ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛିସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ସହିତ ମୌସୁମୀ ପ୍ରଭାବ ମୁଖ୍ୟତଃ ଦୁର୍ବଳ ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ, ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାର ଲାମଟପୁର ଠାରେ ୭୨.୪ ମିଲିମିଟର ରେକର୍ଡ କରାଯାଇଛି। ମୌସୁମୀ ଜନିତ ନିମ୍ନ ଚାପ ରେଖା ଯାହ ରାଜସ୍ଥାନର ବିକାନାରୁ ବାହାରି ଶ୍ରୀପୁରୀ, ସିଦ୍ଧି, ପାଟନା ଏବଂ ବାଲୁରଘାଟ ମଧ୍ୟ ଦେଇ ପୂର୍ବରେ ଏହା ନାଗାଲ୍ୟାଣ୍ଡ ଦେଇ ଯାଇଛି।
ମୌସୁମୀ ଜିନିତ ନିମ୍ନ ଚାପରେଖାର ପୂର୍ବଭାଗ ଦେଖିବାକୁ ଗଲେ ଏହା ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହୁଥିବାରୁ ମୌସୁମୀ ପ୍ରଭାବ ଓଡ଼ିଶା ଉପରେ ଦୁର୍ବଳ ରହିଛି। ଏହି ପରିସ୍ଥିତି ଆଗମୀ ତିନିଦିନ ପର୍ୟ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

17 − seventeen =