ହାର୍ଦ୍ଦିକଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ମୁମ୍ବାଇ()  ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାଁ ଏବେ କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡା ଯାଉଛି। ଏଥିପାଇଁ ଉର୍ବଶୀ ନିଜେ ଏଥର ମୁହଁ ଖୋଲିଛନ୍ତି।

ଉର୍ବଶୀ କହିଛନ୍ତି, ତାଙ୍କର ଓ ହାର୍ଦ୍ଦିକଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ।ଏବେ ସେ କେବଳ ନିଜ କ୍ୟାରିଅରରେ ଧ୍ୟାନ ଦେଉଛନ୍ତି। ଉର୍ବଶୀ ତାଙ୍କୁ ଉପଦେଶ ଦେଇଛନ୍ତି ଯେ, ସେ ଅନ୍ୟାନ୍ୟ ଜିନିଷରେ ଧ୍ୟାନ ନଦେଇ କ୍ରିକେଟରେ ଧ୍ୟାନ ଦିଅନ୍ତୁ।

ହେଲେ ଉଭୟଙ୍କ ଆଫେୟର ଖବର ଜୋର ସୋରରେ ଚାଲୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।କାରଣ ୨୦୧୮ ମସିହାରେ ହାର୍ଦ୍ଦିକ ଓ ଉର୍ବଶୀଙ୍କୁ ଏକା ସହ ଗୋଟେ ପାର୍ଟିରେ ସ୍ପଟ୍ କରାଯାଇଥିଲା।ସୋସିଆଲ ମିଡିଆରେ ମଧ୍ୟ ଉର୍ବଶୀ ଉଭୟଙ୍କ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିପାଇଁ ଏଭଳି ଖବର ଚର୍ଚ୍ଚାରେ ଥିଲା।

Share

Leave a Reply

Your email address will not be published. Required fields are marked *

13 + thirteen =