Friday, October 30, 2026
Latestରାଜ୍ୟ

କଟକ ମେଡିକାଲରେ VRDL ଉଦଘାଟିତ

ଭୁବନେଶ୍ୱର() କଟକ ଏସସିବି ବଡ଼ ମେଡିକାଲ ରେ ଆରମ୍ଭ ହେଲା କରୋନା ଭୁତାଣୁ ଗବେଷଣା ତଥା ପରୀକ୍ଷା କେନ୍ଦ୍ର। 1କୋଟି ବ୍ୟୟ ରେ ନିର୍ମିତ ଏହି ପ୍ରୟୋଗଶାଳାକୁ ଆଜି ସାଂସଦ ଭର୍ତ୍ତୁହରି ମହତାବ, ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ପ୍ରଶାସନିକ ଅଧିକାରୀ ଡାକ୍ତରଙ୍କ ଉପସ୍ଥିତିରେ ଲୋକ ଙ୍କ ଉଦେଶ୍ୟରେ ସେଣ୍ଟରକୁ ସମର୍ପଣ କରାଯାଇଥିଲା। ପୂର୍ବରୁ ଏହି ଥରେ ଏଡସ ଭୁତଣୁର ସଫଳ ପରୀକ୍ଷଣ କରାଯାଇଥିବା ବେଳେ ଏବେ କରୋନା ଭୁତଣୁର ମଧ୍ୟ ସଫଳ ଗବେଷଣା ଏଠାରେ ହୋଇପାରିବ ବୋଲି ସାଂସଦ ଆଶା ପ୍ରକାଶ କରିଛନ୍ତି।

ଉଦ୍ଘାଟନ ଅବସରରେ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଏହି ଲାବ୍ରୋଟାରୀ ଆଗାମୀ ଦିନରେ ରାଜ୍ୟ ତଥା ଦେଶ ର 1ନମ୍ବର ରିସର୍ଚ୍ଚ ସେଣ୍ଟର ରେ ପରିଣତ ହେବ।ଦ୍ୱିତୀୟ ପଯ୍ୟୟ କରୋନା ସଂକ୍ରମଣ ଆମ ସମସ୍ତଙ୍କ ପାଇଁ ଆହ୍ୱାନ।ଏଥିପାଇଁ ଅଧିକ ସଚେତନ ହେବକୁ ପଡିବ,ଶୀତଦିନ ରେ ସଂକ୍ରମଣ ବଢ଼ିପାରେ।ବିଶ୍ୱ ରେ ବାୟୋଲୋଜିକାଲ ୱାର ଚାଲିଛି।ଲାବ୍ରୋଟାରୀ ରେ ବିଭିନ୍ନ ଭୁତାଣୁ ସୃଷ୍ଟି କରାଯାଉଛି।ତେଣୁ ସଂକ୍ରମଣ ଆଶଙ୍କା ରହିଛି।ଆମକୁ ସଚେତନ ଓ ସଜାଗ ରହିବାକୁ ପଡିବ ବୋଲି ସେ କହିଛନ୍ତି। ଆଗାମୀ 2 /3 ମାସ ସମସ୍ତକ ପାଇଁ ବେଶ ଗୁରୁତ୍ୱ ପୂର୍ଣ୍ଣ। ତେବେ ଏସସିବି ରିଷର୍ଚ୍ଚ ସେଣ୍ଟର ଭୁତାଣୁ ବିରୁଦ୍ଧରେ ଲଢ଼ିବା ପାଇଁ ନୂଆ ବଳ ଦେବ ଏଥିରେ ସନ୍ଦେହ ନାହିଁ।

Share

Leave a Reply

Your email address will not be published. Required fields are marked *

18 + 12 =