Friday, October 30, 2026
Latest

ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ଜାଣିବାକୁ ପ୍ରଶାସନ ନୋଟିସ କରିଛି। ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ନିୟମ ଅନୁସାରେ ଅପରାଧୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ରହିଛି ।ଦୋଷୀଙ୍କ ଶେଷ ଇଚ୍ଛା ନେଇ ନୋଟିସ ଜାରି କରିବା ସହ ସେମାନଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି ଜେଲ କର୍ତ୍ତୃପକ୍ଷ ।

ଏଥିରେ କୁହାଯାଇଛି ଯେ ଫାଶୀ ପୂର୍ବରୁ ସେମାନେ ଶେଷଥର ପାଇଁ କାହାକୁ ଓ କେତେବେଳେ ଭେଟିବାକୁ ଚାହୁଁଛନ୍ତି? ଯଦି ସେମାନଙ୍କ ନାଁରେ କୌଣସି ସମ୍ପତ୍ତି ରହିଛି, ତା’ହେଲେ ସେଗୁଡ଼ିକୁ ସେମାନେ କାହା ନାଁରେ କରିବାକୁ ଚାହୁଁଛନ୍ତ? ସେମାନେ କୌଣସି ଧାର୍ମିକ ବହି କିମ୍ବା କୌଣସି ଧର୍ମ ଗୁରୁଙ୍କୁ ଫାଶୀ ପୂର୍ବରୁ ଭେଟିବାକୁ ଚାହୁଁଛନ୍ତି କି? ଯଦି ଏସବୁ ମଧ୍ୟରୁ ଦୋଷୀମାନେ କିଛି ବି ନିଜର ଶେଷ ଇଚ୍ଛାରେ ପାଇବାକୁ ଚାହୁଁଛନ୍ତି, ତା’ହେଲେ ଜେଲ କର୍ତ୍ତୃପକ୍ଷ ଏହାକୁ ଫାଶୀ ପୂର୍ବରୁ ପୂରଣ କରିବେ ବୋଲି ନୋଟିସରେ କହିଛନ୍ତି।

ତେବେ ଜେଲରେ ଥିବା ଅକ୍ଷୟ, ପବନ, ମୁକେଶ ଓ ବିନୟ ଶର୍ମା ନିଜର ଶେଷ ଇଚ୍ଛା କ’ଣ ସେ ସମ୍ପର୍କରେ ଏଯାଏ କୌଣସି ଉତ୍ତର ଦେଇନାହାନ୍ତି। ଅର୍ଥାତ ସେମାନେ ଆଇନର ଗଳାବାଟ ବ୍ୟବହାର କରି ଫାଶୀ ପ୍ରକ୍ରିୟାକୁ ଆହୁରି ବିଳମ୍ବିତ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ଏସବୁ ଭିତରେ ୪ ଜଣଙ୍କ ମଧ୍ୟରୁ ଜଣେ ଫାଶୀ ପାଇବା ଭୟରେ ଖାଇବା ଛାଡ଼ି ଦେଇଛି। ସେହିପରି ଆଉ ଜଣେ ଦୋଷୀ ଧୀରେଧୀରେ ତା’ ଖାଦ୍ୟର ପରିଣାମ କମାଇବାରେ ଲାଗିଛି। ଜେଲ ସୂତ୍ର ଅନୁଯାୟୀ, ଦୋଷୀ ବିନୟ ଶର୍ମା ଦୁଇ ଦିନ ହେଲା କୌଣସି ପ୍ରକାରର ଖାଦ୍ୟ ଖାଇ ନଥିଲା। କିନ୍ତୁ ବୁଧବାର ତାକୁ ଜେଲ କର୍ତ୍ତୃପକ୍ଷ ବାରମ୍ବାର ଖାଦ୍ୟ ଖାଇବାକୁ କହିବାରୁ ସେ ଅଳ୍ପ ଖାଦ୍ୟ ଖାଇଛି। ପବନ ଗୁପ୍ତା ମଧ୍ୟ ଫାଶୀ ପାଇବା ଭୟରେ ଅଳ୍ପ ଖାଦ୍ୟ ଖାଉଛି। ହେଲେ ଫାଶୀ ଦଣ୍ଡର ପ୍ରଭାବ ଅକ୍ଷୟ ଓ ମୁକେଶ ଉପରେ କୌଣସି ପ୍ରକାରର ପଡ଼ି ନଥିବା ଜଣାପଡ଼ିଛି। ସେମାନେ ପୂର୍ବଭଳି ଠିକ୍ ଭାବେ ଖାଉଛନ୍ତି ଓ ସବୁ କାମ କରୁଛନ୍ତି।

ସେପଟେ ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଆଉ ଯେପରି ନଟଳିବ ସେଥିପାଇଁ କେନ୍ଦ୍ର ସରକାର ଲାଗିପଡ଼ିଛି । ଏଥିପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଆବେଦନ କରାଯାଇଛି । ମନ୍ତ୍ରାଳୟର ଯୁକ୍ତି ହେଲା, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏହି ଘଟଣାରେ ଦୋଷୀ କ୍ଷମା ପାଇଁ ପୁନଃ ଆବେଦନ କରିବା, କ୍ୟୁରେଟିଭ ପିଟିସନ ଦାଖଲ କରିବା ଦ୍ୱାରା ଫାଶୀ ତାରିଖ ଘୁଂଚି ଘୁଂଚି ଯାଉଛି । ବାହାନା ଦେଖାଇ ପାଶି ତାରିଖ ଘୁଂଚାଇବାକୁୁ ବାରମ୍ବାର ଆବେଦନ କରୁଛନ୍ତି ଦୋଷୀ ।

Share

Leave a Reply

Your email address will not be published. Required fields are marked *

5 × four =