ପରାଦାକୁ ଆସିଲା ମଣିକର୍ଣ୍ଣିକା

ଫିଲ୍ମ ଫ୍ରାଇଡେରେ ହଲ୍କୁ ଆସିଲା ମଣିକର୍ଣ୍ଣିକା । ଫିଲ୍ମରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ବଲିଉଡ କୁଇନ୍ କଙ୍ଗନା। ମଣିକର୍ଣ୍ଣିକାରେ ଦମ୍ଦାର ଲୁକ୍ରେ ନଜର ଆସିଛନ୍ତି ସେ । ଦେଖିବାକୁ ମିଳିଛି ଜବରଦସ୍ତ ଆକ୍ସନ ।
ସାହସୀ, ନିର୍ଭୀକ ରାଣୀ ଓ ଯୋଦ୍ଧା ଭୂମିକାରେ କଙ୍ଗନାଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ଅଙ୍କିତା ଲୋଖଣ୍ଡେ, ଅତୁଲ କୁଲକର୍ଣ୍ଣି ଓ ଡ୍ୟାନି ଡେଞ୍ଜୋପା। ମଣିକର୍ଣ୍ଣିକାରୁ ବଲିଉଡରେ ଡେବ୍ୟୁ କରୁଛନ୍ତି ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଧାକୃଷ୍ଣା ଜଗର୍ଲାମୁଡି ଓ କଙ୍ଗନା ରାନାୱତ୍ ।

Share

Leave a Reply

Your email address will not be published. Required fields are marked *

17 + four =