Friday, October 30, 2026
Latestରାଜ୍ୟ

ସମ୍ ଶିଶୁଶଲ୍ୟ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର : ଶି ଶୁମାନେ କିଭଳି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଛନ୍ତି ସମ୍
ଡାକ୍ତର । ଘରେ, ସ୍କୁଲ୍ରେ ଓ ରାସ୍ତାରେ ସେମାନଙ୍କ ସହିତ ଯେଭଳି କୋ÷ଣସି ଅଘଟଣ ନ ଘଟେ ସେ ନେଇ ଉଭୟ ଅଭିଭାବକ ଓ ଶିଶୁମାନଙ୍କୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡି କାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁଶଲ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦେଇଛନ୍ତି ଓ ଅବଗତ କରାଯାଇଛି । ପ୍ରତ୍ୟେକ ବର୍ଷ ଶିଶୁ ଦିବସ ନଭେମ୍ବର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟିକ ସର୍ଜରୀର ସହଭାଗିତାରେ ସାରା ଦେଶରେ ସ୍କୁଲ୍, ଘର ଓ ରାସ୍ତାରେ ଶିଶୁଙ୍କ ସୁରକ୍ଷା ନେଇ ଶିଶୁ ସୁରକ୍ଷା ସଚେତନତା ସପ୍ତାହ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁ ଶଲ୍ୟ ବିଭାଗ ପକ୍ଷରୁ ଗତ ୧୪ ତାରିଖରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ୨୦ ତାରିଖ ଶନିବାର ଦିନ ଶେଷ ହୋଇଛି ବୋଲି ସମ୍ ହସ୍ପିଟାଲ୍ର ଶିଶୁଶଲ୍ୟ ବିଭାଗର ମୁଖ୍ୟ ପ୍ର ଫେସର ଅର୍ନ୍ତଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି ।

ଚଳିତବର୍ଷର ଥିମ୍ ଥିଲା “ ସେଫ୍ଟ ି ଅନ୍ ରୋଡ୍ , ସେଫ୍ଟ ି ଆଟ ହୋମ୍, ସେଫ୍ଟ ି ଆଟ ସ୍କୁଲ୍” ଅର୍ଥାତ୍ ରାସ୍ତାରେ, ଘରେ ଓ ସ୍କୁଲରେ ଶିଶୁଙ୍କ ସୁରକ୍ଷା । ୭ ଦି ନ ବ୍ୟାପୀ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଉଭୟ ହସ୍ପିଟାଲ୍ରେ ଭତି ର୍ ହୋଇଥିବା ଓ ବହି ର୍ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁ ଓ ସେମାନଙ୍କ ଅଭିଭାବକମାନଙ୍କୁ ଘର ଭି ତରେ, ରାସ୍ତାରେ ଏବଂ ସ୍କୁଲ୍ରେ ଶିଶୁମାନଙ୍କର ସୁରକ୍ଷା ସମ୍ପର୍କ ରେ ତଥ୍ୟ ପ୍ରଦାନ କରାଯିବା ସହ ସଚେତନ କରାଯାଇଥି ଲା ବୋଲି ପ୍ରଫେସର ପ୍ରଧାନ ସୂଚନା ଦେଇଛନ୍ତି । ଘରେ ଯେପରି ଉଚ୍ଚ ପଦାର୍ଥ କିମ୍ବା ଧାରୁଆ ଅସ୍ତ୍ର କୁ ଶିଶୁଙ୍କ ଠାରୁ ଦୂରରେ ରଖିବେ ସେ ନେଇ ମଧ୍ୟ ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା । ଘର ହେଉ କି ମ୍ବା ରାସ୍ତା ଅଥବା ସ୍କୁଲ୍, ଦୁଷ୍ଟାମି କରିବା ଦ୍ୱାରା ଶାରୀରିକ ଆଘାତର ଶି କାର ହେଉଛନ୍ତି ଶିଶୁ । ଅନେକ ଶିଶୁ ଗୁରୁତର ହୋଇ ହସ୍ପିଟାଲ୍କୁ ମଧ୍ୟ ଆସୁ ଛନ୍ତି । ତେବେ ଏଭଳି କାର୍ଯ୍ୟରୁ ସେମାନଙ୍କୁ କିଭଳି ନିବୃତ ରଖାଯିବ ଏବଂ କୋ÷ଣସି ପ୍ରକାର ଅଘଟଣର ସେମାନେ ଯେପରି ଶିକାର ନ ହେବେ ସେଥି ପ୍ରତି ସଜାଗ ରହିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଥିବା
ହସ୍ପିଟାଲ୍ର ଶିଶୁଶଲ୍ୟ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ପାତ୍ର ସୂଚନା ଦେଇଛନ୍ତି ।

ସଚେତନତା ସତ୍ୱେ ଦୁର୍ଭାଗ୍ୟବଶତଃ ଯଦି କୋ÷ଣସି ଦୁର୍ଘ ଟଣା ଘଟିଲା ତେବେ ଶିଶୁମାନଙ୍କୁ ତୁ ରନ୍ତ ହସ୍ପିଟାଲ୍ ଆଣି ବା ଉଚିତ୍ । ସମ୍ ହସ୍ପିଟାଲ୍ରେ ୨୪ ଘଂଟିଆ ଟ୍ରମା ସର୍ଭ ିସ୍ ଓ ସମସ୍ତ ପ୍ରକାର ଅତ୍ୟାଧୁନି କ ଚିକିତ୍ସା ପଦ୍ଧତି ଉପଲବ୍ଧ ବୋଲି ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡାକ୍ତର ଏ. ପ୍ରଧାନ ଓ ଆସୋସିଏଟ୍ ପ୍ରଫେସର ଡାକ୍ତର ପାତ୍ରଙ୍କ ସମେତ ପ୍ରଫେସର ଡାକ୍ତର ହିରଣ୍ୟ କେ. ମହାନ୍ତି , ଆସୋସିଏଟ୍ ପ୍ରଫେସର ଡାକ୍ତର ଲଳିତ ପରିଡା ଓ ଅନ୍ୟାନ୍ୟ ଷ୍ଟାଫ୍ମାନେ ସାମିଲ୍ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

1 × 5 =