ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ()କରୋନା ଭାଇରସ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ଛୁଇଁଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ୯୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୮୬୭ ଜଣ ଚିକିତ୍ସିତ ହେଉଥିବା ବେଳେ ୮୭ ଜଣ କରୋନା ଆକାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ମହାରାଷ୍ଟ୍ରରେ ୬, ଗୁଜରାଟରେ ୫, କର୍ଣ୍ଣାଟକରେ ୩, ଜମ୍ମୁ-କାଶ୍ମୀରରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡୁ, ପଞ୍ଜାବରେ ଜଣେ ଲେଖାଏଁ ମୃତ । ବିହାର, କେରଳ, ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 5 =