନୁଯାୟୀ ଏହି ମାମଲା ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ। ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସୋମବାର ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ । ଏହି ମାମଲାରେ ତାଙ୍କ ବୟାନ ରେକର୍ଡ କରିବାକୁ ଇଡି ତାଙ୍କୁ ସମନ ଜାରି କରିଥିଲା ।

ଏପ୍ରିଲ୍ ଶେଷରେ ଇଡି ଜ୍ୟାକଲିନଙ୍କ ୭.୨୭ ସମ୍ପତ୍ତି କୋଟି ଟଙ୍କା ଜବତ କରିଥିଲା।

ତାଙ୍କ ବିରୋଧରେ ମନି ଲଣ୍ଡରିଂ ଆଇନ, ୨୦୦୨ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ପୂର୍ବରୁ ମଧ୍ୟ ପଚରାଉଚରା କରିସାରିଛି।

Share

Leave a Reply

Your email address will not be published. Required fields are marked *

fifteen − 2 =