‘ମନ କି ବାତ୍’ରେ ତ୍ରିରଙ୍ଗାର ଅପମାନ ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ୍’ | ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଞ୍ଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସରକାର ଚାଷ ଜମିକୁ ଆଧୁନିକ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି । ଏହାସହ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଉଠାଉଛନ୍ତି । ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ । ଗଣତନ୍ତ୍ର ଦିବସରେ ଲାଲ୍ କିଲ୍ଲାରେ ଯାହା ହେଲା ତାକୁ ନେଇ ଦେଶବାସୀ କ୍ଷୁବ୍ଧ ଅଛନ୍ତି । ତ୍ରିରଙ୍ଗାର ଅପମାନ ଦେଶକୁ ଦୁଃଖିତ କରିଛି । ସେ ଆହୁରି କହିଛନ୍ତି ଯେ, ୧୫ ଦିନରେ ୩୦ ଲକ୍ଷଙ୍କୁ ଟିକାକରଣ କରାଯାଇଛି । ମନ୍ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ପାଖରେ ଥିବା ଭଳି ମନେହୁଏ । ଆମର ଛୋଟ ଛୋଟ କଥା ଅନେକ କିଛି ଶିଖାଇଥାଏ । ଯାହା ବଞ୍ଚିବାକୁ ପ୍ରେରଣା ଦେଇଥାଏ । ସଙ୍କଟ ସମୟରେ ଭାରତ ଅନ୍ୟମାନଙ୍କୁ ସେବା ଯୋଗାଉଛି । କାରଣ ଭାରତ ପାଖରେ ଔଷଧ ଓ ଭାକସିନ୍ ରହିଛି । ଏହା ଆତ୍ମନିର୍ଭର ଅଭିଯାନ ଅଟେ ।

ସେହିପରି ପ୍ରଧାନମନ୍ତ୍ରୀ ଭାରତୀୟ କ୍ରିକେଟ ଦଳକୁ ଅଷ୍ଟ୍ରେଲିଆ ଗାବା ବିଜୟକୁ ନେଇ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ | ମୋଦି କହିଛନ୍ତି ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଯାହା ଆଗାମୀ ଯୁବପୀଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିବ । ଦେଶ ଏଭଳି ଗୌରବମୟ ବିଜୟକୁ ସଦା ମନେ ରଖିବ । ଦେଶବାସୀ ସ୍ୱାଧିନତା ସଂଗ୍ରାମୀଙ୍କ ବାବଦରେ ଲେଖନ୍ତୁ । ନୂଆ ଅଭିଯାନ ଆରମ୍ଭ ହେବ । ଯାହା ସମସ୍ତ ରାଜ୍ୟର ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବ । ଏହାସହ ଝାନସୀର ଷ୍ଟ୍ରବେରୀ ଫେଷ୍ଟିଭାଲ୍ ବାବଦରେ ମଧ୍ୟ ମୋଦୀ ମତ ରଖିଥିଲେ । ସେ ଆହୁରି କହିଥିଲେ ଯେ, ଚଳିତ ବର୍ଷ ପରେଡରେ ବାୟୁସେନାର ୨ ମହିଳା ଅଫିସର ଇତିହାସ ରଚିଥିଲେ । ଦେଶରେ ମହିଳାଙ୍କ ଯୋଗଦାନ ଲଗାତର ଭାବେ ବଢିବାରେ ଲାଗିଛି ।ଏହାସହ ଦେଶର ଅନେକ ଅଜଣା ଲୋକ ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଯାହାଫଳରେ ସେମାନେ ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନିତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − 15 =