Friday, October 30, 2026
Latestରାଜ୍ୟ

ନକଲି ଡାକ୍ତରଙ୍କ ବିରୋଧରେ ଆଉ ଦୁଇଟି ମାମଲା ରୁଜୁ

ଭୁବନେଶ୍ୱର- ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି। ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି ମାମଲା। ଏହାଛଡା ଜାଲ୍‌ କାଗଜପତ୍ର ପାଇଁ ସହିଦନଗର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଜାଲ୍‌ ଡକ୍ୟୁମେଣ୍ଟ ଦ୍ୱାରା ରମେଶ କାର୍‌ ରେଜିଷ୍ଟ୍ରେସନ ନମ୍ବର କରିଥିବା ଅଭିଯୋଗ ହୋଇଛି। ତାକୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରିଛି ମହିଳା ଥାନା

ପୋଲିସ୍। ଗୁଆହାଟୀ ପତ୍ନୀଙ୍କୁ ଠକେଇ ଅଭିଯୋଗର ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରାଯାଉଛି।

୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା।

Share

Leave a Reply

Your email address will not be published. Required fields are marked *

15 + 17 =