Friday, October 30, 2026
Latestରାଜ୍ୟ

ଓଟିଡିସିର ନାଆଁ ନେଇ ଠକେଇ କରି ଆତ୍ମଘୋଷିତ ବାବା ଓ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ଚୂନ ଲଗେଇ ଟଙ୍କା ଲୁଟିଥିଲେ, ବନ୍ଧାହେଲେ । ୩କୋଟିର ଠକେଇ ଅଭିଯୋଗରେ ୨ଗିରଫ। ଜଣେ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି ଓ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା। ଓଟିଡିସିରୁ ୩କୋଟିର ଫେକ୍ ୱାର୍କ ଅର୍ଡର ଦେଇ ଠକେଇ ଅଭିଯୋଗ ନେଇ ଓଟିଡିସି ପକ୍ଷରୁ ଅଭିଯୋଗ ହୋଇଥିଲା। କରୋନା ସମୟରେ ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କ କାମ ଖୋଜୁଥିବା ବେଳେ ଚନ୍ଦନ ଆକାଶ ମହାନ୍ତି ଓଟିଡିସିର ୩କୋଟିର ଫେକ୍ ୱାର୍କ ଅର୍ଡର ଦେଇଥିଲା।
ପୂର୍ବରୁ ଚନ୍ଦନ ଆକାଶ ମହାନ୍ତି ଓଟିଡିସିର କଣ୍ଟ୍ରାକ୍ଚ୍ୟୁଆଲ ଆସିଷ୍ଟାଣ୍ଡ ଇଞ୍ଜିନିୟର ଭାବେ କାର୍ୟ୍ୟ କରିଥିଲେ। ବିଜୟାନନ୍ଦ ଚୌଧୁରୀଙ୍କ ସହାୟତାରେ ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କୁ ବରକୂଳ ଓ ରମ୍ଭାର ଓଟିଡିସି ପାନ୍ଥନିବାସର ପୂନର୍ନିମାଣ ନେଇ ୩କୋଟି ଟଙ୍କାର ୱାର୍କ ଅର୍ଡର ଦେଇଥିଲେ। ୨୦୨୦ ଅଗଷ୍ଟରୁ ୨୦୨୦ ନଭେମ୍ବର ମଧ୍ୟରେ ଏହା ଦ୍ୱାରା ଚନ୍ଦନ ଆକାଶ ମହାନ୍ତି ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କ ଠାରୁ ୩କୋଟି ଟଙ୍କା ଠକି ନେଇଥିଲେ। ଏନେଇ କଣ୍ଟ୍ରାକ୍ଟର ଓଟିଡିସିରେ ଜଣାଇବା ପରେ ଓଟିଡିସି ପକ୍ଷରୁ ମାମଲା ରୁଜୁ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

ten + 4 =