Friday, October 30, 2026
Latestରାଜ୍ୟ

ଜୁନ୍ ୧ରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର: ଜୁନ୍ ୧ରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ । କିନ୍ତୁ ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ ,ଏବଂ ପୂର୍ବ ଭଳି ଅନଲାଇନ କ୍ଲାସ କରିବେ ଅଧ୍ୟାପକ । ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି।

ସୂଚନା ଅନୁଯାୟୀ ରାଜ୍ୟରେ କରୋନା ମହାମାରୀ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ , ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ କରୋନା ପ୍ରଭାବରେ ବନ୍ଦ କରିଦେଇଥିଲେ। ତେବେ ଉଚ୍ଚଶିକ୍ଷା ସଚିବ ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେବାକୁ ଯାଉଛି। ଏହି ଗ୍ରୀଷ୍ମ ଛୁଟି ସରିବା ପରେ ଜୁନ୍ ପହିଲାରୁ ପାଠପଢ଼ା ଆରମ୍ଭ ହେବ।ତେବେ କରୋନା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନଲାଇନ୍ ପାଠପଢା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସେହିଭଳି କଲେଜ୍ ଏବଂ ବିଶ୍ବ ବିଦ୍ୟାଳୟ ହଷ୍ଟେଲ ଗୁଡ଼ିକ ମଧ୍ୟ ବନ୍ଦ ରଖା ଯାଇଛି ।

 

Share

Leave a Reply

Your email address will not be published. Required fields are marked *

six − 5 =