୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କମିଛି ସଂକ୍ରମଣର ମାତ୍ରା ।କିନ୍ତୁ ଓଡ଼ିଶା ସରକାର ମହାମାରୀର ୩ୟ ଲହରକୁ ସାମ୍ନା କରିବାକୁ ଏବେ ଠାରୁ ଅଣ୍ଟା ଭିଡିଛନ୍ତି ।ଓଡିଶା ସରକାର କରୋନା ମୁକାବିଲା ପାଇଁ ୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କରିଛନ୍ତି । ଜୁନ ୧୦ ପରେ ୨ଡିଜି ଓଡିଶାକୁ ମିଳିବ ବୋଲି ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ହାଇଦ୍ରାବାଦର ଡ. ରେଡ୍ଡୀ ଲାବ୍‌ ସହ ମିଶି ଡିଆରଡିଓ ପ୍ରସ୍ତୁତ କରିଥିବା ଏହି ୨ ଡିଅକ୍ସି-ଡି-ଗ୍ଲୋକୋଜ୍‌ (୨ଡିଜି) ପ୍ୟାକେଟରେ ଆସୁଥିବା ବେଳେ ଏହାର ଦାମ ଲୋକଙ୍କ ପାଇଁ ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି ।ଡିଜିସିଆଇ ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ୨ ଡିଜି ନେବା ପରେ କରୋନା ରୋଗୀ ଆଉ ଅକ୍ସିଜେନ୍‌ ଉପରେ ନିର୍ଭର କରିବେ ନାହିଁ ବୋଲି ଡିଆରଡିଓ ଦାବି କରିଛି ।

Share

Leave a Reply

Your email address will not be published. Required fields are marked *

twelve − four =