Friday, October 30, 2026
Latestରାଜ୍ୟ

ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ୍

ଭୁବନେଶ୍ୱର: ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇ ଟିମ୍ | ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ। ତେବେ ଏହି ମାମଲାରେ ତଦନ୍ତ କରିବା ପାଇଁ ୨ ଜଣିଆ ସିବିଆଇ ଟିମ୍‌ ଆଜି ଅଞ୍ଜନା ମିଶ୍ରଙ୍କ ଘରେ ଆସି ପହଞ୍ଚିଥିଲେ । ତେବେ ଘଟଣା ଦିନ ଅଞ୍ଜନାଙ୍କ ସହ କଣ ସବୁ ଘଟିଥିଲା, ସେ ସମ୍ପର୍କରେ ସିବିଆଇ ଟିମ୍‌ର ସଦସ୍ୟମାନେ ଅଞ୍ଜନାଙ୍କ ସହ ଆଲୋଚନା କରିଛନ୍ତି। ଅଞ୍ଜନାଙ୍କ ସହ ସିବିଆଇ ଟିମ୍‌ର ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନା କରିଛି। ଖୁବ୍‌ ଶୀଘ୍ର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ସିବିଆଇ କହିଥିବା ଜଣାପଡ଼ିଛି।

 

Share

Leave a Reply

Your email address will not be published. Required fields are marked *

five × 4 =