ହୃଦଘାତରେ ଚାଲିଗଲା ଓଡ଼ିଆ ଯବାନଙ୍କ ପ୍ରାଣ

କନ୍ଧମାଳ: ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ । ଡ୍ୟୁଟି ସମୟରେ ଟଳି ପଡ଼ିଲେ ଯାବନ । ମୃତ ଯବାନ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗାରାମା ଗ୍ରାମର ୩୫ବର୍ଷୀୟ ସଞ୍ଜୟ ପ୍ରଧାନ। ମୃତକ ସଞ୍ଜୟ ପ୍ରଧାନ ଗତ ୨୦୦୭ ମସିହାରେ ସେନାରେ ଯୋଗଦେଇ ୪୪ଆର୍ ଆର୍ ବାଟାଲିୟନରେ କାର୍ଯ୍ୟରତ ଥିଲେ । ଆଜି ଯବାନ ସଞ୍ଜୟଙ୍କ ମରଶରୀର ନିଜ ଜନ୍ମମାଟି ବାଗାରାମା ଗ୍ରାମରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଯବାନଙ୍କ ମୃତ୍ୟୁକୁ ନେଇ ବାଗାରାମା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦେଶପାଇଁ ନିଜକୁ ସମର୍ପିତ କରି ସେନାରେ ଯୋଗ ଦେଇଥିଲେ ସଞ୍ଜୟ ।

Share

Leave a Reply

Your email address will not be published. Required fields are marked *

fifteen − 3 =