ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା

ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ଗତକାଲି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର କଂଗ୍ରେସ ସଭାପତିଙ୍କୁ ବହିଷ୍କାର କରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ଏମାନଙ୍କ ଭିତରେ ଥିଲେ ପଞ୍ଜାବ ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁ । ନିର୍ବାଚନର କିଛି ମାସ ପୂର୍ବରୁ ପଞ୍ଜାବ ପିସିସି ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ ସିଦ୍ଧୁ । ଏହି ୫ ରାଜ୍ୟରେ ପରାଜୟର ସାମ୍ନା କରିଛି କଂଗ୍ରେସ । ପଞ୍ଜାବରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ଦଳ । ପଞ୍ଜାବରେ ଲଢ଼େଇ ସ୍ତରକୁ ମଧ୍ୟ ଆସିପାରିନଥିଲା କଂଗ୍ରେସ।

Share

Leave a Reply

Your email address will not be published. Required fields are marked *

4 × two =